ରାଣୀ ଲକ୍ଷ୍ମୀବାଈ

ଉଇକିପିଡ଼ିଆ‌ରୁ
(Rani Lakshmibaiରୁ ଲେଉଟି ଆସିଛି)
ରାଣୀ ଲକ୍ଷ୍ମୀବାଈ
ଝାନ୍ସୀର ରାଣୀ
ରାଣୀ ଲକ୍ଷ୍ମୀବାଈ‌ ଘୋଡ଼ା ଚଢ଼ି ଯୁଦ୍ଧ କରିବାର ଚିତ୍ର
ଜନ୍ମନାମମଣିକର୍ଣ୍ଣିକା
ଜନ୍ମ(1828-11-19)୧୯ ନଭେମ୍ବର ୧୮୨୮
ଜନ୍ମସ୍ଥାନବାରଣାସୀ, ଭାରତ
ମୃତ୍ୟୁ୧୮ ଜୁନ ୧୮୫୮(1858-06-18) (ବୟସ ୨୯)
ମୃତ୍ୟୁସ୍ଥାନଗ୍ୱାଲିଅର, ଭାରତ
ପୂର୍ବାଧିକାରୀରାଣୀ ରମାବାଈ
ଉତ୍ତରାଧିକାରୀବ୍ରିଟିଶ ଶାସନ
Consort toଝାନ୍ସୀର ନରେଶ ମହାରାଜ ଗଙ୍ଗାଧର ରାଓ ନେୱାଲକର
ରାଜବଂଶ ମରାଠା ଶାସକ
ସନ୍ତାନଦାମୋଦର ରାଓ, ଆନନ୍ଦ ରାଓ(ପାଳିତ ପୁତ୍ର)

ରାଣୀ ଲକ୍ଷ୍ମୀବାଈ (୧୯ ନଭେମ୍ବର ୧୮୨୮- ୧୮ ଜୁନ ୧୮୫୮), [୧][୨][୩] ମରାଠା ଶାସିତ ଝାନ୍ସୀ ରାଜ୍ୟର ରାଣୀ ତଥା ୧୮୫୭ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଜଣେ ନାୟିକା ଥିଲେ । ସ୍ୱଦେଶ ଓ ସ୍ୱଜାତିକୁ ପରାଧୀନତାର ବନ୍ଧନରୁ ମୁକ୍ତ କରିବା ପାଇଁ ସେ ସଂଗ୍ରାମ କରିଥିଲେ । ପେଶବା ବାଜିରାଓଙ୍କ ବ୍ରହ୍ମାବର୍ତ୍ତ ରାଜପ୍ରାସାଦରେ ତାଙ୍କ ପୌଷ୍ୟପୁତ୍ର ନାନା ସାହେବଙ୍କ ପାଖରେ ପିଲାଅଦିନୁ ଖଡ୍ଗଚାଳନା, ଅଶ୍ୱାରୋହଣ, ବିଭିନ୍ନ ପ୍ରକାର ଶାରୀରିକ ବ୍ୟାୟାମ, ଦୁର୍ଦ୍ଦାନ୍ତ ହସ୍ତୀମାନଙ୍କୁ ଆୟତ କରିବା ଆଦି କଳାରେ ସେ ପାରଙ୍ଗମ ଥିଲେ ।

ଜୀବନୀ[ସମ୍ପାଦନା]

ଲକ୍ଷ୍ମୀବାଈଙ୍କ ଜନ୍ମ ୧୮୨୮[୧][୩][୪][୫] ମସିହା ନଭେମ୍ବର ୧୯ ତାରିଖରେ ବାରଣାସୀରେ ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ତାଙ୍କ ପିଲାବେଳର ନାମ ମଣିକର୍ଣ୍ଣିକା ଓ ଡାକ ନାମ ମନୁ ଥିଲା । [୬] ତାଙ୍କ ପିତାଙ୍କ ନାମ ମୋରପନ୍ତ ତାମ୍ବେ ଓ ମାତାଙ୍କ ନାମ ଭାଗିରଥୀ ବାଈ ଥିଲା । ମନୁ, ମାତ୍ର ୪ବର୍ଷର ହେଇଥିବା ବେଳେ ତାଙ୍କ ମାତା ମୃତ୍ୟୁବରଣ କରିଥିଲେ ।

