ପୋର୍ଟ-ୱାଇନ ଦାଗ
Nevus flammeus, firemark | |
ବିଭାଗ | Dermatology |
---|---|
ଲକ୍ଷଣ | Dark red or purple area of skin with defined borders[୧] |
ଆକ୍ରାନ୍ତ ସମୟ | Present at birth[୨] |
ଅବଧି | Long-term |
କାରଣ | Genetic mutation in early development[୩] |
ବିପଦ କାରକ | None known[୪] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on appearance[୪] |
ସଠିକ ରୋଗ ନିର୍ଣ୍ଣୟ | Naevus simplex (salmon patch)[୫] |
ଚିକିତ୍ସା | Laser therapy[୧][୬] |
Prognosis | Generally harmless, though may darken and thicken over time[୪][୩] |
ପୁନଃପୌନିକ | 3 in a 1,000 newborns[୫] |
ପୋର୍ଟ-ୱାଇନ ଦାଗ, ଅନ୍ୟ ନାମ ନେଭସ୍ ଫ୍ଲାମେଅସ, ଏକ ଜନ୍ମଜାତ ଚିହ୍ନ ଯାହା ଚର୍ମରେ ନାଲି କିମ୍ବା ବାଇଗଣୀ ରଙ୍ଗର ଦାଗ ଭାବରେ ଉପସ୍ଥାପିତ ହୁଏ ।[୧] [୨] ସେଗୁଡ଼ିକ ମୁହଁ କିମ୍ବା ବେକର ଗୋଟିଏ ପାର୍ଶ୍ୱରେ ଦେଖାଯାଏ [୧] [୨] ଯଦିଓ ଶରୀରର ଯେ କୌଣସି ଅଙ୍ଗରେ ଦେଖାଯାଇପାରେ ।[୩] ସେମାନଙ୍କର ସାଧାରଣତଃ ସୀମା ନିର୍ଦ୍ଧାରିତ ହୋଇଥାଏ ଏବଂ ସମୟ ସହିତ ଗାଢ଼ ଏବଂ ମୋଟା ହୋଇପାରେ ।[୩] ଏହି ରୋଗ ଜଟିଳ ହେଲେ ଗ୍ଲକୋମା ହୋଇପାରେ ।[୩]
ପ୍ରାରମ୍ଭିକ ବିକାଶରେ ଜେନେଟିକ ପରିବର୍ତ୍ତନ ହେତୁ ସେଗୁଡିକ ଘଟିଥାଏ ଏବଂ ସାଧାରଣତଃ ବ୍ୟକ୍ତିର ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ଆସିନଥାଏ । [୩] ସେଗୁଡିକ ଷ୍ଟର୍ଜ-ୱେବର ସିଣ୍ଡ୍ରୋମ କିମ୍ବା କ୍ଲିପେଲ - ଟ୍ରେନାଉନେ-ୱେବର ସିଣ୍ଡ୍ରୋମ ଅବସ୍ଥାର ଅଂଶ ଭାବରେ ଉପସ୍ଥାପିତ ହୋଇପାରେ ।[୧] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଏଥେରେ କ୍ୟାପିଲାରୀ ବିକୃତି ଥିବା ଦେଖାଯାଏ ।[୩] ରୋଗ ନିର୍ଣ୍ଣୟ ସାଧାରଣତଃ ଏହାର ରୂପ ଉପରେ ଆଧାରିତ; ଯଦିଓ ଅସ୍ପଷ୍ଟ କ୍ଷେତ୍ରରେ ଏହା ଚର୍ମ ବାୟୋପସି ଦ୍ୱାରା ସମର୍ଥିତ ହୋଇପାରେ ।[୪]
ଲେଜର ଥେରାପି ସହିତ ସେଗୁଡିକ ଉପଶମ ହୋଇପାରେ ।[୧] [୬] ଜୀବନର ପ୍ରାରମ୍ଭରେ ଏହି ଥେରାପି କାର୍ଯ୍ୟକାରୀ ହେଲେ ଏହା ଅଧିକ ପ୍ରଭାବଶାଳୀ ହୁଏ ।[୭] ମୁଖ୍ୟତଃ ଚେହେରା ଉପରେ ସେମାନଙ୍କର ପ୍ରଭାବ ହେତୁ ଚିନ୍ତାର କାରଣ ହୁଅନ୍ତି ।[୮] ଦାଗଗୁଡ଼ିକ ଜୀବନସାରା ଅବିରତ ଭାବରେ ରହନ୍ତି ଓ ଶରୀରର ସାଧାରଣ ବୃଦ୍ଧି ସହିତ ଆନୁପାତିକ ଭାବରେ ପ୍ରଭାବିତ ଚର୍ମର ବୃଦ୍ଧି ହୁଏ । [୩] [୯]
ତପୋର୍ଟ-ୱାଇନ ଦାଗ ଏକ ହଜାର ନବଜାତ ଶିଶୁଙ୍କ ମଧ୍ୟରୁ ୩ ଜଣକୁ ପ୍ରଭାବିତ କରିଥାଏ ।[୫] ସେମାନେ ଜଣେ ବ୍ୟକ୍ତିର ଆତ୍ମବିଶ୍ୱାସ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ କିମ୍ବା ନକାରାତ୍ମକ ଆର୍ଥିକ ପ୍ରଭାବ ପକାଇପାରେ ।[୫] [୯] ସେମାନଙ୍କର ରଙ୍ଗ ପାଇଁ ଏହି ନାମକରଣ ହୋଇଛି ଯାହା ଏକ ପ୍ରକାର ଲାଲ ମଦର ରଙ୍ଗ ସହିତ ସମାନ ।[୧୦] ମଧ୍ୟଯୁଗ କାଳରେ ତାହା ଅଲୌକିକ କାରଣ ଯୋଗୁ ହେଉଥିବା ବିଶ୍ୱାସ କରାଯାଉଥିଲା ।[୧୧] ଉଲ୍ଲେଖନୀୟ ମାମଲା ୧୯୯୦ ଦଶକରେ ମିଖାଇଲ୍ ଗୋରବାଚୋଭଙ୍କର ଏହି ରୋଗ ଥିଲା ।[୧୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Birthmarks". nhs.uk (in ଇଂରାଜୀ). 20 October 2017. Archived from the original on 19 May 2021. Retrieved 2 October 2023.
