Jump to content

ସାବିତ୍ରୀ ରଥ

ଉଇକିପିଡ଼ିଆ‌ରୁ

ସାବିତ୍ରୀ ରଥ ଜଣେ ଭାରତୀୟ ବିଚାରପତି । ଜଷ୍ଟିସ ଅମିୟ କୁମାରୀ ପାଢ଼ୀ ଏବଂ ସଞ୍ଜୁ ପଣ୍ଡାଙ୍କ ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ତୃତୀୟ ମହିଳା ବିଚାରପତି ।[][][]

ଶିକ୍ଷା ପେଶାଜୀବନ

[ସମ୍ପାଦନା]

ସାବିତ୍ରୀ ରଥ ପୂର୍ବତନ ଡିରେକ୍ଟର ଜେନେରାଲ୍ ଅଫ୍ ପୋଲିସ୍ (ଡିଜିପି) ପ୍ରଫୁଲ୍ଲ ରଥଙ୍କର କନ୍ୟା।[] ସେ ତାଙ୍କର ମହାବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିବା ପରେ, ନୂଆଦିଲ୍ଲୀର ନ୍ୟାସନାଲ୍ ଲ ଯୁନିଭର୍ସିଟିରୁ ଆଇନ ଶିକ୍ଷା ଗ୍ରହଣ କରି ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ତା'ପରେ, ସେ ପୂର୍ବତନ ଓଡ଼ିଶା ହାଇକୋର୍ଟର ଆଡଭୋକେଟ୍ ଏବଂ ପୂର୍ବତନ ପାଟଣା ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରଫୁଲ୍ଲ ମିଶ୍ରଙ୍କ ଅଧୀନରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଭିଜିଲାନ୍ସ ବିଭାଗର ଷ୍ଟାଣ୍ଡିଙ୍ଗ କାଉନସିଲ୍ ଭାବେ କାମ କରିଥିଲେ ।

ଜାନୁଆରୀ 22 ରେ, ସୁପ୍ରିମ କୋର୍ଟ କଲିଜିଅମ୍ ସାବିତ୍ରୀ ରଥଙ୍କ ପଦୋନ୍ନତି ପାଇଁ ଓଡ଼ିଶା ହାଇକୋର୍ଟ କଲିଜିଅମର ପ୍ରସ୍ତାବକୁ ଅନୁମୋଦନ କରିଥିଲା ।[] ୧୧ ଜୁନ ୨୦୨୦ରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ପଦଭାର ଗ୍ରହଣ କଲେ ।[][]

  1. "Savitri Ratho Sworn In As Judge Of Orissa High Court". indialegallive.com. Archived from the original on 26 June 2022. Retrieved 22 December 2024.
  2. "Justice Savitri Ratho takes oath as Judge of Odisha High Court". Odisha Diary, Latest Odisha News, Breaking News Odisha. 11 June 2020. Retrieved 22 December 2024.
  3. "Justice Sabitri Ratho appointed as Judge of Orissa High Court". www.uniindia.com. Retrieved 22 December 2024.
  4. Bureau, O. B. (9 June 2020). "Savitri Ratho Appointed Orissa High Court Judge". Odisha Bytes. Retrieved 22 December 2024.
  5. archive, From our online (10 June 2020). "Savitri Ratho appointed Orissa High Court Judge". The New Indian Express (in ଇଂରାଜୀ). Retrieved 22 December 2024.
  6. Bench, Bar & (9 June 2020). "Centre notifies appointment of Savitri Ratho as Judge of Orissa High Court [Read Notification]". Bar and Bench - Indian Legal news (in ଇଂରାଜୀ). Retrieved 22 December 2024.
  7. Biswas, Ramakanta. "President Ram Nath Kovind on Tuesday appointed senior lawyer Savitri Ratho as a judge of the Orissa High Court". odishatv.in (in ଇଂରାଜୀ). Retrieved 22 December 2024.