Jump to content

ଲିସା ଗାଜୀ

ଉଇକିପିଡ଼ିଆ‌ରୁ
ଲିସା ଗାଜୀ
লিসা গাজী
ଜନ୍ମ (1969-08-14) ୧୪ ଅଗଷ୍ଟ ୧୯୬୯ (ବୟସ ୫୫)
ଜାତୀୟତାବ୍ରିଟିଶ
ବୃତ୍ତି(ସମୂହ)ଲେଖିକା
ନାଟ୍ୟକାର
ଥିଏଟର ନିର୍ଦ୍ଦେଶିକା
ଅଭିନେତ୍ରୀ
ଦୂରଦର୍ଶନ ଉପସ୍ଥାପିକା
ସକ୍ରିୟ ବର୍ଷ୨୦୦୮–ଏବେଯାଏଁ
Titleକୋମଲା କଲେକ୍ଟିଭ୍‌ର ସହ-ସଂସ୍ଥାପକ
ସନ୍ତାନ

ଲିସା ଗାଜୀ (ଛାଞ୍ଚ:Langx; ଜନ୍ମ: ୧୪ ଅଗଷ୍ଟ ୧୯୬୯)[] ଜଣେ ବଙ୍ଗଳାଦେଶୀ-ଜନ୍ମିତ ଲଣ୍ଡନରେ ବସବାସ କରୁଥିବା ବ୍ରିଟିଶ ଲେଖିକା, ନାଟ୍ୟକାର, ଥିଏଟର ନିର୍ଦ୍ଦେଶିକା, ଅଭିନେତ୍ରୀ ।

ପୃଷ୍ଠଭୂମି

[ସମ୍ପାଦନା]

ଗାଜୀଙ୍କ ବାପା ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ ଲଢ଼ିଥିଲେ ।[]

ଗାଜି ଥିଏଟର ଆଣ୍ଡ୍ ଆର୍ଟସ୍ କମ୍ପାନୀ କୋମଲା କଲେକ୍ଟିଭ୍‌ର ସହ ପ୍ରତିଷ୍ଠାତା ଅଟନ୍ତି ।[] ସେ ସାଉଥ୍‌ବ୍ୟାଙ୍କ ସେଣ୍ଟରରେ ସିକ୍ସ ସିଜିନ୍ ଏବଂ ତହମିମା ଅନାମଙ୍କ 'ଏ ଗୋଲ୍ଡେନ୍ ଏଜ୍'ର ଚିତ୍ରନାଟ୍ୟ-ଲେଖିକା ଓ କଳାକାର ଥିଲେ । ତାଙ୍କର ନାଟ୍ୟ କ୍ରେଡିଟ୍ ଗୁଡ଼ିକ ମଧ୍ୟରେ ରହିଛି:[] ବିରଙ୍ଗନା: ଓମେନ୍ ଓଫ୍ ୱାର୍,[] ସୋନାଟା, ରକିଜ୍ ଡ୍ରିମ୍, ଡିମନ୍‌ସ୍ ରିଭେଞ୍ଜ, ପୋଣ୍ଡରଫୁଲ୍ ପିପୁଲ୍, ଓ ବୋନବିବି । ସେ ୨୦୧୨ରେ ବୋନବିବି: ଲେଡି ଅଫ୍ ଦ ଫରେଷ୍ଟ ପାଇଁ ସ୍କ୍ରିପ୍ଟ ମଧ୍ୟ ଲେଖିଥିଲେ ।[] ସେ ପିପୁଲ୍‌ସ୍ ରୋମିଓରେ ପ୍ରଦର୍ଶନ କରିଥିଲେ,[] ଯାହାକି ଟାଟା ଆର୍ଟସ୍ ସହିତ ମିଳିତ ଭାବରେ ଏକ ଆଠ-ସପ୍ତାହ ବ୍ୟାପୀ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଥିଲା ।[] ତାଙ୍କ ଅଭିନୀତ ସୋନାଟା ନାଟକ ପାଇଁ ତାଙ୍କୁ ୨୦୧୦ରେ ବ୍ରିଟିଶ୍ କାଉନ୍‌ସିଲ୍ ଦ୍ୱାରା ବାଂଲାଦେଶକୁ ନିମନ୍ତ୍ରଣ କରାଯାଇଥିଲା ।[] ସେ ଏ ଗୋଲ୍ଡେନ୍ ଏଜ୍ ଧାରାବାହିକ ରୂପାନ୍ତରରେ ଅଭିନୟ କରିଥିଲେ । ସେ ଆକ୍ରମ ଖାନଙ୍କର ଦେଶ ନାଟକ ପାଇଁ ସାଂସ୍କୃତିକ ସଂଯୋଜକ ଓ ଭଏସ୍ ଆର୍ଟିଷ୍ଟ ଭାବରେ କାର୍ଯ୍ୟ କରିଥିଲେ ।[]

