ବକାରଖାନି
ଅନ୍ୟ ନାମ | ଶୁଖା |
---|---|
ପ୍ରକାର | ରୋଟି |
ପରଷା | ମିଷ୍ଟାନ୍ନ |
ମୂଳ ସ୍ଥାନ | ବଙ୍ଗଳାଦେଶ |
ଅଞ୍ଚଳ ବା ରାଜ୍ୟ | ଢାକା |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | Bangladesh,[୧] India[୨] and Pakistan[୩] |
ମୁଖ୍ୟ ଉପାଦାନ | ମଇଦା, ଘିଅ, କ୍ଷୀର, ଚିନି(ଇଛ୍ହଧୀନ) |
ପ୍ରକାର ଭେଦ | Gao-joban, Shuki (shukha), Nimshuki, Kaicha-ruti, Mulam, Chinshuki, Kashmiri |
|
ବାକରଖାନି କିମ୍ବା ବାକାରଖାନି କିମ୍ବା ବକରଖାନି ରୁଟି ବଙ୍ଗଳାଦେଶ ଲୋକଙ୍କର ଏକ ପାରମ୍ପରିକ ଭୋଜନ ଅଟେ ଯାହା ମଇଦା, ଘିଅ, କ୍ଷୀର ଏବଂ ଚିନିରୁ ପ୍ରସ୍ତୁତ ହୋଇଥାଏ । ବକରଖାନି ମୁଗଲାଇ ରୋଷେଇର ଏକ ଲୋକପ୍ରିୟ ରୁଟି ଏବଂ ଏହାକୁ ଗରମ ଏବଂ ମସଲାଯୁକ୍ତ ଚିକେନ୍ ଏବଂ ମାଂସ ତରକାରୀ ସହିତ ଅନେକ ପସନ୍ଦ କରନ୍ତି |[୪] ଦକ୍ଷିଣ ଏସିଆର କେତେକ ମୁସଲମାନ ଧାର୍ମିକ ପର୍ବରେ ବକାରଖାନି ପ୍ରସ୍ତୁତ ହୋଇ ବର୍ତ୍ତମାନ ମିଠା ରୁଟି ଭାବରେ ଲୋକପ୍ରିୟ ହୋଇଛି । ଏହି ଖାଦ୍ୟ ଅନେକ ଉତ୍ତର ଭାରତୀୟ ରେସିପିର ମିଶ୍ରଣ |
ବକାରକାନି ରୁଟିର ମୁଖ୍ୟ ଉପାଦାନଗୁଡ଼ିକ ହେଉଛି ମଇଦା, ସେମୋଲିନା, ଚିନି, କେଶର, ପପି କିମ୍ବା ନିଗେଲା ମଞ୍ଜି, ଲୁଣ, କ୍ଷୀର ଏବଂ ଘିଅ |
ଇତିହାସ
[ସମ୍ପାଦନା]ଏହି ରୁଟିର ନାମକରଣ ପଛରେ ଏକ ସୁନ୍ଦର କିମ୍ବଦନ୍ତୀ ପ୍ରଚଳିତ ଅଛି । କିମ୍ବଦନ୍ତୀ ଅନୁଯାୟୀ ମୁର୍ସିଦ କୁଲି ଖାନ- ଦ୍ୱିତୀୟର ଜ୍ୱାଇଁ ମିର୍ଜା ଆଗା ବାକରଙ୍କ ନାମାନୁସାରେ ଏହି ରୁଟିର ନାମ କରଣ ହୋଇଛି । କିମ୍ବଦନ୍ତୀ ଅନୁଯାୟୀ, ବଙ୍ଗଳାର ନବାବ ସିରାଜ ଉଦ-ଦୌଲ୍ଲାଙ୍କ ଅଧୀନରେ କାର୍ଯ୍ୟରତ ବାକର୍ ନାମକ ସେନାପତି ଆରାମ୍ବାଗର ଖାନି ବେଗମ୍ ନାମକ ଜଣେ ନୃତ୍ୟାଙ୍ଗନାଙ୍କୁ ପ୍ରେମ କରିଥିଲେ । ଏକଥା ସହରର କୋତୱାଲ୍ ଏବଂ ୱାଜିରଙ୍କ ପୁଅ ଜୟନୁଲ ଖାନ ମଧ୍ୟ ଜାଣିଥିଲେ । ନୃତ୍ୟାଙ୍ଗନା ଖାନି ଅତୀତରେ ଜୟନୁଲଙ୍କୁ ପ୍ରତ୍ୟାଖ୍ୟାନ କରିଥିବା ହେତୁ ଜୟନୁଲ ଏହାର ପ୍ରତିଶୋଧ ନେବାପାଇଁ ଖାନିକୁ ଆକ୍ରମଣ କରିବାକୁ ଚେଷ୍ଟା କରନ୍ତେ, ବାକର ଏଥିରେ ହସ୍ତକ୍ଷେପ କରି ଜୟନୁଲଙ୍କୁ ଖଣ୍ଡାଯୁଦ୍ଧରେ ପରାସ୍ତ କରିଥିଲେ । ଜୟନୁଲଙ୍କ ଦୁଇ ସାଥୀ ଯାଇ ତାଙ୍କ ପିତା ୱାଜିରଙ୍କୁ ମିଥ୍ୟା ଖବର ଦେଇ କହନ୍ତି ଯେ ବାକର ଜୟନୁଲଙ୍କୁ ହତ୍ୟା କରିଛି । ଏକଥା ଶୁଣି ରାଗିଯାଇ ୱାଜିର ଆଦେଶ ଦେଲେ ଯେ ବାକରକୁ ଏକ ବାଘ ସହିତ ଏକ ଗୁମ୍ଫା ଭିତରେ ରଖାଯାଉ | କିନ୍ତୁ ବଳଶାଳୀ ବାକର୍ ବାଘକୁ ହତ୍ୟା କରିଛି ଏବଂ ସେହି ସମୟରେ ଜୟନୁଲଙ୍କ ମୃତ୍ୟୁ ଦାବି ମିଥ୍ୟା ବୋଲି ଜଣାପଡିଛି । ପରେ ୱାଜିର, ଜାହାନ୍ଦର ଖାନ ଏବଂ ତାଙ୍କ ପୁଅ ଜୟନୁଲ ଖାନୀଙ୍କୁ ଅପହରଣ କରି ଦକ୍ଷିଣ ବଙ୍ଗଳା ଅଭିମୁଖେ ଯାତ୍ରା କରିଥିଲେ । ଖାନିକୁ ଉଦ୍ଧାର କରିବାକୁ ବାକର ପହଞ୍ଚିବା ପରେ ସେଠାରେ ପୁଣି ଯୁଦ୍ଧ ଆରମ୍ଭ ହେଲା । ତଲୱାରର ଅନ୍ୟ ଏକ ଯୁଦ୍ଧରେ ଜୟନୁଲ ଅଜାଣତରେ ଖାନିଙ୍କୁ ହତ୍ୟା କରିଦେବା ପରେ ଜାହାନ୍ଦର କ୍ରୋଧିତ ହୋଇ ହଠାତ୍ ଜୟନୁଲଙ୍କୁ ହତ୍ୟା କରିଥିଲା | ପରେ ଖାନୀଙ୍କୁ ବକଲା-ଚନ୍ଦ୍ରଦ୍ୱୀପ (ପାଟୁଆଖାଲି-ବରିସାଲ) ରେ ସମାଧି ଦିଆଗଲା | ବାକର ଖାନ ଖନୀଙ୍କ କବର ଉପରେ ଏକ ସମାଧି ନିର୍ମାଣ କରନ୍ତି ଏବଂ ବକଲା-ଚନ୍ଦ୍ରଦ୍ୱୀପକୁ ତାଙ୍କ ନାମରେ ବାକରଗଞ୍ଜ ନାମରେ ନାମିତ ହୁଏ । ବାକର୍ ଏହି କ୍ଷେତ୍ର ସହିତ ପୂର୍ବରୁ ପରିଚିତ ଥିଲେ କାରଣ ବାରିସାଲର ସାଲିମାବାଦ ଏବଂ ଉମେଦପୁର ପ୍ରଗଣାରେ ସେ ପୂର୍ବରୁ ଜାଗିର ଭାବେ ନିଯୁକ୍ତ ଥିଲେ । ପରବର୍ତ୍ତୀ ସମୟରେ ବାକର୍ ଖାନ୍ ଏବଂ ଖାନି ବେଗମ୍ ଙ୍କ ଦୁଃଖଦ ପ୍ରେମ କାହାଣୀ ରୋଟି ନିର୍ମାତା ମାନଙ୍କୁ ତାଙ୍କର ପ୍ରିୟ ରୁଟିର ନାମ ବାକରଖାନି ରଖିବା ପାଇଁ ପ୍ରେରଣା ଦେଇଥିଲା | ଢାକାର ପ୍ରଥମ ବାକରଖାନି ଦୋକାନ ଲାଲବାଗ ଦୁର୍ଗର ନିକଟବର୍ତ୍ତୀ ସ୍ଥାନରେ ଖୋଲା ଯାଇଥିଲା ଏବଂ ସହରର ଅନେକ ବାକରଖାନି ବିକ୍ରେତା ସିଲହଟ ଡିଭିଜନରୁ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ।
ବାଣିଜ୍ୟ ଏବଂ ଭ୍ରମଣ ମାଧ୍ୟମରେ ବକାରଖାନି କାଶ୍ମୀର, ବିହାର, ଲଖନଉ ଏବଂ ହାଇଦ୍ରାବାଦ ଭଳି ସ୍ଥାନରେ ବଙ୍ଗଳା ବାହାରେ ଲୋକପ୍ରିୟ ହେବାକୁ ଲାଗିଲା ।
ପ୍ରସ୍ତୁତ ପ୍ରଣାଳୀ
