ଲୁମ୍ବିନୀ
ଲୁମ୍ବିନୀ,ନେପାଳ,ଏଠାରେ ବୁଦ୍ଧ ଜନ୍ମ ନେଇଥିଲେ ବିଶ୍ୱାସ କରାଯାଇଥାଏ* | |
---|---|
ଇଉନେସ୍କୋ ସ୍ଥଳୀ | |
ରାଜ୍ୟ ଦଳ | ନେପାଳ |
ପ୍ରକାର | Cultural |
ନିୟମ | iii, vi |
ଆଧାର | 666 |
ଅଞ୍ଚଳ** | Asia-Pacific |
ଲେଖ ଇତିହାସ | |
ଲେଖ | 1997 (21st ଭାଗ) |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
ଲୁମ୍ବିନୀ ବିଶ୍ୱର ଏକ ପ୍ରମୁଖ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଧର୍ମସ୍ଥଳୀ। ସିଦ୍ଧାର୍ଥ ଗୌତମ (ଭଗବାନ ବୁଦ୍ଧ) ଖ୍ରୀଷ୍ଟପୂର୍ବ ୬୨୩ରେ ପ୍ରସିଦ୍ଧ ଲୁମ୍ବିନୀ ବଗିଚାରେ ଜନ୍ମ ଗ୍ରହଣ କରିଥିଲେ। ଲୁମ୍ବିନୀ ନେପାଳର ଉତ୍ତର ପଶ୍ଚିମାଞ୍ଚଳ ରୁପନଦେହୀ ଜିଲ୍ଲାରେ ଅବସ୍ଥିତ । କପିଳବସ୍ତୁ ପୌରପରିଷଦ ଅଞ୍ଚଳରେ ପୂର୍ବରେ ୨୫କି.ମି ଦୂରରେ ଏହା ରହିଛି। ଇହୁଦୀଙ୍କ ଜେରୁଜେଲମ ଓ ମୁସଲିମଙ୍କ ପାଇଁ ମକ୍କା ଯେଭଳି ପ୍ରସିଦ୍ଧ ସେହିଭଳି ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଲୁମ୍ବିନୀ ପ୍ରସିଦ୍ଧ। ବୁଦ୍ଧଙ୍କ ତ୍ୟାଗ ଓ ଆଦର୍ଶ ସହିତ ସଂଶ୍ଲିଷ୍ଠ ୪ଟି ସ୍ଥଳୀ ମଧ୍ୟରୁ ଲୁମ୍ବିନୀ ଅନ୍ୟତମ। ଅନ୍ୟ ୩ଟି ସ୍ଥଳୀ ହେଉଛି କୁଶିନଗର,ବୋଧ ଗୟା ଓ ସାରନାଥ।[୧]
ଲୁମ୍ବିନୀରେ ରହିଛି ମାୟାଦେବୀ ମନ୍ଦିର,ପୁଷ୍କରିଣୀ, ଓ ପାର୍କ ।ବୁଦ୍ଧଙ୍କୁ ଜନ୍ମ ଦେବା ପୂର୍ବରୁ ଏଠାରେ ଥିବା ପୁଷ୍କରିଣୀରେ ମାଆ ମାୟାଦେବୀ ଗାଧୋଇଥିଲେ ବୋଲି କୁହାଯାଏ । ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିବା ବେଳେ ସେ ପ୍ରସବ ବେଦନା ପାଇଥିଲେ ଏବଂ ଏକ ଶାଳଗଛ ମୂଳେ ଶିଶୁ ବୁଦ୍ଧଙ୍କୁ ଜନ୍ମ ଦେଇଥିଲେ ।[୨][୩]
ଖ୍ରୀଷ୍ଟପୂର୍ବ ୨୪୯ରେ ସମ୍ରାଟ ଅଶୋକ ଲୁମ୍ବିନୀ ପରିଦର୍ଶନରେ ଆସିଥିବା ସମୟରେ ୪ଟି ସ୍ତୁପ ଓ ଏକ ସ୍ତମ୍ଭ ନିର୍ମାଣ କରିଥିଲେ । ସ୍ତମ୍ଭ ଉପରେ ଏକ ଘୋଡାର ମୂର୍ତ୍ତି ରହିଥିଲା । ପଥରରେ ନିର୍ମିତ ଏହି ସ୍ତମ୍ଭରେ ଖୋଦେଇହେଇ କେତେକ ତଥ୍ୟ ରହିଛି ।[୪]୧୮୯୫ରେ ଜର୍ମାନୀରେ ପ୍ରତ୍ନତ୍ତ୍ୱତବିତ ଫ୍ୟୁରର ଚୁରିଆ ରେଞ୍ଜରେ ଘୁରି ବୁଲୁଥିବା ବେଳେ ଅଶୋକ ନିର୍ମାଣ କରିଥିବା କେତେକ ସ୍ତୁପ ଓ ସ୍ତମ୍ଭ ଆବିଷ୍କାର କରିଥିଲେ । ପରେ ସମ୍ପୃକ୍ତ ଅଞ୍ଚଳରେ ଖନନ କରାଯିବାଦ୍ୱାରା ସେଠାରୁ ପ୍ରାଚୀନ ମନ୍ଦିର ଓ କିର୍ତ୍ତିରାଜି ମିଳିଥିଲା।୧୯୯୭ରେ ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ମିଳିଥିଲା ।[୫]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.buddhist-tourism.com/four-holy-sites.html
- ↑ http://www.buddhanet.net/e-learning/buddhistworld/lumbini.htm
- ↑ "ଆର୍କାଇଭ୍ କପି". Archived from the original on 2012-07-01. Retrieved 2012-07-02.
{{cite web}}
: Cite has empty unknown parameter:|1=
(help) - ↑ http://www.vam.ac.uk/content/articles/b/buddhist-pilgrimage-sites-astamahapratiharya/
- ↑ http://whc.unesco.org/en/list/666/
ବାହାର ଆଧାର
[ସମ୍ପାଦନା]- Lumbini travel guide from Wikivoyage
- Video guide to Lumbini Nepal
- Entry on Lumbini in the Dictionary of Pali Proper Names
- WelcomeNepal.com: Lumbini Archived 2012-03-14 at the Wayback Machine.
- Buddhist studies: Pilgrimage: Lumbini - Birthplace of the Buddha
- Lumbini Photo Gallery Archived 2013-07-13 at the Wayback Machine.
- Lumbini.info Archived 2011-05-11 at the Wayback Machine. Lumbini photos, history, geography, annual festivals
- WorldHeritageSite.org/Lumbini
- World-Heritage-Tour.org 360° wraparound photos of Lumbini
- NepaloPedia 360° Enjoy the virtual tour of Lumbini. You can drag mouse up, down, left, right and travel 360 X 180 of almost all places of Lumbini.