୨୦୧୨ ମସିହାରେ ସେ ଦି ଟେମ୍ପେଷ୍ଟ ସ୍ଥିତ ଗ୍ଲୋବ ଥିଏଟରରେ ଗ୍ଲୋବ ଟୁ ଗ୍ଲୋବ ଫେଷ୍ଟିଭାଲରେ ସ୍କ୍ରିପ୍ଟ ଇଣ୍ଟରପ୍ରିଟର୍ ଭାବେ କାମ କରିଥିଲେ । ସେ ଘରୋଇ ହିଂସା କୁ ନେଇ ଏକ ନାଟକରେ ଅଭିନୟ କରିଥିଲେ ଯାହାର ନାମ ଥିଲା ୱିସ୍ପର ମି ହାପି ଏଭର୍ ଆଫ୍ଟର୍ । ସେ ଜଣେ ଅଭିନେତା ଭାବରେ ଟ୍ରେନ୍୪ଚେଞ୍ଜ ପାଇଁ ମଧ୍ୟ କାମ କରନ୍ତି ଏବଂ ଦାତବ୍ୟ ୱାଟରଏଡ୍ ପାଇଁ ଏକ ଚଳଚ୍ଚିତ୍ରରେ ସେମାନଙ୍କ ସହିତ ଏକ ପ୍ରୋଜେକ୍ଟରେ କାମ କରିଥିଲେ । ମଇରୁ ଅଗଷ୍ଟ ୨୦୧୪ ମଧ୍ୟରେ ସେ ବିବିସି ଏଜୁକେସନଲ ଫିଲ୍ମସର ଏକ ଧାରାବାହିକରେ ଅଭିନେତ୍ରୀ ଭାବରେ କାମ କରିଥିଲେ ।[]

