ମନୋଜ ବାଜପେୟୀ

ଉଇକିପିଡ଼ିଆ‌ରୁ
ମନୋଜ ବାଜପେୟୀ
Manoj Bajpai is looking away from the camera.
୨୦୧୮ରେ ଅୟାରୀ ଚଳଚ୍ଚିତ୍ରର ପ୍ରଚାର କାର୍ଯ୍ୟକ୍ରମ‌ବେଳେ ମନୋଜ
Born (1969-04-23) ୨୩ ଅପ୍ରେଲ ୧୯୬୯ (ବୟସ ୫୪)
ନରକଟିଆଗଞ୍ଜ, ବିହାର, ଭାରତ
Occupationଅଭିନେତା
Years active୧୯୯୪–ଏବେଯାଏଁ
Spouseନେହା ବାଜପେୟୀ (୨୦୦୬–ଏବେଯାଏଁ)

ମନୋଜ ବାଜପେୟୀ (ଜନ୍ମ: ୨୩ ଅପ୍ରେଲ ୧୯୬୯), ଜଣେ ଭାରତୀୟ କଥାଚିତ୍ର ଅଭିନେତା ଯିଏକି ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାର୍ଯ୍ୟ କରନ୍ତି ଏବଂ ତେଲୁଗୁ ଓ ତାମିଲ କଥାଚିତ୍ର ଜଗତରେ ମଧ୍ୟ ଅଭିନୟ କରିଛନ୍ତି । ସେ ଏବେଯାଏଁ ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଚାରୋଟି ଫିଲ୍ମ‌ଫେୟାର ପୁରସ୍କାର ପାଇଛନ୍ତି ।

ମନୋଜ ବିହାରର ନରକଟିଆଗଞ୍ଜର ବେଲ‌ୱା ନାମକ ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ସେ ପିଲାଦିନୁ ଅଭିନେତା ହେବାର ଲକ୍ଷ୍ୟ ରଖିଥିଲେ । ସେ ୧୭ ବର୍ଷର ହୋଇଥିବାବେଳେ ଦିଲ୍ଲୀ ଚାଲିଯାଇଥିଲେ[୨] ଏବଂ ସେଠାରେ ଜାତୀୟ କଳା ସ୍କୁଲରେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ, ମାତ୍ର ୩ଥର ଆବେଦନ ପରେ ମଧ୍ୟ ତାଙ୍କୁ ନାମ ଲେଖାଇବାର ସ୍ୱୀକୃତି ମିଳିପାରିନଥିଲା ।[୩] ସେ କଲେଜରେ ପଢ଼ୁଥିବାବେଳେ ଥିଏଟରରେ କାମ କରିବା ଜାରି ରଖିଥିଲେ । ଏହାପରେ ସେ ୪ର୍ଥ ଥର ପାଇଁ ପୁଣି ଜାତୀୟ କଳା ସ୍କୁଲରେ ଆବେଦନ କରିଥିଲେ ଏବଂ ସେଠାରେ ସେ ଜଣେ ପ୍ରଶିକ୍ଷକ ଭାବରେ ନିଯୁକ୍ତି ପାଇଥିଲେ ।[୨] ୧୯୯୪ ମସିହାରେ ମନୋଜ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ପାଇଥିଲେ । ସେ ୧୯୯୪ରେ ଶେଖର କପୁରଙ୍କର ଚଳଚ୍ଚିତ୍ର ଦ୍ରୋହକାଳରେ ଏକ ଡାକୁ ଭୂମିକାରେ ମାତ୍ର ଗୋଟିଏ ମିନିଟ୍‌ର ଅଭିନୟ କରିଥିଲେ ।[୪] ଏହାପରେ ସେ ଏହିଭଳି କିଛି ଛୋଟମୋଟ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କର ଅଭିନୟ କାହାର ନ‌ଜରକୁ ଆସିନଥିଲା । ୧୯୯୮ ମସିହାରେ ରାମ ଗୋପାଳ ବର୍ମାଙ୍କ ଅପରାଧୀ ଭିତ୍ତିକ ଚଳଚ୍ଚିତ୍ର ସତ୍ୟାରେ ଜଣେ ଗୁଣ୍ଡା ଭିକୁ ମାଃତ୍ରେ ଭୂମିକାରେ ଅଭିନୟ କରିଥିଲେ ।[୫] ଏହି କଥାଚିତ୍ରଟିର ତାଙ୍କୁ ବଡ଼ ସଫଳତା ଆଣିଦେଇଥିଲା ।[୬] ଏହି ଚଳଚ୍ଚିତ୍ର ପାଇଁ ମନୋଜଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ସ‌ହକାରୀ ଅଭିନେତା ଓ ଫିଲ୍ମ‌ଫେୟାରରେ ସମୀକ୍ଷକଙ୍କ ପସନ୍ଦର ଶ୍ରେଷ୍ଠ ଅହଭିନେତା ପୁରସ୍କାର ମିଳିଥିଲା ।[୭][୮][୯] ଏହାପରେ ସେ ୧୯୯୯ ମସିହାରେ ଖୁନ୍ ଓ ଶୁଲ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧୦] ପରିବର୍ତ୍ତୀ ସମୟରେ ମନୋଜ ୨ୟ ଥର ପାଇଁ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ନାୟକ ଫିଲ୍ମ‌ଫେୟାର ପୁରସ୍କାର ପାଇଥିଲେ ।[୧୧] ପରେ ସେ ୨୦୦୧ ମସିହାରେ ଜୁବେଇଦାରେ ଦୁଇଜଣ ପତ୍ନୀ ଥିବା ଜଣେ ରାଜକୁମାର ଭୂମିକାରେ ଅଭିନୟ କରିଥିଲେ[୧୨], ଅକ୍ସରେ ଜଣେ ନିୟମିତ ହତ୍ୟାକାରୀ ଏବଂ ୨୦୦୨ର କଥାଚିତ୍ର ରୋଡ୍‌ରେ ଜଣେ ମାନସିକ ବିକାର ଗ୍ରସ୍ତ ହତ୍ୟାକାରୀ ଭୂମିକା ଅଭିନୟ କରିଥିଲେ ।[୧୩]