- ↑ ୨.୦ ୨.୧ ୨.୨ McLaughlin, MR; O'Connor, NR; Ham, P (1 January 2008). "Newborn skin: Part II. Birthmarks". American family physician. 77 (1): 56–60. PMID 18236823.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Primary Care Dermatology Society, UK. "Port-wine stain". Clinical Guidance. Primary Care Dermatology Society, UK. Archived from the original on 25 August 2018. Retrieved 8 July 2013.
- ↑ ୪.୦ ୪.୧ ୪.୨ ୪.୩ "Department of Surgery". froemkelab.med.nyu.edu. Archived from the original on 20 October 2023. Retrieved 2 October 2023.
- ↑ ୫.୦ ୫.୧ ୫.୨ ୫.୩ "Capillary vascular malformation (red birthmarks, port wine stain) | DermNet". dermnetnz.org (in ଇଂରାଜୀ). Archived from the original on 1 June 2023. Retrieved 29 September 2023.
- ↑ ୬.୦ ୬.୧ Faurschou, A.; Olesen, AB; Leonardi-Bee, J.; Haedersdal, M. (9 November 2011). "Lasers or light sources for treating port-wine stains". Cochrane Database of Systematic Reviews (11): CD007152. doi:10.1002/14651858.CD007152.pub2. PMID 22071834. Archived from the original on 24 December 2013. Retrieved 26 May 2021.
- ↑ Minkis, K.; Geronemus, R. G.; Hale, E. K. (2009). "Port wine stain progression: A potential consequence of delayed and inadequate treatment?". Lasers in Surgery and Medicine. 41 (6): 423–6. doi:10.1002/lsm.20788. PMC 4690461. PMID 19588535.
- ↑ Ryan, E; Warren, L (May 2012). "Birthmarks--identification and management". Australian Family Physician. 41 (5): 274–277. PMID 22558616. Archived from the original on 2023-03-20. Retrieved 2023-10-02.
- ↑ ୯.୦ ୯.୧ "Kids Health Information : Port wine stains". www.rch.org.au. Archived from the original on 11 May 2023. Retrieved 2 October 2023.
- ↑ Blumer, Steven L.; Biko, David M.; Halabi, Safwan (26 October 2017). Pediatric Imaging: A Core Review (in ଇଂରାଜୀ). Lippincott Williams & Wilkins. p. PT736. ISBN 978-1-4963-4017-7. Archived from the original on 20 October 2023. Retrieved 2 October 2023.
- ↑ Barrau, Julie; Bates, David (7 October 2021). Lives, Identities and Histories in the Central Middle Ages (in ଇଂରାଜୀ). Cambridge University Press. p. 102. ISBN 978-1-107-16080-4. Archived from the original on 20 October 2023. Retrieved 2 October 2023.
- ↑ Mangione, Salvatore (21 April 2012). Physical Diagnosis Secrets: With STUDENT CONSULT Online Access (in ଇଂରାଜୀ). Elsevier Health Sciences. p. 167. ISBN 978-0-323-11211-6. Archived from the original on 20 October 2023. Retrieved 2 October 2023.