ଦୀପିକା ଅମିନ
ଦୀପିକା ଅମିନ | |
---|---|
ଜନ୍ମ | ଦୀପିକା ଦେଶପାଣ୍ଡେ ୧୩ ସେପ୍ଟେମ୍ବର ୧୯୭୬ |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୩-ଏବେଯାଏଁ |
ଦୀପିକା ଅମିନ (ଜନ୍ମନାମ: ଦୀପିକା ଦେଶପାଣ୍ଡେ) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ୟୁ-ଟ୍ୟୁବ୍ ଭିଡିଓ, ୱେବ୍ ସିରିଜ୍ ଆଦିରେ କାମ କରନ୍ତି । ସେ ଫ୍ୟାନ୍, ରାଞ୍ଝଣା, ହମ୍ପ୍ଟି ଶର୍ମା କି ଦୁଲହନିଆ ଭଳି କଥାଚିତ୍ରରେ କାମ କରିଛନ୍ତି ।[୧] ଦୂରଦର୍ଶନ କାର୍ଯ୍ୟକ୍ରମ ଫରମାନ୍ ଏବଂ ଟସନ୍-ଏ-ଇସ୍କରେ ମଧ୍ୟ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଦୀପିକା ମୁମ୍ବାଇରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥଲା ଦୀପିକା ଦେଶପାଣ୍ଡେ । ତାଙ୍କ ଜେଜେବାପା ଆତ୍ମାରାମ ରାଓଜୀ ଦେଶପାଣ୍ଡେ ଜଣେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ମରାଠୀ କବି ଥିଲେ । ତାଙ୍କ ଜେଜେମା ମରାଠୀ ଭାଷାର ଜଣେ କବି ଥିଲେ, ଯିଏକି ଜଣେ ଇଂରାଜୀ ଭାଷାର ପ୍ରାଧ୍ୟାପିକା ଭାବରେ ନାଗପୁର ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ ।
ତାଙ୍କ ବାପା ଉଲ୍ଲାସ ଦେଶପାଣ୍ଡେ ଭାରତୀୟ ବାୟୁସେନାରେ ଏୟାର ଭାଇସ୍ ମାର୍ଶଲ ଥିଲେ । ତାଙ୍କ ମାଆ କ୍ଷମା ଦେଶପାଣ୍ଡେ ଜଣେ କଥକ ନୃତ୍ୟଶିଳ୍ପୀ ।
ତାଙ୍କ ପିଲାଦିନ ଦିଲ୍ଲୀରେ କଟିଥିଲା । ସେ ଲୋରେଟୋ କନ୍ଭେଣ୍ଟ ସ୍କୁଲରେ ପାଠ ପଢ଼ୁଥିଲେ । ପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଲେଡି ଶ୍ରୀରାମ କଲେଜ ଫର୍ ଓମେନ୍ସ କଲେଜରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିଥିଲେ ।[୨]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୫ | ଅବ୍ ଇନ୍ସାଫ୍ ହୋଗା | ଖୁସବୁ ପ୍ରସାଦ | |
୨୦୦୯ | ୱେଲ୍ ଡନ୍ ଆବ୍ବା | ଲତା | |
୨୦୧୧ | ପଦ୍ଦୁରାମ | ଅଧକ୍ଷା | |
୨୦୧୩ | ରାଞ୍ଝଣା | ଜୋୟାର ମାଆ | |
ରଜ୍ଜୋ | କମଳାଦେବୀ | ||
୨୦୧୪ | ବେବକୁଫିୟାଁ | ମୋହିତର ବସ୍ | |
ହମ୍ପଟି ଶର୍ମା କି ଦୁଲହନିଆ | କାବ୍ୟାର ମାଆ | ||
୨୦୧୬ | ଫ୍ୟାନ୍ | ଗୌରବର ମାଆ | |
ରଫ୍ ବୁକ୍ | ବୀଣା | ||
୨୦୧୭ | ଦିଲ୍ ଯଔ ନା କେହ ସକା | କରୁଣା କପୂର | |
୨୦୧୮ | ସୋନୁ କେ ଟିଟୁ କି ସୁଇଟ୍ | ସୁଇଟର ମାଆ | |
୨୦୧୯ | ଗନ୍ କେଶ୍ | ଦେବଶ୍ରୀ ଦାସଗୁପ୍ତା | |
ମର୍ଦ୍ଦାନୀ ୨ | ହର୍ଣ୍ଣି କପୂର | ||