[ସମ୍ପାଦନା]ଅଟା, ଘିଅ, ଚିନି, କ୍ଷୀର ଏବଂ ଲୁଣକୁ ପାଣିରେ ମିଶାଇ ବକାରଖାନି ପ୍ରସ୍ତୁତ କରାଯାଏ | ପ୍ରଥମେ ଅଟାରେ କିଛି ପାଣି ଓ ଘିଅ ମିଶାଇ ତାକୁ ଭଲ ରୂପେ ଦଳି ଓଦା କନାରେ ଘୋଡାଇ କେଇ ମିନିଟ ରଖାଯାଏ । ତାପରେ ଏହାକୁ ବେଲଣା ସାହାଯ୍ୟରେ ପତଳା ରୋଟି ଆକାରରେ ଗଢାଯାଇଥାଏ । ଏହାକୁ ପରସ୍ତ ପରସ୍ତ କରି ଘିଅ ଲଗାଇ ଏବଂ କିଛି ଅଟା ବିଞ୍ଚିଦେଇ ଅଧାରୁ ଭାଙ୍ଗି ପୁଣି ବେଲାଯାଏ । ପରସ୍ତ ସଂଖ୍ୟା ଅଧିକ ହେଲେ ତଦନୁସାରେ ବକାରଖାନି କୋମଳ ଏବଂ ଉତ୍ତମ ଗୁଣବତ୍ତାଯୁକ୍ତ ହୋଇଥାଏ । ଏକାଧିକ ପରସ୍ତ ବିଶିଷ୍ଟ ଏହି ରୋଟି ଆକାରର ଅଟାଗୁଳାକୁ ଗୁଡାଇ ଦୁଇ ହାତ ସାହଯ୍ୟରେ ଗୁଡାଇ ନଳୀ ଆକାରର ଏକ ଜନ୍ତୁଣୀ ଗଢିବା ପରେ ଛୁରୀ ସାହାଯ୍ୟରେ ଭୁଲମ୍ବ ଆକାରରେ କାଟି ବୃତ୍ତାକାରର ପିଠା ପ୍ରସ୍ତୁତ କରାଯାଏ । ଏହି ବୃତ୍ତାକାର ପିଠାକୁ ପୁଣି ହାତରେ ଦଳି ମନ ମୁତାବକ ବିଭିନ୍ନ ଆକୃତିର ଗୋଲ କିମ୍ବା ଅଣ୍ଡାକୃତିର ପିଠାରେ ପରିଣତ କରାଯାଏ । ସୁଦୃଶ କରିବା ପାଇଁ ଏହାର ମଧ୍ୟ ଭାଗକୁ ଛୁରୀ ସାହାଯ୍ୟରେ ଏକଧିକ ସମାନ୍ତରାଳ ଗାର ଭଳି ଆଂଶିକ କାଟି ଦିଆଯାଏ । ପରିଶେଷରେ ଏହାକୁ ବିଦ୍ୟୁତ ଚୁଲା (ଓଭାନ) ସାହାଯ୍ୟରେ ଗରମ କରି ମିଷ୍ଟାନ୍ନ ଆକାରରେ ପ୍ରସ୍ତୁତ କରାଯାଏ |
ଆଧାର
[ସମ୍ପାଦନା]- ↑ Akbar, Ahsan (21 March 2021). "From kala bhuna to shatkora curry – let's all get a taste for Bangladesh". The Guardian (in ଇଂରାଜୀ). Retrieved 7 October 2021.
- ↑ J Inder Singh Kalra, Pradeep Das Gupta (10 December 1986). Prashad:Cooking with Indian Masters. Allied Publishers. p. 129. ISBN 9788170230069.
A rare leavened Indian bread, Bakarkhani is a popular with the Muslims of the Deccan.
- ↑ Sumayya Usmani (2017). Mountain Berries and Desert Spice: Sweet Inspiration From the Hunza Valley to the Arabian Sea. Frances Lincoln. p. 51.
- ↑ Yasin, Aamir (2 February 2016). "This sweet flatbread is in fact a Mughal recipe". Images (in ଇଂରାଜୀ). Retrieved 6 November 2024.