୨୦୦୩ରେ ମନୋଜ ପିଞ୍ଜାର ଚଳଚ୍ଚିତ୍ର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଏକ ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ ।[୧୪] ଏହାପରେ ତାଙ୍କର କିଛି ଚଳଚ୍ଚିତ୍ର ସେତେଟା ସଫଳ ହୋଇନଥିଲା ଏବଂ ପୁଣିଥରେ ତାଙ୍କର ଅଭିନୀତ ଭୂମିକା କାହାର ଧ୍ୟାନରେ ଆସିନଥିଲା । ପରିବର୍ତ୍ତୀ ସମୟରେ ୨୦୧୦ରେ ସେ ରାଜନୀତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ଅନେକ ପସନ୍ଦ କରିଥିଲେ ।[୧୫] ୨୦୧୨ରେ ମନୋଜ ହତ୍ୟାଭିତ୍ତକ ଚଳଚ୍ଚିତ୍ର ଗ୍ୟାଙ୍ଗ୍‌ସ୍ ଅଫ୍ ୱାସେପୁରରେ ସରଦାର ଖାନ୍ ଭୂମିକାରେ ଅଭିନୟ କରିଥିଲେ ।[୧୬] ଏହି ଚଳଚ୍ଚିତ୍ରଟି କାନ୍ସ ପୁରସ୍କାର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା[୧୭] ଏବଂ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ମନୋନୀତ ହୋଇଥିଲା ।[୧୮] ଏହାପରେ ୨୦୧୨ରେ ଚକ୍ରବ୍ୟହରେ ଜଣେ ନ‌କ୍ସଲପନ୍ଥୀ, ୨୦୧୩ରେ ସ୍ଫେଶାଲ ୨୬ରେ ସିବିଆଇ ଅଧିକାରୀ ଆଦି ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ ହଂସଲ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ଏକ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ଅଲିଗଡ଼ରେ ପ୍ରଫେସର ରାମଚନ୍ଦ୍ର ସିରାସଙ୍କ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ‌ଫେୟାରରେ ୩ୟ ଥର ପାଇଁ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ ଏବଂ ୨୦୧୬ ଏସିଆ ପେସିଫିକ୍ ସ୍କ୍ରୀ ପୁରସ୍କାରରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ । ମନୋଜ ହିନ୍ଦୀ କଥାଚିତ୍ର ବ୍ୟତୀତ ତେଲୁଗୁ, ତାମିଲ ଆଦି କଥାଚିତ୍ରରେ ଖଳନାୟକ, ସ‌ହକାରୀ ଅଭିନେତା ଆଦି ଭୂମିକାରେ ଅଭିନୟ କରିଛନ୍ତି ।

