୨
୨ ଗ୍ରେଗୋରି ପାଞ୍ଜି ଅନୁସାରେ ଏକ ସାଧାରଣ ବର୍ଷ ଅଟେ |
ସାଂଖ୍ୟିକ ସାର୍ଥକତା
[ସମ୍ପାଦନା]
ପୃଥିବୀର ଅନ୍ୟାନ୍ୟ ଭାଷା ଭଳି, ଭାରତର ପୁରାତନ ସଂସ୍କୃତ ଭାଷାରେ ଯେ କେବଳ ସଂଖ୍ୟା ଓ ବିଶେଷ୍ୟ ପଦର ବହୁବଚନ ଥିଲା ତାହା ନୁହେଁ, ବରଂ ୨ର ସାର୍ଥକତା ପାଇଁ ସମସ୍ତ ବିଶେଷ୍ୟ ପଦର ଏକବଚନ (୧) ରୂପ, ଦ୍ୱିବଚନ (୨) ରୂପ, ଓ ବହୁବଚନ (୨ରୁ ଅଧିକ) ରୂପ ମଧ୍ୟ ଅଛି । ୨ର ସାର୍ଥକତା (୨ଟି ଗୋଡ଼, ୨ଟି ନାକପୁଡ଼ା, ୨ଟି ଆଖି, ୨ଟି ହାତ, ପ୍ରଭୃତି) ହେତୁ ଏହାକୁ ଗୁରୁତ୍ୱପୂର୍ଣ ଭାବେ ଦେଖାଯାଏ ।
ଦୁଇ (二, èr) ଚାଇନା ସଂସ୍କୃତିରେ ଏକ ଭଲ ସଂଖ୍ୟି । ଏକ ଚାଇନା କଥା ଅନୁଯାୟୀ, "ଭଲ ଜିନିଷ ହଳ' ଯୋଡାରେ ଆସେ" । ଏକ ଉତ୍ପାଦନରେ ଦୁଇଟି ପ୍ରତୀକ ବ୍ୟବହାର କରିବା ସାଧାରଣ ହୋଇଗଲାଣି, ଉଦାହରଣ ସ୍ୱରୂପ ଦୁଇଟି ଖୁସୀ, ଦୁଇଟି ମୁଦ୍ରା, ଦୁଇଟି ହାତୀ, ପ୍ରଭୃତି । କାଣ୍ଟୋନିଜ ଲୋକମାନେ ୨ ସଂଖ୍ୟାକୁ ପସନ୍ଦ କରନତି, କାରଣ କାଣ୍ଟୋନିଜରେ ଏହା, "ସହଜ" (易) ଶବ୍ଦ ପରି ଶୁଣାଯାଏ ।
ଫିନଲ୍ୟାଣ୍ଡରେ, ସ୍ୱାଧୀନତା ଦିବସରେ ଦୁଇଟି ମହମବତୀ ଜଳାଯାଏ । ୧୯୭୨ ମସିହା ପୂର୍ବ ଇଣ୍ଡୋନେସିଆ ଓ ମାଳୟର ବନାନରେ, ୨କୁ ଓରାଂ "ମଣିଷ,ଓରାଂ-ଓରାଂ କିମ୍ବା ଓରାଂ୨ "ଲୋକମାନେ" ପ୍ରଭୃତି ହିସାବରେ ବ୍ୟବହାର କରାଯାଉଥିଲା ।
ଜ୍ୟୋତିଷ ଶାସ୍ତ୍ରରେ ବୃଷ ହେଉଛି ଦ୍ୱିତୀୟ ରାଶି ।