ବୁଢ଼ିଆଣୀ କାମୁଡ଼ା

ଉଇକିପିଡ଼ିଆ‌ରୁ
Spider bite
Arachnidism
Fangs of a black wishbone spider
ବିଭାଗEmergency medicine
ଲକ୍ଷଣWidow bite: Pain, sweating, muscle twitching, headache, vomiting[୧]
Recluse bite: Pain, skin death and breakdown, red blood cell breakdown[୧]
କାରଣSpiders[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[୧]
ସଠିକ ରୋଗ ନିର୍ଣ୍ଣୟMRSA skin infections, insect bite, IVDU[୨]
ପ୍ରତିକାରClearing clutter, pesticides[୧][୩]
ଚିକିତ୍ସାSupportive (NSAIDs, antihistamines)[୪]
ପୁନଃପୌନିକUnclear[୫]
ମୃତ୍ୟୁ ସାନ୍ଦ୍ରତାRare[୧][୬]

ବୁଢ଼ିଆଣୀ କାମୁଡ଼ା ଏକ ଆଘାତର ନାମ ଯାହା ବୁଢ଼ିଆଣୀ କାମୁଡ଼ିଲେ ହୁଏ ।[୨] ଅଧିକାଂଶ ବୁଢ଼ିଆଣୀ କାମୁଡ଼ିଲେ ଆଘାତ ସୃଷ୍ଟି ହୁଏ ନାହିଁ କାରଣ ତାଙ୍କ ଛୋଟ ଦାନ୍ତ ଚର୍ମରେ ପ୍ରବେଶ କରିବାରେ ଅସମର୍ଥ ହୁଏ ।[୧][୨] ଅଧିକାଂଶ ସମୟରେ କାମୁଡ଼ିବା ସ୍ଥାନରେ କେବଳ ସାମାନ୍ୟ ଲକ୍ଷଣ ଦେଖାଯାଏ ।[୧] କାମୁଡ଼ିବାର ୩୦ ମିନିଟରୁ ୭ ଦିନ ମଧ୍ୟରେ ଲକ୍ଷଣ ଆରମ୍ଭ ହୋଇପାରେ ।[୫] ଯୁକ୍ତରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ବିରଳ ଅଟେ, ବର୍ଷକୁ ୩ରୁ କମ ହୁଏ [୬] [୨]

ଏହାର ମୁଖ୍ୟ ବ୍ୟତିକ୍ରମଗୁଡ଼ିକ ହେଉଛି ବିଧବା ବୁଢ଼ିଆଣୀ ଏବଂ ରେକ୍ଲୁଜ ବୁଢ଼ିଆଣୀ ।[୧] ବିଧବା ବୁଢ଼ିଆଣୀ କାମୁଡ଼ିଲେ ଲାଟ୍ରୋଡେକ୍ଟିଜ୍ମ ହୋଇପାରେ, ଯନ୍ତ୍ରଣା ସ୍ଥାନୀୟ କିମ୍ବା ସାଧାରଣ ହୋଇଯାଏ, ଅଧିକ ଝାଳ ବାହାରେ, ମାଂସପେଶୀ ଫଡ଼ଫଡ଼ ହୁଏ, ମୁଣ୍ଡବିନ୍ଧା ଏବଂ ବାନ୍ତି ହୋଇପାରେ ।[୧] ରେକ୍ଲୁଜ ବୁଢ଼ିଆଣୀ କାମୁଡ଼ିଲେ ଲାକ୍ସୋସେଲିଜ୍ମ ହୋଇପାରେ, ଯାହା ସାମାନ୍ୟ ଯନ୍ତ୍ରଣା ଏବଂ ଲାଲ ରଙ୍ଗରୁ ଆରମ୍ଭ ହୁଏ ଏବଂ ଚର୍ମ ମରିଯାଇ ନଷ୍ଟ ହୋଇଯାଏ ।[୧] ମୁଣ୍ଡବିନ୍ଧା, ବାନ୍ତି, ଜ୍ୱର ଏବଂ ଲୋହିତ ରକ୍ତ କଣିକା ଭାଙ୍ଗିଯାଏ ।[୧] ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମୁଡ଼ା ମଧ୍ୟରେ ଅଷ୍ଟ୍ରେଲିୟ ଫନେଲ-ୱେବ୍ ସ୍ପାଇଡର୍ ଏବଂ ଦକ୍ଷିଣ ଆମେରିକୀୟ ବୁଲୁଥିବା ସ୍ପାଇଡର୍ ଅନ୍ତର୍ଭୁକ୍ତ ।[୧] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଏବଂ ସ୍ପାଇଡର ଦେଖିବା ଉପରେ ଆଧାରିତ ହୁଏ ।[୧]