ଆଧାର[ସମ୍ପାଦନା]

  1. "Manoj Bajpai's Biography". Koimoi. Archived from the original on 2 October 2015. Retrieved 14 November 2015.
  2. ୨.୦ ୨.୧ Bhatia, Uday (7 December 2015). "Manoj Bajpayee: The original indie star". Mint (newspaper). Archived from the original on 8 December 2015. Retrieved 8 December 2015. {{cite news}}: Text "Mint" ignored (help)
  3. Gupta, Priya (9 February 2013). "I wanted to commit suicide after I was rejected by NSD: Manoj Bajpayee". The Times of India. Archived from the original on 31 January 2015. Retrieved 29 November 2015.
  4. "Badland's bad guy". The Hindu. 14 June 2012. Archived from the original on 3 February 2018. Retrieved 29 November 2015.
  5. Chopra, Anupama (20 July 1998). "Nowhere man". India Today. Archived from the original on 8 December 2015. Retrieved 29 November 2015.
  6. "The Indian Panorama 1998" (PDF). International Film Festival of India. Archived from the original (PDF) on 4 March 2016. Retrieved 29 November 2015.
  7. "Top Worldwide Grossers 1998". Box Office India. Archived from the original on 18 March 2015. Retrieved 4 May 2015.
  8. "46th National Film Awards" (PDF). Directorate of Film Festivals. pp. 28–29. Archived (PDF) from the original on 10 March 2016. Retrieved 12 March 2012.
  9. "80 Iconic Performances 3/10". Filmfare. 4 June 2010. Archived from the original on 27 June 2011. Retrieved 12 January 2012.
  10. Tuteja, Joginder (September 2013). "Manoj Bajpayee's Top 10 Performances". Rediff.com. Archived from the original on 5 January 2016. Retrieved 28 November 2015.
  11. "47th National Film Awards" (PDF). Directorate of Film Festivals. Retrieved 13 March 2012.
  12. Banerjee, Urmimala (11 September 2014). "How Bollywood actors have fared in their royal avatars". Mid Day. Archived from the original on 8 December 2015. Retrieved 27 November 2015.
  13. Verma, Sukanya (27 September 2002). "So, does Vivek live up to the hype?". Rediff.com. Archived from the original on 24 September 2015. Retrieved 14 November 2015.
  14. "51st National Film Awards" (PDF). Directorate of Film Festivals. Archived (PDF) from the original on 21 August 2013. Retrieved 15 March 2012.
  15. Kazmi, Nikhat (3 June 2010). "Raajneeti movie review". The Times of India. Archived from the original on 20 August 2012. Retrieved 3 June 2010.
  16. Upadhyay, Karishma (21 June 2012). "Bajpai the baddie". The Telegraph. Archived from the original on 10 December 2015. Retrieved 8 December 2015.
  17. "Gangs of Wasseypur: World premiere at Cannes". CNN-IBN. 24 April 2012. Archived from the original on 27 June 2015. Retrieved 24 April 2012.
  18. "58th Idea Filmfare Awards nominations are here!". Filmfare. 13 January 2013. Archived from the original on 27 December 2014. Retrieved 31 January 2014.

ବାହାର ଆଧାର[ସମ୍ପାଦନା]