ଲକ୍ଷ୍ମୀବାଈ ଝାନସୀର ରାଜା ଗଙ୍ଗାଧର ରାଓଙ୍କୁ ବିବାହ କରିଥିଲେ । ତାଙ୍କର କୈଣସି ସନ୍ତାନ ନ ଥିଲେ । ୧୮୫୩ ମସିହାରେ ରାଜା ଗଙ୍ଗାଧରଙ୍କ ମୃତ୍ୟୁ ପରେ ତାଙ୍କର ପୌଷ୍ୟ ସନ୍ତାନ ଦାମୋଦରଙ୍କୁ ଇଂରେଜମାନେ ସ୍ୱୀକାର ନକରି ଝାନସୀକୁ ନିଜ କବଳ ନେଇଥିଲେ । ଏହି ସମୟରେ ରାଣୀ ଲକ୍ଷ୍ମୀବାଈ ବିରୋଧ କରିଥିଲେ । ଏହାର ଚାରିବର୍ଷ ପରେ ୧୮୫୭ରେ ଭାରତରେ ବିପ୍ଳବ ଆରମ୍ଭ ହୋଇଥିଲା । ୧୮୫୭ ମସିହା ମେ ମାସ ୧୨ ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଯେତେବେଳେ ସ୍ୱାଧୀନତାର ପତାକା ଉଡିଥିଲା, ସେତେବେଳେ ଝାନସୀର ଜନସାଧାରଣ ରାଣୀଙ୍କ ଆଦେଶକୁ ଅପେକ୍ଷା କରିରହିଥିଲେ । ପ୍ରଥମେ ଦିଲ୍ଲୀ ଓ ପରେ ଝାନସୀରେ ବିପ୍ଳବ ଆରମ୍ଭ ହୋଇଥିଲା । ଝାନସୀର ବିଭିନ୍ନ ଦୁର୍ଗ ମାନଙ୍କରେ ବିପ୍ଳବୀମାନଙ୍କ ଡରରେ ଆତ୍ମଗୋପନ କରିଥିବା ଅଳ୍ପ କେତେକ ଇଂରେଜମାନଙ୍କୁ ହଟାଇ ଝାନସୀ ସେନା ଦୁର୍ଗ ଉପରେ ବିଜୟ ପତାକା ଉଡାଇଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Jhansi Ki Rani Lakshmibai Biography (gives birth date of 19 November 1835)
  2. Meyer, Karl E. & Brysac, Shareen Blair (1999) Tournament of Shadows. Washington, DC: Counterpoint; p. 138--"The Rani of Jhansi ... known to history as Lakshmi Bai, she was possibly only twelve in 1842 when she married the .. Rajah of Jhansi ..."
  3. ୩.୦ ୩.୧ Though the day of the month is regarded as certain historians disagree about the year: among those suggested are 1827 and 1835.
  4. Meyer, Karl E. & Brysac, Shareen Blair (1999) Tournament of Shadows. Washington, DC: Counterpoint; p. 138--"The Rani of Jhansi ... known to history as Lakshmi Bai, she was possibly only twelve in 1842 when she married the .. Rajah of Jhansi ..."
  5. The 177th anniversary of the Rani's birth according to the Hindu calendar was celebrated at Varanasi in November 2012: "Lakshmi Bai birth anniversary celebrated". Times of India. World News. 13 November 2012. Retrieved 6 December 2012.
  6. Allen Copsey (23 September 2005). "Lakshmibai, Rani of Jhansi – Early Life". Copsey-family.org. Retrieved 7 July 2012. (gives date of birth as 19 November 1835)

ବାହାର ତଥ୍ୟ[ସମ୍ପାଦନା]