ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ
ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ | |
---|---|
ଜନ୍ମ | ୧୬ ଏପ୍ରିଲ ୧୯୮୩ |
ଜାତୀୟତା | ଭାରତୀୟ |
ବୃତ୍ତି | ଅଧ୍ୟାପନା |
ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ (ଜନ୍ମ: ୧୬ ଏପ୍ରିଲ ୧୯୮୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ ଓ ଶିକ୍ଷାଜିବୀ । ସେ ଓଡ଼ିଆ ଗଳ୍ପ, କବିତା, ଉପନ୍ୟାସ, ଶିଶୁସାହିତ୍ୟ, ଅନୁବାଦ ଓ ସମାଲୋଚନା ଆଦି ରଚନା କରିଛନ୍ତି ।[୧][୨]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସେ ମୟୁରଭଞ୍ଜ ଜିଲ୍ଲାର ଚିତ୍ରଡ଼ା ବ୍ଲକ କାନ୍ଦଣା ଗ୍ରାମରେ ଜନ୍ମ ହୋଇଥିଲେ। ମୟୁରଭଞ୍ଜର ଉଦଳାରେ ତାଙ୍କର ଶିକ୍ଷା ଜୀବନ ବିତିଥିଲା । ଛାତ୍ର ଅବସ୍ଥାରୁ ସେ କବିତା, ଗଳ୍ପ ଓ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ କବିତା "ପ୍ରଭୁ" ସତସଙ୍ଗ, ଦେଓଘରରୁ ପ୍ରକାଶିତ ମାସିକ ଊର୍ଜନାରେ ୧୯୯୫ ମସିହାରେ ପ୍ରକାଶ ପାଇଥିଲା। ଉଦଳା ମହାବିଦ୍ୟାଳୟରେ ଯୁକ୍ତ ତିନି ବିଜ୍ଞାନ ପଢୁଥିଲା ବେଳେ ୨୦୦୧ ମସିହାରେ "ଅଭିମନ୍ୟୁ" ନାମରେ ଏକ ଉପନ୍ୟାସ ପ୍ରକାଶ ପାଇଥିଲା । ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ପରେ ସେ ସେହି ବିଭାଗରେ ଅଧ୍ୟାପନା ଆରମ୍ଭ କରିଥିଲେ । ମାନବ ମାନବ ସମ୍ବଳ ଓ ପରିଚାଳନା ବିଷୟରେ ଫକୀରମୋହନ ବିଶ୍ୱବିଦ୍ୟାଳୟରୁ ପୁନଃ ସ୍ନାତକୋତ୍ତର କରିଥିଲେ । ସେ ମୁଖ୍ୟତଃ କବିତା, ଓଡ଼ିଆ ସାହିତ୍ୟ ସମୀକ୍ଷା ଓ ଆଲୋଚନାମୂଳକ ପ୍ରବନ୍ଧ ରଚନା କରିଛନ୍ତି ।[୩][୪]
ରଚନାବଳୀ
[ସମ୍ପାଦନା]- ଅଭିମନ୍ୟୁ (୨୦୦୧, ଉପନ୍ୟାସ)
- ମାଳିନୀ (ଓଡ଼ିଆ କବିତା ସଂକଳନ) (୨୦୧୯)
- ଆଗାମୀ ଜନ୍ମରେ ଯଦି ପକ୍ଷୀଟିଏ ହୁଏ (୨୦୨୦, କବିତା)
- ଟୁୱାର୍ଡ଼ସ୍ ହରାଇଜନ୍ (୨୦୨୦)
- ଖଲିଲ ଜୀବ୍ରାନଙ୍କ ଦ ପ୍ରଫେଟର ଓଡ଼ିଆ ଅନୁବାଦ (୨୦୨୪)[୫]
ଆଧାର
[ସମ୍ପାଦନା]- ↑ ଦାସ, ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ ଦାସ. "ସମୀକ୍ଷା: "ପ୍ରୀତିଲଗ୍ନା"". ଧ୍ୱନି ପ୍ରତିଧ୍ୱନି. Retrieved 11 December 2024.
- ↑ ଦାସ, ପ୍ରେମାନନ୍ଦ ଶ୍ରୀ ଆର୍ଯ୍ୟବ୍ରତ. "କଥନୀକା: ବୁଝାମଣା, ନାରୀ-ପୁରୁଷର" (PDF). ହିରଣ୍ମୟୀ. ହିରଣ୍ମୟୀ. Retrieved 11 December 2024.
- ↑ https://dhwanipratidhwani.net/2021/07/04/e-paper-for-4th-july-4/
- ↑ https://www.sakalaepaper.com/media/2024-03/sakala-epaper-18-march-2024-cuttack.pdf[permanent dead link]
- ↑ ପଣ୍ଡା, ଶ୍ରୀହରି (୨୦୨୨). ମୟୂରଭଞ୍ଜିଆ ସାରସ୍ୱତ ସାଧକ. ଝାଞ୍ଜିରିମଙ୍ଗଳା, କଟକ: ସାଇଯମୁନା.