ଲଳିତା କୁମାରୀ
ଲଳିତା କୁମାରୀ | |
---|---|
ଜନ୍ମ | [୧] | ୧୮ ମଇ ୧୯୬୭
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୮୭–୧୯୯୫ |
ବୈବାହିକ-ସାଥୀ | ପ୍ରକାଶ ରାଜ (୧୯୯୪–୨୦୦୯; ଛାଡ଼ପତ୍ର)[୨] |
ସନ୍ତାନ | ୩ |
ପିତାମାତା |
|
ସମ୍ପର୍କୀୟ | ଡିସ୍କୋ ଶାନ୍ତି (ବଡ଼ ଭଉଣୀ) |
ଲଳିତା କୁମାରୀ (ଜନ୍ମ: ୧୮ ମଇ ୧୯୬୭) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମୁଖ୍ୟତଃ ତାମିଲ କଥାଚିତ୍ର ଜଗତରେ କାମ କରୁଥିଲେ । ସେ ୧୯୮୭ ମସିହାର ୧୯୯୫ ମସିହା ପର୍ଯ୍ୟନ୍ତ ଅଭିନୟ ଜଗତରେ ସକ୍ରିୟ ଥିଲେ ଏବଂ ବିବାହ ପରେ ଅଭିନୟରୁ ଦୂରେଇ ଯାଇଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଲଲିତା ୧୯୬୭ ମସିହାର ମଇ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ତାମିଲ ଅଭିନେତା ସି.ଏଲ୍ ଆନନ୍ଦନଙ୍କ ଝିଅ ଏବଂ ଅଭିନେତ୍ରୀ ଡିସ୍କୋ ଶାନ୍ତିଙ୍କ ସାନ ଭଉଣୀ । ୧୯୯୪ ମସିହାରେ ଅଭିନେତା ପ୍ରକାଶ ରାଜଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତିଙ୍କର ଦୁଇଟି ଝିଅ ଅଛନ୍ତି । ୨୦୦୪ ମସିହାରେ ତାଙ୍କ ପୁଅର ମୃତ୍ୟୁ ହୋଇଥିଲା । ୨୦୦୯ ମସିହାରେ ଏହି ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।
ଅଭିନୟ ଜୀବନ
[ସମ୍ପାଦନା]ଲଳିତା ଗୋଣ୍ଡାମଣି, ସେଣ୍ଟିଲ ଏବଂ ଅନ୍ୟାନ୍ୟ ଜଣାଶୁଣା କଳାକାରଙ୍କ ସହ ଅନେକ କଥାଚିତ୍ରରେ ଅଭିନୟ କରିଥିଲେ। ସେ ମନାଧିଲ ଉରୁଧୀ ବେନ୍ଦୁମ୍, ପୁଡୁ ପୁଡୁ ଆର୍ଥାଙ୍ଗଲ, ପୁଲାନ୍ ବିଶ୍ୱରାଇ ଏବଂ ସିଗାରାମ ଭଳି ଜଣାଶୁଣା କଥାଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୩] ଲଳିତା କୁମାରୀ ପ୍ରାୟ ୩୦ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ୧୯୯୫ ମସିହାରେ, ସେ ଅଭିନେତା ପ୍ରକାଶ ରାଜଙ୍କ ସହିତ ବିବାହ ପରେ କଥାଚିତ୍ର ଜଗତରୁ ଦୂରେଇ ଯାଇଥିଲେ ।
ସେ ଏକ ତାମିଲ କଥାଚିତ୍ର ମୁରିୟାଦିରେ ଅଭିନୟ କରିଥିଲେ, ଯାହା ମୁକ୍ତିଲାଭ କରିନାହିଁ ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୧୯୮୭ | ମନାଧିଲ ଉରୁଧୀ ବେନ୍ଦୁମ୍ | ବାସୁ | ତାମିଲ୍ | |
୧୯୮୮ | ବୀଦୁ ମାନୈବୀ ମକ୍କାଲ | ତାମିଲ୍ | ||
୧୯୮୯ | ପୁଡୁ ପୁଡୁ ଆର୍ଥାଙ୍ଗଲ | ଜଲିଙ୍କ ପତ୍ନୀ | ତାମିଲ୍ | |
ମାପିଲ୍ଲାଇ | ଦିଲୀପ ପ୍ରେମିକ | ତାମିଲ୍ | ||
୧୯୯୦ | ପୁଲାନ ବିସାରାନାଇ | କସ୍ତୁରୀ | ତାମିଲ୍ | |
ଆରତି ଇଡୁଙ୍ଗାଡ଼ି | ତାମିଲ୍ | |||
ଉଲାଗମ୍ ପିରାନ୍ଧଧୁ ଏନାକ୍କାଗା | ତାମିଲ୍ | |||
ନୀଙ୍ଗାଲୁମ ହିରୋଥାନ୍ | ରାନୀ | ତାମିଲ୍ | ||
ମଦୁରାଇ ବୀରାନ ଏଙ୍ଗା ସାମି | ତାମିଲ୍ | |||
ପଥିମୂନମ ନମ୍ବର ବୀଦୁ | ରେଖା / ଭୂତ | | ତାମିଲ୍ | ||
୧୯୯୧ | ସିଗାରାମ୍ | ତାମିଲ୍ | ||
୧୯୯୨ | ପୋକ୍କିରୀ ଥମ୍ବି | ମାରୁଥୁଙ୍କ ଭଉଣୀ | ତାମିଲ୍ | |
୧୯୯୩ | ପାର୍ବତୀ ଏନ୍ନାଇ ପରାଦି | ତାମିଲ୍ | ||
ବେଦନ୍ | ତାମିଲ୍ | |||
୧୯୯୫ | କର୍ଣ୍ଣା | ଚେଲମ୍ମା | ତାମିଲ୍ | |
ମରୁମଗାନ୍ | କନ୍ନାମ୍ମା | ତାମିଲ୍ | ||
ନଦୋଦି ମନ୍ନନ | କୁୟିଲ ଆଥା | ତାମିଲ୍ | ||
- | ମୁରିୟାଦି | ତାମିଲ୍ | ମୁକ୍ତିଲାଭ କରିନାହିଁ |
ଆଧାର
[ସମ୍ପାଦନା]- ↑ dinakaran. Web.archive.org. Retrieved on 10 June 2014.
- ↑ "Ex-wife comes to Prakash Raj's rescue". The Times of India. 11 February 2011. Retrieved 1 July 2020.
- ↑ "Prakash Rajs former wife Lalitha Kumari returns to films". kollytalk.com. Archived from the original on 2014-12-31. Retrieved 2014-12-09.
- ↑ "Prakash Raj's wife to act!". Archived from the original on 5 September 2015. Retrieved 17 May 2018.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲଳିତା କୁମାରୀ