Jump to content

ପୋଟର ଅନୁକ୍ରମ

ଉଇକିପିଡ଼ିଆ‌ରୁ
Potter sequence
Potter's syndrome, Potter's sequence, oligohydramnios sequence
Video explanation
ବିଭାଗMedical genetics
ଲକ୍ଷଣPoor lung development, abnormal facial changes, clubbed feet, bone abnormalities[]
ଆକ୍ରାନ୍ତ ସମୟDuring early development[]
କାରଣInsufficient amiotic fluid during pregnancy[]
ରୋଗ ନିର୍ଣ୍ଣୟ ପଦ୍ଧତିUltrasound[]
ଚିକିତ୍ସାFamily support, regular injections of saline into the uterus, surgery[][][]
PrognosisPoor[]
ପୁନଃପୌନିକ1 in 2,000 to 5,000 births[]

ପୋଟର ଅନୁକ୍ରମ ହେଉଛି ଶିଶୁର ଅସ୍ୱାଭାବିକ ବିକାଶ ଯାହା ଗର୍ଭାବସ୍ଥାରେ ପର୍ଯ୍ୟାପ୍ତ ପରିମାଣର ଆମ୍ନିଓଟିକ ଫ୍ଲୁଇଡ ଅଭାବ ହେତୁ ହୁଏ ।[] ଏହାର ଲକ୍ଷଣ ମଧ୍ୟରେ ଫୁସଫୁସର ଅନୁପ‌ଯୁକ୍ତ ବିକାଶ ଫଳରେ ଅଣନିଶ୍ୱାସ ଏବଂ ଜନ୍ମ ସମୟରେ ଦୃତ ଶ୍ୱାସକ୍ରିୟା ହୁଏ ।[] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେରେ ଅସ୍ୱାଭାବିକ ମୁଖ ମଣ୍ଡଳ ପରିବର୍ତ୍ତନ, କ୍ଲବଫୁଟ ଏବଂ ହାଡ଼ର ଅସ୍ୱାଭାବିକତା ହୋଇପାରେ ।[] ମୃତ୍ୟୁ ସାଧାରଣତଃ ଜନ୍ମ ପୂର୍ବରୁ କିମ୍ବା କିଛି ଘଣ୍ଟା ମଧ୍ୟରେ ଘଟିଥାଏ, ଯଦିଓ କେତେକ କ୍ଷେତ୍ରରେ ବଞ୍ଚିବା ସମ୍ଭବ ହୋଇପାରେ ।[] []

ଏହାର କାରଣ ମଧ୍ୟରେ ବୃକ୍‌କ ସମସ୍ୟା ହେତୁ ଆମନିଓଟିକ୍ ଫ୍ଲୁଇଡ୍ ଅଭାବ ହୁଏ ଯାହାକୁ ଓଲିଗୋହାଇଡ୍ରାମ୍ନିଅସ କୁହାଯାଏ ।[] ଏହି ବୃକ୍‌କ ସମସ୍ୟା ମଧ୍ୟରେ ଦ୍ୱିପାକ୍ଷିକ ବୃକ୍‌କ ଆଜେନେସିସ (BKA), ପଲିସିଷ୍ଟିକ କିଡନୀ ରୋଗ ( ଅଟୋସୋମାଲ୍ ପ୍ରାଧାନ୍ୟ ବା ରିସେସିଭ୍ ), ବୃକ୍‌କ ଡିସପ୍ଲେସିଆ କିମ୍ବା ବୃକ୍‌କ ଥିବା ୟୁରେଟର କିମ୍ବା ପେଲଭିସରେ ବାଧା ହୋଇପାରେ ।[] ଅନ୍ୟାନ୍ୟ କାରଣ ମଧ୍ୟରେ ପ୍ରସବପୂର୍ବ ଝିଲ୍ଲିରେ ଫାଟ ଏବଂ ପ୍ରୁନ ବେଲି ସିଣ୍ଡ୍ରୋମ (Prun belly syndrome) ହୋଇପାରେ | [] [] ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ ବାରମ୍ବାର ନିଶ୍ଚିତ କରାଯାଏ ।[]

ଏହାର ଚିକିତ୍ସା ମଧ୍ୟରେ ପରିବାର ପାଇଁ ମାନସିକ ସମର୍ଥନ ଆବଶ୍ୟକ ହୁଏ ।[] ଗର୍ଭଧାରଣ କିମ୍ବା ଅସ୍ତ୍ରୋପଚାର ସମୟରେ ବେଳେବେଳେ ଗର୍ଭାଶୟରେ ସାଲାଇନ୍‌ର ନିୟମିତ ଇଞ୍ଜେକ୍ସନ ହୁଏତ ଏକ ବିକଳ୍ପ ହୋଇପାରେ । [] [] ଶିଶୁ ଜନ୍ମ ପରେ କିଡନୀ ବିଫଳତା ଏବଂ ଫୁସଫୁସର ବିକାଶର ପରିଚାଳନା କରାଯାଏ ।[] ଏହି ରୋଗ ୨,୦୦୦ରୁ ୫୦୦୦ ପ୍ରସବ ମଧ୍ୟରୁ ପ୍ରାୟ ଜଣକୁ ପ୍ରଭାବିତ କରିଥାଏ ।[] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ଏହି ଅବସ୍ଥା ପ୍ରଥମେ ୧୯୪୬ ମସିହାରେ ଏଡିଥ ପୋଟର ବର୍ଣ୍ଣନା କରିଥିଲେ ଓ ତାଙ୍କର ନାମାନୁସାରେ ଏହି ରୋଗର ନାମକରଣ ହୋଇଥିଲା ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Bhandari, J; Thada, PK; Sergent, SR (January 2020). "Potter Syndrome". PMID 32809693. Archived from the original on 2021-08-29. Retrieved 2020-11-08. {{cite journal}}: Cite journal requires |journal= (help)
  2. ୨.୦ ୨.୧ "Potter Syndrome". NORD (National Organization for Rare Disorders). Archived from the original on 23 October 2020. Retrieved 8 November 2020.
  3. ୩.୦ ୩.୧ ୩.୨ ୩.୩ "Potter sequence | Genetic and Rare Diseases Information Center (GARD) – an NCATS Program". rarediseases.info.nih.gov. Archived from the original on 20 October 2020. Retrieved 8 November 2020.
  4. Shastry, SrikanthM; Kolte, SachinS; Sanagapati, PandurangaR (2012). "Potter′s sequence". Journal of Clinical Neonatology. 1 (3): 157. doi:10.4103/2249-4847.101705. PMID 24027716.{{cite journal}}: CS1 maint: unflagged free DOI (link)