Jump to content

ସଦାଶିବ ନାୟକ

ଉଇକିପିଡ଼ିଆ‌ରୁ
ସଦାଶିବ ନାୟକ
ଜନ୍ମ ଓ ଜନ୍ମସ୍ଥାନ (1937-08-07) ୭ ଅଗଷ୍ଟ ୧୯୩୭ (ବୟସ ୮୭)
ଓଳଗ, ଆରଡ଼ି, ଭଦ୍ରକ
ବୃତ୍ତିଲେଖକ, ଶିକ୍ଷକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିମହାତ୍ମାଙ୍କ ପ୍ରତୀକ୍ଷାରେ

ସଦାଶିବ ନାୟକ (ଜନ୍ମ: ୭ ଅଗଷ୍ଟ ୧୯୩୭) ଜଣେ ଓଡ଼ିଆ ପ୍ରାବନ୍ଧିକ, ଲେଖକ ଓ ଅନୁବାଦକ । ସେ ଜଣେ ପରିବେଶବିତ୍ ଭାବେ ମଧ୍ୟ ସୁପରିଚିତ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସଦାଶିବ ଭଦ୍ରକ ଜିଲ୍ଲାର ଆରଡ଼ି ଅନ୍ତର୍ଗତ ଓଳଗ ଗ୍ରାମରେ ୧୯୩୭ ଅଗଷ୍ଟ ୭ରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଓ ନାଗପୁର ବିଶ୍ବବିଦ୍ୟାଳୟରୁ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ ଶିକ୍ଷକତା ଆରମ୍ଭ କରିଥିଲେ । ସେ ଶିକ୍ଷା ମଣ୍ତଳାଧୀଶ, ଜିଲ୍ଲା ଶିକ୍ଷାଧିକାରୀ ଓ ଅଧ୍ୟକ୍ଷ ଭାବେ କାମ କରି ଅବସର ନେଇଥିଲେ । ସେ ମୁଖ୍ୟତଃ ପ୍ରବନ୍ଧ, ଜୀବନୀ, ଭ୍ରମଣ କାହାଣୀ, ଅନୁବାଦ, ଆଧ୍ୟାତ୍ମିକ ଲେଖା ରଚନା କରିଛନ୍ତି । ସେ ଉତ୍କଳ ସମ୍ମିଳନୀର ଜିଲ୍ଲା ସଭାପତି ଓ ଅନ୍ୟ ଅନେକ ସାଂସ୍କୃତିକ ଏବଂ ସାମାଜିକ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଭାବେ ସେ କାର୍ଯ୍ୟ କରିଥିଲେ ।[]

ରଚନାବଳୀ

[ସମ୍ପାଦନା]

ପ୍ରବନ୍ଧ

[ସମ୍ପାଦନା]
  • ପ୍ରଜ୍ଞା ବୈଭବ
  • ବିଶ୍ୱବୀକ୍ଷା
  • ଜିଜ୍ଞାସାର ସ୍ବର
  • ଆମେରିକାର ପଥପ୍ରାନ୍ତେ (ଭ୍ରମଣକାହାଣୀ)
  • ପରିବେଶ ଅଧ୍ୟୟନ (ପାଠ୍ୟପୁସ୍ତକ)

ଅନୁବାଦ

[ସମ୍ପାଦନା]
  • କେନେଥ ଆଣ୍ଡରସନ, ଅରଣ୍ୟର ପରିଚୟ
  • ଆର.କେ. ନାରାୟଣନ, ମହାତ୍ମାଙ୍କ ପ୍ରତୀକ୍ଷାରେ
  • ବଟବୃକ୍ଷର ତଳେ ଓ ଅନ୍ୟାନ୍ୟ ଗଳ୍ପ
  • ଆର.କେ. ନାରାୟଣନ, ମାଲଗୁଡି ପାଇଁ ବାଘଟିଏ

ଅନ୍ୟାନ୍ୟ

[ସମ୍ପାଦନା]
  • Incident of Absence
  1. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୬୭.