Jump to content

ଭେଲାଗ୍ଲୁସେରେଜ ଆଲଫା

ଉଇକିପିଡ଼ିଆ‌ରୁ
ଭେଲାଗ୍ଲୁସେରେଜ ଆଲଫା
Clinical data
Trade namesVpriv
AHFS/Drugs.commonograph
data
Routes of
administration
Intravenous
Legal status
Legal status
  • AU: S4 (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
BioavailabilityN/A
Elimination half-lifePlasma: 5–12 minutes (absorbed by macrophages)
Chemical and physical data
FormulaC2532H3850N672O711S16
Molar mass୫୫,୫୯୩.୬୧ g·mol−1
  (verify)

ଭେଲାଗ୍ଲୁସେରେଜ ଆଲଫା, (ଇଂରାଜୀ ଭାଷାରେ Velaglucerase alfa), ଭିପ୍ରିଭ (Vpriv) ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଗାଉଚର ରୋଗ ପ୍ରକାର ୧ ପାଇଁ ବ୍ୟବହୃତ ହୁଏ ।[] ପ୍ରତି ଦୁଇ ସପ୍ତାହରେ ଥରେ ଏହା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । ଇମିଗ୍ଲୁସେରେଜ ସହିତ ଏହା ସମାନ ପ୍ରଭାବଶାଳୀ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ହାଡ ଯନ୍ତ୍ରଣା, ତରଳ ପଦାର୍ଥ ସଂଚାରଣ ସମ୍ବନ୍ଧୀୟ ପ୍ରତିକ୍ରିୟା, ଥକାପଣ ଏବଂ ଜ୍ୱର ହୋଇପାରେ ।[] ଏହି ଔଷଧ ବିରୁଦ୍ଧରେ ଆଣ୍ଟିବାଡି ଗଠନ ହୋଇପାରେ ।[] ଏହା ନିଖୋଜ ଏନଜାଇମ୍ ଗ୍ଲୁକୋସେରେବ୍ରୋସାଇଡେଜ୍ ପ୍ରତିସ୍ଥାପନ କରି କାର୍ଯ୍ୟ କରେ ଏବଂ ଏହିପରି ଗ୍ଲୁକୋସେରେବ୍ରୋସାଇଡ୍ ଭାଙ୍ଗିବାରେ ମଧ୍ୟ ସହଜ ହୁଏ ।

୨୦୧୦ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭେଲାଗ୍ଲୁରେଜ ଆଲଫା ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୪୦୦ ୟୁନିଟର ମୂଲ୍ୟ ପ୍ରାୟ ୧୪୦୦ ପାଉଣ୍ଡ ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫୦୦ ଡଲାର ଅଟେ ।[] ସାଧାରଣ ୭୦ କିଲୋଗ୍ରାମ ଓଜନର ବ୍ୟକ୍ତିଙ୍କ ପାଇଁ କାନାଡ଼ାରେ ୨୦୧୭ ସୁଦ୍ଧା ବର୍ଷକୁ ପ୍ରାୟ ୧୫୦,୦୦୦ରୁ ୫୬୦,୦୦୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ ।[] ଏହା ରେକମ୍ବିନାଣ୍ଟଡିଏନଏ କୌଶଳ ଦ୍ୱାରା ପ୍ରସ୍ତୁତ ହୁଏ ।

  1. ୧.୦ ୧.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1125. ISBN 978-0-85711-369-6.{{cite book}}: CS1 maint: date format (link)
  2. ୨.୦ ୨.୧ ୨.୨ "Vpriv EPAR". European Medicines Agency (EMA). Archived from the original on 29 October 2020. Retrieved 13 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  3. ୩.୦ ୩.୧ "Velaglucerase Alfa Monograph for Professionals". Drugs.com (in ଇଂରାଜୀ). Retrieved 13 September 2021.
  4. "VPRIV Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 13 September 2021.
  5. "Table 12, CDR Cost Comparison Table for Drug Therapies for GD1". www.ncbi.nlm.nih.gov (in ଇଂରାଜୀ). CADTH. August 2017. Archived from the original on 22 September 2021. Retrieved 13 September 2021.