୨୦୨୦ | ଘୂମକେତୁ | ଶ୍ରୀମତୀ ବଦ୍ଲାନୀ | ଜୀ ୫ରେ ମୁକ୍ତିଲାଭ |
୨୦୨୧ | ରାମପ୍ରସାଦ କି ତେରଭିଃ | ରାମପ୍ରସାଦଙ୍କ ବୋହୂ | ନେଟଫ୍ଲିକ୍ସରେ ମୁକ୍ତିଲାଭ |
୨୦୨୨ | ତାରା ଭର୍ସେସ୍ ବିଲାଲ | ଶନ୍ନୋ | |
୨୦୨୩ | ଇସ୍କ-ଏ-ନାଦାନ | ରେଖା | ଜିଓ ସିନେମାରେ ରିଲିଜ୍ |
ଦୂରଦର୍ଶନ ଓ ୱେବ୍ ସିରିଜ୍
[ସମ୍ପାଦନା]ସେ ଲେଖା ଟଣ୍ଡନ ଓ ଗୁଲ୍ ଆନନ୍ଦଙ୍କ ଧାରାବାହିକ ଫରମାନ୍ରେ ସେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । କନୱଲଜିତଙ୍କ ନାୟିକା ଭାବରେ ସେ ଏହି ଧାରାବାହିକରେ ଅଭିନୟ କରିଥିଲେ ।[୩] ତାଙ୍କର କେତେକ ଉଲ୍ଲେଖନୀୟ ଧାରାବାହିକ ହେଉଛି ଜୀ ଟିଭିରେ ପ୍ରସାରିତ ଧାରାବାହିକ ଟସନ-ଏକ-ଇସ୍କ ଓ ୯ ମାଲାୱର ହିଲ୍ସ, ଦୂରଦର୍ଶନରେ ଜୁନୁନ୍ ଏବଂ ଏପିକ୍ ଟିଭିରେ ପ୍ରସାରିତ ସିୟାସତ୍ । ସେ ଶ୍ୟାମ ବେନେଗାଲଙ୍କ ଧାରାବାହିକ ଅମରାବତୀ କି କଥାୟେଁ ଏବଂ ସମ୍ବିଧାନ ଉପରେ ଆଧାରତି ଧାରାବାହିକର ୧୦ଟି ଭାଗରେ ସେ କାମ କରିଥିଲେ ।[୧]
ବର୍ଷ | ଧାରାବାହିକ/ସିରିଜ୍ | ଭୂମିକା | ମନ୍ତବ୍ୟ |
---|---|---|---|
୧୯୯୩ | ଫିଲ୍ମି ଚକ୍କର | ୨୧ ତମ ଅଧ୍ୟାୟ | ଟିଭି ଧାରାବାହିକ |
ଫରମାନ | ଆଇମାନ ବିବି | ||
୧୯୯୫ | ଅମରାବତୀ କି କଥାଏଁ | ୩ୟ ଅଧ୍ୟାୟ | |
୧୯୯୬ | ଜୁନୁଜ୍ | ବିଭା | |
୧୯୯୭ | ୯ ମାଲାୱର ହିଲ୍ସ | ||
୨୦୦୭ | ଲେଫ୍ଟ ରାଇଟ୍ ଲେଫ୍ଟ | ଶ୍ରୀମତି ସାହାଣୀ | |
୨୦୧୪ | ସିୟାସତ୍ | ଆକବରଙ୍କ ପତ୍ନୀ | |
ସମ୍ବିଧାନ | ରେଣୁକା ରାୟ | ମିନି ଟିଭି ସିରିଜ୍ | |
୨୦୧୫ | ଟସନ୍-ଏ-ଇସ୍କ | ଉଷା ଶରଣ | ଟିଭି ଧାରାବାହିକ |
୨୦୧୭-୨୦୨୨ | ହ୍ୱାଟ୍ ଦ ଫୋକ୍ସସ୍ (ସିଜିନ୍ ୧ - ୪) | ସୁଧା ଶର୍ମା | ୱେବ୍ ସିରିଜ୍ |
୨୦୧୮ | ଦି ଫ୍ୟାମିଲି ଭେକେସନ୍ (ସିଜିନ୍ ୧) | ରୋହିଣୀର ମାଆ | |
୨୦୨୧ | ମର୍ଡ଼ର୍ ମେରି ଜାନ୍ | ଆଦିତ୍ୟର ମାଆ | ହଟଷ୍ଟାର କୁଇକ୍ସ ଶୋ |
୨୦୨୩ | ଦି ଫ୍ୟାମିଲି ଭେକେସନ୍ (ସଜିନ୍ ୩) | ଶ୍ରୀମତୀ ଚୋପ୍ରା (ରୋହିଣୀଙ୍କ ମାଆ) | |
ଜାନବାଜ ହିନ୍ଦୁସ୍ତାନ କେ | କାବ୍ୟାର ମାଆ | ଜୀ ୫ ୱେବ୍ ସିରିଜ୍ |
ଥିଏଟର
[ସମ୍ପାଦନା]ଦୀପିକା ବେରି ଜନଙ୍କଦ୍ୱାରା ନିର୍ଦ୍ଦେଶିତ ନାଟକ ଜରିଆରେ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪][୧] ଥିଏଟରରେ ତାଙ୍କ ସହିତ ମନୋଜ ବାଜପେୟୀ ଓ ଶାହାରୁଖ ଖାନ ଭଳି କଳାକାରମାନେ କାମ କରୁଥିଲେ ।[୧] ସେ ଲିଲ୍ଲେତ ଦୁବେଙ୍କ ନିର୍ଦ୍ଦେଶନା ପ୍ରାଇମ୍ ଟାଇମ୍ ଥିଏଟର କମ୍ପାନୀର ଜଣେ ସଦସ୍ୟ ଭାବରେ ଅନେକ ବର୍ଷଯାଏଁ କାମ କରିଛନ୍ତି ।
