Jump to content

ଶ୍ୟାମସୁନ୍ଦର ମହାପାତ୍ର (ଲେଖକ)

ଉଇକିପିଡ଼ିଆ‌ରୁ
ଶ୍ୟାମସୁନ୍ଦର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1943-09-19)୧୯ ସେପ୍ଟେମ୍ବର ୧୯୪୩
ବଣକାଟି, ଶିଆଳମୁଣ୍ଡି, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୩୦ ଅକ୍ଟୋବର ୨୦୨୪(2024-10-30) (ବୟସ ୮୧)
ମୁମ୍ବାଇ
ଶିକ୍ଷାନୁଷ୍ଠାନବିଶ୍ୱଭାରତୀ, ଶାନ୍ତି ନିକେତନ
ଜୀବନସାଥୀରୂପା ମହାପାତ୍ର
ସନ୍ତାନସଞ୍ଚିତା, ସଙ୍ଗୀତା
ସମ୍ପର୍କୀୟଭଗବାନ ମହାପାତ୍ର (ପିତା), ନିଶାମଣି ଦେବୀ (ମାତା)

ଶ୍ୟାମସୁନ୍ଦର ମହାପାତ୍ର (୧୯ ସେପ୍ଟେମ୍ବର ୧୯୪୩ - ୩୦ ଅକ୍ଟୋବର ୨୦୨୪)[] ଜଣେ ଓଡ଼ିଆ ଲୋକସଂସ୍କୃତିବିତ୍, ଗବେଷକ, କବି ଓ ପ୍ରାବନ୍ଧିକ ଥିଲେ । ନିଜ ସାରସ୍ୱତ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଶ୍ୟାମସୁନ୍ଦର ୧୯୪୩ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବଣକାଟିଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର, ବିଶ୍ୱଭାରତୀ ଶାନ୍ତିନିକେତନରୁ ପିଏଚ୍ ଡି ଶିକ୍ଷା ଲାଭ କରିଥିଲେ । ସେ ଫୋକଲାର ଏକାଡ଼େମୀ, ଉତ୍କଳ ସାହିତ୍ୟ ସମାଜ ସଦସ୍ୟ, ଭାରତୀୟ ଫୋକଲାର କଂଗ୍ରେସ ପରିଚାଳନା କମିଟିର ସଦସ୍ୟ ରହିଥିଲେ । ଲୋକସଂସ୍କୃତି ଉପରେ ସେ ବ୍ୟାପକ ଗବେଷଣା କରିବା ସହିତ ହାସ୍ୟବ୍ୟଙ୍ଗ ରଚନାରେ ପାରଦର୍ଶିତା ଲାଭ କରିଥିଲେ । ବ୍ୟଙ୍ଗସାହିତ୍ୟ ପାଇଁ ସେ ସରସ ସାହିତ୍ୟ ସମିତି, କଟକ ତରଫରୁ ରସରାଜ ଉପାଧି ପ୍ରାପ୍ତ ।

ରଚନାବଳୀ

[ସମ୍ପାଦନା]
  • ଇଂରେଜୀ ସାହିତ୍ୟର ଇତିହାସ ୧୯୭୯[]
  • ଶ୍ୱେତ ହଂସୀର ଜ୍ୱାଳା (ଅନୁବାଦ କବିତା) ୧୯୮୧[]
  • ଓଡ଼ିଆ ଲୋକ ସାହିତ୍ୟ (ସଂପାଦନା) ୧୯୮୨
  • ସାହିତ୍ୟ ସ୍ନାନ ୧୯୯୧
  • ଲୋକ ସାହିତ୍ୟ ତତ୍ତ୍ୱ ୧୯୯୫
  • ଭଟ୍ଟ ନନା (ଅନୁବାଦ ଏକାଙ୍କିକା)
  • ପାଶ୍ଚାତ୍ୟ ପୁରାଣ ପ୍ରଦର୍ଶିକା
  • ସାନ୍ତାଳ ଲୋକ କାହାଣୀ
  • ଓଡ଼ିଆ ଲୋକସାହିତ୍ୟ ସମୀକ୍ଷା (ଯୁଗ୍ମ ସଂକଳକ- ମିହିର କୁମାର ସାହୁ)
  • ବାଙ୍କ ଚାହାଣୀ (କବିତା)[]
  • ପୁନଶ୍ଚ ବାଙ୍କ ଚାହାଣୀ (କବିତା)
  • ସୁବର୍ଣ୍ଣ ସମାଲୋଚନା (ସଂପାଦନା)

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୨୦୧୩
  • ସରସ ସାହିତ୍ୟ ସଂସଦ ପକ୍ଷରୁ 'ରସରାଜ' ଉପାଧି
  1. https://samajaepaper.in/imageview_7_3110202413615617_4_75_31-10-2024_15_i_1_sf.html
  2. ଛାଞ୍ଚ:Http://odishasahityaakademi.org/English/ovation7.php
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୬୪୧. ISBN 81-7400-331-2.
  4. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୦୯-୧୬୧୦.
  5. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୫୯. ISBN 81-7586-097-9.