କୋମୋଲା କଲେକ୍ଟିଭ୍ ପକ୍ଷରୁ ତାଙ୍କୁ ବିରଙ୍ଗନା: ଓମେନ୍ ଅଫ୍ ୱାର୍ ଥିଏଟର ପ୍ରକଳ୍ପ ପାଇଁ ଏସିଇ ପକ୍ଷରୁ ଗ୍ରାଣ୍ଟସ୍ ଫର୍ ଦି ଆର୍ଟସ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ସେ ହେଉଛନ୍ତି ଏହି ଥିଏଟର ପ୍ରଡକ୍ସନର କନସେପ୍ଟ ଡେଭଲପର, ସହ-ଲେଖିକା ଓ କଳାକାର ।[][][][୧୦][୧୧][୧୨][୧୩][୧୪] ମଇ ୨୦୧୪ରେ, ତାଙ୍କର ବିବିସି ଏସିଆନ୍ ନେଟୱର୍କରେ ନାଦିଆ ଅଲ୍ଲୀ ସାକ୍ଷାତକାର ଦେଇଥିଲେ ।[୧୫]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୦୯ ଲାଇଫ୍ ଗୋଜ୍ ଅନ୍
୨୦୧୯ ସାଇଜିଂ ସାଇଲେନ୍ସ ନିର୍ଦ୍ଦେଶିକା ତାଙ୍କର ପ୍ରଥମ ନିର୍ଦ୍ଦେଶନା
୨୦୨୩ ଏ ହାଉସ୍ ନେମ୍‌ଡ୍ ଶାହାନା ଲେଖିକା/ନିର୍ଦ୍ଦେଶିକା
ବର୍ଷ ଶୀର୍ଷକ ଏଥିଟର
୨୦୦୮–୨୦୧୦ ସୋନାଟା ତାରା ଆର୍ଟସ୍
୨୦୧୦ ରୋକେୟାସ୍ ଡ୍ରିମ୍
ପୋଣ୍ଡରଫୁଲ୍ ପିପୁଲ୍ ଫେସ୍ ଫ୍ରଣ୍ଟ
୨୦୧୦ ବୋନବିବି କଲ୍‌ଚର୍‌ପଟ୍ ଗ୍ଲୋବାଲ୍
୨୦୧୨ ବୋନବିବି: ଲେଡି ଅଫ୍ ଦି ଫରେଷ୍ଟ
୨୦୧୫ ବିରାଙ୍ଗନା: ଓମେନ୍ ଅଫ୍ ୱାର୍ ତାରା ଆର୍ଟସ୍
  1. ୧.୦ ୧.୧ Bhuchar, Suman (9 May 2014). "Actor Leesa Gazi on Birangona: Women of War, stories of female survivors". Theatre Voice. Retrieved 1 February 2015.
  2. "Arts & Culture". British Bangladeshi Power & Inspiration. January 2015. Archived from the original on 31 January 2015. Retrieved 1 February 2015.
  3. ୩.୦ ୩.୧ ୩.୨ ୩.୩ ୩.୪ "Leesa Gazi". The Huffington Post. Retrieved 1 February 2015.
  4. Dey, Saurav (19 December 2014). "Komola Collective stages Birangona: Women of War". The Daily Star. Bangladesh. Retrieved 1 April 2015.
  5. Vale, Paul (13 September 2010). "People's Romeo". The Stage. Retrieved 1 April 2015.
  6. "A "Sonata" for Dhaka". The Daily Star. Bangladesh. 4 January 2010. Retrieved 1 April 2015.
  7. Dey, Saurav (28 August 2013). "Bringing Forth Unsung Tales of Birangonas". The Daily Star. Bangladesh. Retrieved 1 February 2015.
  8. Nadiya, Shabnam (13 September 2013). "Birangona". Bdnews24.com. Bangladesh. Retrieved 1 February 2015.
  9. Sinha, Kounteya (25 March 2014). "Play in UK tells of Bengali women raped by Pakistani army during 1971 war". The Times of India. Retrieved 1 February 2015.
  10. Gazi, Leesa (31 March 2014). "Birangona: Will the World Listen?". The Huffington Post. Retrieved 1 February 2015.
  11. Anam, Tahmina (15 April 2014). "Bangladesh's Birangona women: 'Tell the world our story'". The Guardian. Retrieved 1 February 2015.
  12. Dey, Saurav (30 April 2014). "Bringing Forth Unsung Tales of Birangonas". Birmingham Mail. Retrieved 1 February 2015.
  13. "Komola Collective stages a series of shows of Birangona". New Age. Bangladesh. 20 December 2014. Retrieved 1 February 2015.
  14. Chatak, Hasan Mansoor (21 December 2014). "Komla Collective pays tribute to Birangonas". Dhaka Tribune. Retrieved 1 February 2015.
  15. "Leesa Gazi talks to the writer behind the latest Brit Bangla play – Birangona". BBC Asian Network. 18 May 2014. Retrieved 1 December 2014.

ବାହାର ଲିଙ୍କ୍

[ସମ୍ପାଦନା]