ଫଟୋ କିପରି ଯୋଡ଼ାହେବ
ଉଇକିପିଡ଼ିଆ:ଚାଟସଭା/ପ୍ରଶ୍ନ ଉପରେ ବିଷୟ
ଦେଖଣା
ଫଟୋସବୁ କେବଳ ଉଇକିମିଡ଼ିଆ କମନ୍ସରେ ଯୋଡ଼ାଯାଏ । ତେବେ ଆପଣ ନିଜେ ଉଠେଇଥିବା ଫଟୋ କେବଳ ଯୋଡ଼ିପାରିବେ । ତା' ପୁଣି ଉଇକିପିଡ଼ିଆ ବା ଅନ୍ୟ ଉଇକିମିଡ଼ିଆ ପ୍ରକଳ୍ପରେ କାମରେ ଲାଗିପାରୁଥିଲେ । କୌଣସି ଫଟୋଗ୍ରାଫରଙ୍କ ମୃତ୍ୟୁର ୬୦ ବର୍ଷ ପରେ ତାଙ୍କ ଫଟୋ କପିରାଇଟ ବାହାରେ ଥିବାରୁ ତା' ଯୋଡ଼ିପାରିବେ । ଯଦି ଫଟୋଗ୍ରାଫର ଏକ ଏଜେନ୍ସି ପାଇଁ ବା ଆଉ କାହାଠାରୁ ଅର୍ଥ ବିନିମୟରେ ପେଶାଦାର ଭାବେ ପଟୋ ଉଠାଇଥିବେ ତାହେଲେ ସେ ଫଟୋ ଛପାହେବାର ପ୍ରାୟ ୬୦ ବର୍ଷ ପରେ କପିରାଇଟ ବାହାରେ । ତେଣୁ ତାକୁ ବି ଅପଲୋଡ଼ କରିପାରିବେ । ଏସବୁ ବାଦ ଇଣ୍ଟରନେଟ/ବହି/ଖବରକାଗଜ ଆଦିରେ କପିରାଇଟ ଥିବାରୁ ସେସବୁରୁ ଫଟୋ ଉଇକିପିଡ଼ିଆକୁ ଆଣିହେବ ନାହିଁ । ଅଳ୍ପ କେତେକ ଜାଗାରେ କମ ରେଜୋଲ୍ୟୁସନ ଫଟୋ ଯୋଡ଼ାଯାଇପାରିବ । ତେବେ ଆପଣଙ୍କୁ ତା' ପାଇଁ ଏ ନିୟମସବୁ ଭଲଭାବେ ପଢ଼ି ବୁଝିବାକୁ ପଡ଼ିବ ।