ସେ ଗିରିଶ କର୍ଣ୍ଣାଡ଼ଙ୍କ ନାଟକ ବଏଲ୍ଡ୍ ବିନ୍ସ ଓନ୍ ଟୋଷ୍ଟ[୪] ଓ ୱେଡିଂ ଆଲବମ୍ରେ[୫] କାମ କରିଥିଲେ । ପ୍ରତାପ ଶର୍ମାଙ୍କ ସାମୀ [୬] ଓ ଗୀତିନାଟ୍ୟ ଗେଟ୍ ୟୋର୍ ଗନ୍ ଏବଂ ସାଉଥ୍ ପେସିଫିକ୍ ଭଳି ନାଟକରେ ଅଭିନୟ କରିଛନ୍ତି ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "SRK is as enthusiastic and fun-loving as he was: Deepika Deshpande Amin | Latest News & Updates at Daily News & Analysis" (in ଆମେରିକୀୟ ଇଂରାଜୀ). 2016-04-14. Archived from the original on 19 May 2016. Retrieved 2016-07-18.
- ↑ "FILM STAR'S JOURNEY THROUGH YOUTH". www.afternoondc.in. Archived from the original on 16 June 2016. Retrieved 2016-07-18.
- ↑ "Farmaan was a hit television show directed by Lekh Tandon in the early 90s. Main Characters in this TV serial: Kawaljit Sigh as Aazar Nawab & Deepika Deshpande as Aiman". photogallery.indiatimes.com. Archived from the original on 9 August 2016. Retrieved 2016-07-18.
- ↑ ୪.୦ ୪.୧ "The Eclectist: Deepika Amin's Interview". theeclectist.blogspot.in. Archived from the original on 16 August 2016. Retrieved 2016-07-18.
- ↑ "Theatre: Boiled Beans on Toast". The Hindu (in Indian English). 2016-06-30. ISSN 0971-751X. Archived from the original on 30 June 2016. Retrieved 2016-07-18.
- ↑ "A moving portrayal of an Indian family". The Hans India. Archived from the original on 23 July 2016. Retrieved 2016-07-18.
- ↑ Munjal, Sunil Kant; Rai, S. K. (2016-06-22). All the World is a Stage: The Story of How the LSS Invigorated Ludhiana's Art and Culture (in ଇଂରାଜୀ). Notion Press. ISBN 9781945579974.
ବାହାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦୀପିକା ଅମିନ