ଅଦିତି ଭାଗବତ
ଅଦିତି ଭାଗବତ | |
---|---|
ଜନ୍ମ | |
ଶିକ୍ଷାନୁଷ୍ଠାନ | ଗନ୍ଧର୍ବ ମହାବିଦ୍ୟାଲୟ |
ବୃତ୍ତି | ଅଭିନେତ୍ରୀ
|
ସକ୍ରିୟ ବର୍ଷ | ୧୯୯୩–ଏବେଯାଏଁ |
ୱେବସାଇଟ | http://www.aditibhagwat.com/ |
ଅଦିତି ଭାଗବତ (ଜନ୍ମ: ୧୮ ଜାନୁଆରୀ ୧୯୮୧) ଜଣେ ଭାରତୀୟ ଅଭିନେତ୍ରୀ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧିଲାଭ କରିଥିବା କଥକ ଓ ଲାବଣୀ ନର୍ତ୍ତକୀ, ନୃତ୍ୟ ଗୁରୁ ଓ ନୃତ୍ୟ ନିର୍ଦ୍ଦେଶିକା । ସେ ସାରା ବିଶ୍ୱରେ ଏକଲା ଓ ବିଭିନ୍ନ ଭାରତୀୟ କଳାକାରମାନଙ୍କ ସହିତ ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ କରନ୍ତି ।[୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅଳ୍ପ ବୟସରୁ ଅଦିତି ନୃତ୍ୟ ତଥା ସଙ୍ଗୀତ କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବା ଆରମ୍ଭ କରିଥିଲେ । ତାଙ୍କ ମାଆ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ରାଗିଣୀ ଭାଗବତ ତାଙ୍କର ପ୍ରେରଣା ଥିଲେ ।[୨]
ନୃତ୍ୟ ଜୀବନ
[ସମ୍ପାଦନା]ସେ ପ୍ରଥମେ ରୋଶନ କୁମାରୀ ଓ ନନ୍ଦିତା ପୁରୀଙ୍କ ତତ୍ତ୍ୱାବଧାନରେ ଜୟପୁର ନୃତ୍ୟଶୈଳୀରେ ପ୍ରଶିକ୍ଷଣ ନେଇଥିଲେ । ସେ ଝେଲମ ପରଞ୍ଜାପେଙ୍କ ଠାରୁ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଅଭିନୟ (ଅଭିବ୍ୟକ୍ତି/ଭାବଭଙ୍ଗୀ) ଓ ଆଦା ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ଅଭିନୟ ଓ ଆଦା ପାଇଁ ସେ ବେଶ୍ ପ୍ରସିଦ୍ଧ । ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ୟାନ୍ସର ଅଧିନରେ ଥିବା ଗନ୍ଧର୍ବ ମହାବିଦ୍ୟାଳୟରୁ ସେ ନୃତ୍ୟରେ ସ୍ନାତକ କରିଛନ୍ତି ।[୩]
ତାଙ୍କ ପାଠ ପଢ଼ାବେଳେ, ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଓ କଳା ସହିତ ବିଭିନ୍ନ ପ୍ରକାରର ପରୀକ୍ଷଣ କରିଥିଲେ ଏବଂ ସଫଳ ଭାବରେ ଜାଜ୍ ଓ ବିଭିନ୍ନ ପାଶ୍ଚାତ୍ୟ ନୃତ୍ୟଶୈଳୀକୁ ପରିବେଷଣ କରିଥିଲେ ।[୨] ସେ କାର୍ତ୍ତିକ ଓ ଗୌତମ ବ୍ୟାଣ୍ଡ୍ ସହିତ ଫ୍ରାନ୍ସରେ ବିଜିନେସ୍ କ୍ଲାସ୍ ରେଫ୍ୟୁଜିରେ କଥକ ଓ ଇଲେକ୍ଟ୍ରୋନିକ୍ ସଙ୍ଗୀତର ମିଶ୍ରଣ ନୃତ୍ୟ ପରିବେଷଣ କରିଥିଲେ । ସେ ସେ ନ୍ୟୁ-ୟର୍କରେ ଇସ୍ୟୁ ପ୍ରୋଜେକ୍ଟ ସହିତ ମଧ୍ୟ ଯୋଡ଼ି ହୋଇଥିଲେ ।[୩]
