ଦେବବ୍ରତ ଦାଶ (ବିଚାରପତି)
ଦେବବ୍ରତ ଦାଶ (ଜନ୍ମ: ୧୨ ଅକ୍ଟୋବର ୧୯୬୨) ଜଣେ ଭାରତୀୟ ଓକିଲ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତି ।[୧]
ଶିକ୍ଷା ଓ କର୍ମ ଜୀବନ
[ସମ୍ପାଦନା]ଦେବବ୍ରତ ଦାଶ 12 ଅକ୍ଟୋବର 1962ରେ ଓଡ଼ିଶାର ବାରିପଦାରେ ଜନ୍ମ ହୋଇଥିଲେ । ପିତା ଥିଲେ ସ୍ୱର୍ଗତ ହରେକୃଷ୍ଣ ଦାଶ ଏବଂ ମାତା ବକୁଳରାଣୀ ଦାଶ । ବାରିପଦାରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ 1981ରେ ଏମ୍ ପି ସି କଲେଜ, ବାରିପଦାରୁ ପଦାର୍ଥ ବିଜ୍ଞାନ (ସମ୍ମାନ)ରେ ସ୍ନାତକ ଡିଗ୍ରୀ ଲାଭ କଲେ । ପରେ ୧୯୮୪ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମୟୁରଭଞ୍ଜ ଲ’ କଲେଜରୁ ଆଇନ (LL.B.)ରେ ଡିଗ୍ରୀ ଲାଭ କଲେ । ଏକ ଆଇନଜୀବୀ ଭାବରେ ନାମ ଲିଖାଇ ତାଙ୍କର ପିତା ହରେକୃଷ୍ଣ ଦାଶଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନରେ ବାରିପଦା ବାରରେ ଓକିଲାତି ଆରମ୍ଭ କଲେ । 18 ବର୍ଷ ଧରି ଓକିଲାତି କରିବା ପରେ, ୦୩.୦୨.୨୦୦୩ରେ ତାଙ୍କୁ ଓଏସଜେଏସ (ବରିଷ୍ଠ ଶାଖା)ରେ ଯୋଗାଯୋଗ କରାଯାଇ, କଟକରେ ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ ଭାବରେ ନିଯୁକ୍ତି ମିଳିଲା ।[୨] ସେ ଅନୁଗୁଳର ଜିଲ୍ଲା ଏବଂ ଦୌରା ଜଜ, ଲିଗାଲ୍ ରିମେମ୍ବ୍ରାନ୍ସର ଏବଂ ଓଡ଼ିଶା ସରକାରର ପ୍ରଧାନ ସଚିବ (ନ୍ୟାୟ), ଭୁବନେଶ୍ବରର ଖୋର୍ଦ୍ଧା ଜିଲ୍ଲା ଏବଂ ଦୌରା ଜଜ, ଓ ଗଞ୍ଜାମର ବ୍ରହ୍ମପୁରରେ ଜିଲ୍ଲା ଏବଂ ଦୌରା ଜଜ ଭାବରେ ମଧ୍ୟ କାର୍ଯ୍ୟ ନିର୍ବାହ କରିଛନ୍ତି ।
ସେ 29.11.2013ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବରେ ପଦୋନ୍ନତି ଲାଭ କଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Judge | Orissa High Court, Cuttack". orissahighcourt.nic.in. Retrieved 2024-12-21.
- ↑ "GOVERNMENT OF ORISSA". indiankanoon.org. Retrieved 21 December 2024.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |