ଆଲୋଚନା:ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ
ଦେଖଣା
ଏହି ପ୍ରସଙ୍ଗଟି ଏସିଆ ମାସ ଗଣସମ୍ପାଦନା, ୨୦୨୪ରେ ଗଢ଼ାଯାଇଛି । |
ଫଟୋ ବାବଦରେ
[ସମ୍ପାଦନା]@ରାଜ ଭାଇ, ଆପଣ ଆରମ୍ଭ କରିଥିବା ଏ ଲେଖାରେ ଯୋଡ଼ିଥିବା ଫଟୋଟି ନିଜେ ଉଠେଇଥିଲେ କି? ପଚାରିବାର କାରଣ ହେଉଛି ଉଇକିପିଡ଼ିଆରେ ଫଟୋକୁ ନେଇ ନିୟମସବୁ ଭାରୀ କଡ଼ା । ଯଦି ନିଜେ ଉଠେଇନଥିବେ ତାହେଲେ ଆଗକୁ ଅପଲୋଡ଼ ନ କରିବାକୁ ଅନୁରୋଧ । ଆପଣ ସଠିକ ଭାବେ ଅପଲୋଡ଼ କରିଛନ୍ତି (ଉଇକିମିଡ଼ିଆ କମନ୍ସକୁ ଯାଇ) ହେଲେ ଯଦି ନିଜେ ଉଠେଇନଥିବେ ତାହେଲେ ସେଠି ପରିଚାଳକମାନେ ଲିଭାଇଦେବେ । ତେବେ ଆପଣ ପ୍ରଥମ ଥର ଅପଲୋଡ଼ କରିଥିବାରୁ ବେଶୀ କିଛି ଅସୁବିଧା ହେବନି । ଦୟାକରି ଜଣାଇବେ । Psubhashish (ମୋ ଆଲୋଚନା) ୦୦:୪୭, ୮ ନଭେମ୍ବର ୨୦୨୪ (IST)
- ଭାଇ ଫଟୋଟି ମୁଁ ତାଙ୍କ ବହିରୁ ସ୍କାନ କରି ଅପଲୋଡ କରିଛି । ଆମେ ଯେଉଁ ଲେଖକମାନଙ୍କ ବିଷୟରେ ଲେଖୁଛେ ବା ପୂର୍ବରୁ ସେମାନଙ୍କ ସଂପର୍କରେ ୱିକିରେ ତଥ୍ୟ ଅଛି ସେମାନଙ୍କର ଫଟୋ ମୋ ପାଖରେ ଅଛି, ତାକୁ ଆମେ ବ୍ୟବହାର କରିପାରିବା କି ? ଜଣାଇବେ Raj K. Mohapatra (Puri) (ମୋ ଆଲୋଚନା) ୧୦:୧୪, ୮ ନଭେମ୍ବର ୨୦୨୪ (IST)
- ତାହେଲେ ଆଗକୁ ଅପଲୋଡ଼ କରନ୍ତୁ ନାହିଁ । ଅଯଥା ଆକାଉଣ୍ଟ ବ୍ଲକ ହେବାର ଭୟ ଅଛି । ତଥ୍ୟର ଆଧାରରେ ଯେହେତୁ ଆମେ ଲେଖାକୁ ସମ୍ପାଦନା କରି ଲେଖୁଛେ ସେଥିରେ କପିରାଇଟ ନାହିଁ । ହେଲେ ଫଟୋରେ ଅଛି ଆଉ ଉଇକିରେ ରହିପାରିବ ନାହିଁ । କେବଳ ଫଟୋଗ୍ରାଫର ନିଜେ ଦେଇପାରିବେ । ଫଟୋଗ୍ରାଫର ଏ ଫର୍ମ ବ୍ୟବହାର କରି ଅନୁମତି ଦେଇପାରିବେ । ଯଦି ତା' ସମ୍ଭବ ନ ହେଲା ତା'ହେଲେ ଲେଖକଙ୍କ ଦେହାନ୍ତ ପରେ ଛୋଟ ଆକାରର ଫଟୋଟେ ପ୍ରତି ଉଇକିପିଡ଼ିଆରେ ଅଲଗା ଅଲଗା ଭାବେ ଅପଲୋଡ଼ କରିବାକୁ ପଡ଼ିବ । ଯଦି ଜଣଙ୍କ ବାବଦେ ଓଡ଼ିଆ ଆଉ ଇଂରାଜୀରେ ପ୍ରସଙ୍ଗ ଅଛି ତାହେଲେ ଉଭୟ ଓଡ଼ିଆ ଓ ଇଂରାଜୀରେ ଅଲଗା ଅଲଗା ଅପଲୋଡ଼ କରିବାକୁ ହେବ । ଏଇଟା Fair Use ଅଧୀନରେ । କପିରାଇଟ ଥିବା ଫଟୋ ହେଲେ କେବଳ ସୂଚାଇବା ପାଇଁ ଅଳ୍ପ ରେଜୋଲ୍ୟୁସନରେ । ଆଉ ଅଲଗା ବାଟ ନଥିବାରୁ ରଖାଯାଏ । Psubhashish (ମୋ ଆଲୋଚନା) ୧୧:୩୯, ୮ ନଭେମ୍ବର ୨୦୨୪ (IST)