ପ୍ରତିରୋଧରେ ସଫାସୁତରା ରଖିବା ଏବଂ କୀଟନାଶକ ବ୍ୟବହାର କରିବା ଆବଶ୍ୟକ ହୁଏ । [୧] [୩] ଅଧିକାଂଶ କାମୁଡ଼ାରେ ସ‌ହାୟକ ଯତ୍ନ ଯଥେଷ୍ଟ ହୁଏ ଯେପରିକି ଯନ୍ତ୍ରଣା ପାଇଁ ଏନଏସଏଆଇଡି ଏବଂ ଆଣ୍ଟିହିଷ୍ଟାମିନ ଏବଂ ଗଲୁ ପାଇଁ ଷ୍ଟେରଏଡ କ୍ରିମ୍ ଦିଆଯାଏ[୪] [୨] ଯଦି ଯନ୍ତ୍ରଣା ଅଧିକ ହୁଏ ତେବେ ଓପିଓଏଡ୍ ବ୍ୟବହାର କରାଯାଇପାରେ ।[୪] ବିଧବାବୁଢ଼ିଆଣୀ ବିଷ ପାଇଁ ଏକ ଆଣ୍ଟିଭେନମ ବିଦ୍ୟମାନ ଥିବାବେଳେ ଏହା ଯୋଗୁ ଆନାଫାଇଲକ୍ସିସ୍ ହୋଇପାରେ ଏବଂ ସାଧାରଣତଃ ସେଥି ଯୋଗୁ ୟୁକ୍ତରାଷ୍ଟ୍ରରେ ବ୍ୟବହୃତ ହୁଏ ନାହିଁ ।[୪] ଫନେଲ ୱେବ୍ ସ୍ପାଇଡର୍ ବିଷ ପାଇଁ ଆଣ୍ଟିଭେନମ ଦେଲେ ଫଳାଫଳ ଉନ୍ନତ ହୋଇଥାଏ ।[୧] କାମୁଡ଼ା ଆହତ ଚର୍ମର ମରାମତି ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ ।[୪]

କାମୁଡ଼ା କାମୁଡ଼ା ରିପୋର୍ଟ ସାଧାରଣ ଅଟେ ।[୬] ତଥାପି, ଅତ୍ୟଧିକ ନିର୍ଣ୍ଣୟ କିମ୍ବା ଭୁଲ ରୋଗ ନିର୍ଣ୍ଣୟ ହୋଇପାରେ ।[୧] ଅନେକ ରିପୋର୍ଟରେ ପ୍ରକୃତରେ କାମୁଡ଼ା ହୋଇଛି କି ନାହିଁ ତାହା ଅସ୍ପଷ୍ଟ ରହିଛି ।[୭] ମଧ୍ୟଯୁଗରେ ଲୋକମାନେ ବାଇଆ ଭଳି ନାଚୁଥିଲେ, ଯାହା ଟାରାଣ୍ଟିଜିମ୍ ଭାବରେ ଜଣାଶୁଣା ଓ ତାହା ଏକ ବୁଢ଼ିଆଣୀ କାମୁଡ଼ାରୁ ଜାତ ହେଉଥିବା ଦାବି କରାଯାଇଥିଲା ।[୮] ଅନେକ ବୁଢ଼ିଆଣୀ କାମୁଡ଼ା, ନେକ୍ରୋସିସ୍ ଯୋଗୁ ହେଉଥିବା ଦାବି ହୋଇଥିବାବେଳେ ଏହାକୁ ରେକ୍ଲୁଜ କାମୁଡ଼ାରେ କେବଳ ପ୍ରମାଣ ସ‌ହ ସାହାଯ୍ୟ କରେ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Isbister, GK; Fan, HW (10 December 2011). "Spider bite". Lancet. 378 (9808): 2039–47. doi:10.1016/s0140-6736(10)62230-1. PMID 21762981. S2CID 27408940.
  2. ୨.୦ ୨.୧ ୨.୨ ୨.୩ ୨.୪ "Spider Bites - Injuries; Poisoning". MSD Manual Professional Edition (in ଇଂରାଜୀ). Archived from the original on 30 December 2021. Retrieved 1 August 2022.
  3. ୩.୦ ୩.୧ "Venomous Spiders: Recommendations for Employers & Workers | NIOSH | CDC". www.cdc.gov (in ଆମେରିକୀୟ ଇଂରାଜୀ). 15 September 2021. Archived from the original on 12 May 2022. Retrieved 1 August 2022.
  4. ୪.୦ ୪.୧ ୪.୨ ୪.୩ ୪.୪ Kang, JK; Bhate, C; Schwartz, RA (September 2014). "Spiders in dermatology" (PDF). Seminars in Cutaneous Medicine and Surgery. 33 (3): 123–27. doi:10.12788/j.sder.0107. PMID 25577851. Archived from the original (PDF) on 2015-02-14. Retrieved 2021-03-24.
  5. ୫.୦ ୫.୧ Diaz, JH; Leblanc, KE (15 March 2007). "Common spider bites". American family physician. 75 (6): 869–73. PMID 17390599.
  6. ୬.୦ ୬.୧ ୬.୨ Braitberg, George (2009). "spider bites: Assessment and management" (PDF). Australian Family Physician. 38 (11): 862–67. PMID 19893831. Archived from the original (PDF) on 2013-11-01. Retrieved 2021-03-24.
  7. Stuber, Marielle; Nentwig, Wolfgang (2016). "How informative are case studies of spider bites in the medical literature?". Toxicon. 114: 40–44. doi:10.1016/j.toxicon.2016.02.023. PMID 26923161.
  8. Donaldson, LJ; Cavanagh, J; Rankin, J (July 1997). "The dancing plague: a public health conundrum". Public Health. 111 (4): 201–04. doi:10.1016/s0033-3506(97)00034-6. PMID 9242030.