ବିଭିନ୍ନ କଳାକାରଙ୍କ ସହିତ ପରିବେଷଣ ଦ୍ୱାରା ତାଙ୍କର କଳାରେ ବିକାଶ ହୁଏ ବୋଲି ସେ ମତ ଦେଇଛନ୍ତି ।[୪] ଦି ହିନ୍ଦୁ ଖବରକାଗଜ ଦ୍ୱାରା ତାଙ୍କର କଥକ ନୃତ୍ୟକୁ "ମାଷ୍ଟ୍ରି ଅଫ୍ ଆଇଡମ୍" ଭାବରେ ଦର୍ଶାଯାଇଥିଲା ।[୫]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ତାଙ୍କୁ କଲ୍ଚରାଲ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ୍ 'ୱାନ୍ ବିଟ୍' ଦ୍ୱାରା ୨୦୧୨ ମସିହାରେ ସମ୍ମାନଜନକ ଇଉନାଇଟେଡ୍ ଷ୍ଟେଟସ୍ ଡିପାର୍ଟମେଣ୍ଟ ଅଫ୍ ଷ୍ଟେଟ୍ସ୍ ଫେଲୋସିପ୍ ମିଲିଥିଲା । ମି-ମରାଠୀ ଲାଇଭ୍ ଇ-ପେପର୍ରେ ନୃତ୍ୟକଳାର ବିଭିନ୍ନ ଦିଗ ଉପରେ ପ୍ରକାଶିତ ସ୍ତମ୍ଭରେ ସ୍ଥାନିତ ହୋଇଥିଲେ, ଯାହାକି ୧୩ ସେପ୍ଟେମ୍ବର ୨୦୧୫ରୁ ସପ୍ତାହିକ ଭାବରେ ପ୍ରକାଶିତ ହୋଇଥିଲା ।[୬]
ଅଭିନୀତ କଥାଚିତ୍ରି
[ସମ୍ପାଦନା]- ଟ୍ରାଫିକ୍ ସିଗ୍ନାଲ୍ (ହିନ୍ଦୀ, ୨୦୦୭, ଅତିଥି କଳାକାର)
- ଚାଲୁ ନବରା ଭୋଲି ବାଇକୋ (ମରାଠୀ, ୨୦୦୮)
- ଅଦଲା ବଦ୍ଲି (ମରାଠୀ, ୨୦୦୮)
- ମାନ୍ୟା ସଜ୍ଜାଣାna (ମରାଠୀ, ୨୦୦୮)
- ତାହାଣ (ମରାଠୀ, ୨୦୦୮)
- ସୁମ୍ବାରଣ (ମରାଠୀ, ୨୦୦୯)
- ମାଇହୋ (ହିନ୍ଦୀ, ୨୦୧୨, ସ୍ୱତନ୍ତ୍ର ଭୂମିକା)
- ଶାସନ (ମରାଠୀ, ୨୦୧୬)
- ଆର୍ସା (ଆନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର, ୨୦୧୬)
ଆଧାର
[ସମ୍ପାଦନା]- ↑ "Aditi Bhagwat". Found Sound Nation. Archived from the original on 2015-07-03. Retrieved 2015-07-10.
- ↑ ୨.୦ ୨.୧ Khanzada, Farida (19 March 2014). "Ghungroo Beats". The Indian Express. Retrieved 25 July 2015.
- ↑ ୩.୦ ୩.୧ "Rod Williams' Options". Issue Project Room. 19 January 2011. Retrieved 25 July 2015.
- ↑ Rohter, Larry (3 October 2012). "A United Nations of Music". The New York Times. Retrieved 25 July 2015.
- ↑ Bal, Harish (20 November 2014). "Many Hues of Artistry". The Hindu. Retrieved 25 July 2015.
- ↑ "Mi Marathi Live E-paper - Read Mimarathi Marathi Online Newspaper, Mumbai, India". epaper.mimarathilive.com. Retrieved 2015-09-20.[permanent dead link]