ଯାତ୍ରା (ଓଡ଼ିଶା)

ଉଇକିପିଡ଼ିଆ‌ରୁ

ଯାତ୍ରା (ମଞ୍ଚଅପେରା ନାମରେ ମଧ୍ୟ ଜଣା) ଓଡ଼ିଆରେ ପ୍ରଦର୍ଶିତ ହେଉଥିବା ଓଡ଼ିଶାର ଏକପ୍ରକାର ମଞ୍ଚ ନୃତ୍ୟାଭିନୟ । ଏହି ପ୍ରଦର୍ଶନରେ ନାଟକ, ସଙ୍ଗୀତ ଓ ନାଚର ସମାବେଶ ଥାଏ । ଅତୀତରେ ‌ମୋଗଲ]]ମାନଙ୍କ ସମୟରେ ଯାତ୍ରା ପ୍ରଦର୍ଶନ ହେଉଥିଲା । ରଙ୍ଗମଞ୍ଚରେ ଆଗକାଳରେ କେବଳ ପୌରାଣିକ ନାଟକମାନ ଅଭିନୀତ ହେଉଥିଲା । ପରେ ମୋଗଲମାନଙ୍କ କାଳରେ ଅନେକ ‌‌ହିନ୍ଦୁସ୍ଥାନୀ ଭାଷା]]ର (ଯଥା: ଜମିଦାର, ମଜଲିସ ଆଦି) ବ୍ୟବ‌ହାର ହେବାକୁ ଲାଗିଲା ଓ ପୌରାଣିକ ନାଟକ ବଦଳରେ ସାମାଜିକ ଓ ପାରିବାରିକ ନାଟକର ପ୍ରଚଳନ ହେଲା ।[୧] ‌‌ବୈଷ୍ଣବ ପାଣିଙ୍କ ସମୟରେ ଗୀତିନାଟ୍ୟର ପ୍ରବର୍ତ୍ତନ ହେବାପରେ ଯାତ୍ରାର ଉତ୍ତରଣ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. Enact. Pauls Press. 1978. Retrieved 25 February 2013.
  2. Hemanta Kumāra Dāsa (1 January 1994). Baishnab Pani. Sahitya Akademi. ISBN 978-81-7201-719-4. Retrieved 25 February 2013.