ବୁଢ଼ିଆଣୀ

ଉଇକିପିଡ଼ିଆ‌ରୁ


ବୁଢିଆଣୀ
ଜୀବାଶ୍ମ କାଳ: Pennsylvanian - Holocene, 319–0 Ma
An assortment of different spiders.
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
Phylum: Arthropoda
Subphylum: Chelicerata
Class: Arachnida
Order: Araneae
Clerck, 1757
Suborders

Mesothelae
Opisthothelae
 See Spider taxonomy.

Diversity[୧]
114 families, c. 46,000 species

ବର୍ଣ୍ଣନା[ସମ୍ପାଦନା]

ବୁଢିଆଣୀ ଏକ ୮ଟି ଗୋଡ଼ ଥିବା 'ଆର୍ଥୋପୋଡ଼୍' ଯାହାର ମୁଖରେ ବିଷଜାତୀୟ ପଦାର୍ଥ ଥାଏ । ଏମାନେ 'ଆଣ୍ଟାର୍କଟିକା' ବ୍ୟତୀତ ଅନ୍ୟ ସମସ୍ତ ମହାଦେଶରେ ଦେଖାଯାଆନ୍ତି । ନଭେମ୍ବର ୨୦୧୫ ସୁଦ୍ଧା ୪୫,୭୦୦ ପ୍ରଜାତିର[୨]୧୧୪ ପରିବାରର ବୁଢିଆଣୀ ଚିହ୍ନଟ କରାଯାଇଛି । ବୁଢିଆଣୀ ଅନ୍ୟ 'ଆର୍ଥୋପୋଡ'ମାନଙ୍କଠାରୁ ଶାରିରୀକ ସ୍ତରରେ କିଛି ମାତ୍ରାରେ ଭିନ୍ନ । ଏହାର ଶରୀରକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା- 'ସେଫାଲୋଥୋରାକ୍ସ' ଓ 'ଆବଡୋମେନ୍' ଏବଂ ଏହା ଏକ ସିଲିଣ୍ଡରାକୃତି ଅଂଶଦ୍ୱାରା ଯୋଡି ହୋଇ ରହିଥାଏ । ମାତ୍ର ଅନ୍ୟ କୀଟପତଙ୍ଗଙ୍କ ଭଳି ଏହାର 'ଆଣ୍ଟିନା' ନ ଥାଏ । କେବଳ 'ମେସୋଥେଲାଏ' ବୁଢିଆଣୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବୁଢିଆଣୀଙ୍କର କେନ୍ଦ୍ରୀୟ 'ନର୍ଭସ ସିଷ୍ଟମ' ଥାଏ । ମାତ୍ର ଅନ୍ୟ 'ଆର୍ଥୋପୋଡ୍'ଙ୍କ ଭଳି ବୁଢିଆଣୀର ଗୋଡରେ ପ୍ରସାରିତ ମାଂସପେଶୀ ନ ଥାଏ ବରଂ ସେ ଏହାକୁ 'ହାଇଡ୍ରଉଲିଟିକ୍' ଚାପଦ୍ୱାରା ପ୍ରସାଏ କରେ । ଏହାର 'ଆବଡୋମେନ୍'ରେ 'ସ୍ପିନୋରେଟସ୍' ଥାଏ ଯାହା ୬ ପ୍ରକାର ଗ୍ରନ୍ଥିରୁ 'ସିଲ୍କ' ବାହାର କରେ । ବୁଢିଆଣୀ ଜାଲ ଆକାର, ଆକୃତି ଓ ବ୍ୟବହୃତ ସୂତା ଅନୁଯାୟୀ ଭିନ୍ନ ଭିନ୍ନ ଅଟେ । ବର୍ତ୍ତମାନ ଦେଖାଯାଉଛି ଯେ ଅଣ୍ଡାକୃତି 'ଅର୍ବ' ବସା ତିଆରି କରୁଥିବା ବୁଢିଆଣୀ ସବୁଠାରୁ ପୁରୁଣା ପ୍ରଜାତିର ମାତ୍ର ଯେଉଁମାନେ 'ଟାଙ୍ଗଲଡ୍ କବ୍' ବସା ତିଆରି କରନ୍ତି, ସେମାନେ 'ଅର୍ବ' ବସା ତିଆରି କରୁଥିବା ବୁଢିଆଣୀଠାରୁ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି । 'ଆରାକନିଡସ୍' ନାମକ ଏକ ବୁଢିଆଣୀ ପ୍ରଜାତି ଯାହାର 'ସ୍ପାଇଗଟ୍'ରୁ ସିଲ୍କ୍ ଉତ୍ପାଦନ ହୁଏ, ସେ ପ୍ରାୟ ୩୮୬ ନିୟୁତ ବର୍ଷ ପୂର୍ବେ 'ଡେଭୋନିଆନ୍ ପିରିୟଡ଼'ରେ ଦେଖା ଯାଇଥିଲା ମାତ୍ର ଏମାନଙ୍କଠାରେ 'ସ୍ପିନେରେଟସ୍' ଦେଖା ଯାଏନାହିଁ । ସତ ବୁଢିଆଣୀ ପ୍ରାୟ ୩୧୮ରୁ ୨୬୬ ନିୟୁତ ବର୍ଷ ପୂର୍ବେ 'କାର୍ବୋନିଫେରସ୍ ପିରିୟଡ଼' ଦେଖା ଯାଇଥିଲା ଏବଂ ଏହା ସବୁଠାରୁ ପୁରୁଣା 'ସବ୍ ଅଡର' 'ମେସୋଥେଲାଏ' ସହ ସାମଞସ୍ୟ ରଖେ ।ଆଧୁନିକ ବୁଢିଆଣୀର ମୁଖ୍ୟ ଦଳ ହେଲା 'ମାଇଗାଲୋମୋରଫାଏ' ଓ 'ଆରାନେଓମୋରଫାଏ', ଯାହା ପ୍ରାୟ ୨୦୦ ନିୟୁତ ବର୍ଷ ପୂର୍ବେ 'ଟ୍ରିଆସିକ୍ ପିରିୟଡ଼'ରେ ଦେଖା ଯାଇଥିଲା । 'ବାଘୀରା କିପଲିଙ୍ଗ୍', ଏକ ତୃଣଭୋଜୀ ପ୍ରଜାତି ଯାହା ୨୦୦୮ ମସିହାରେ ଆବିଷ୍କୃତ ହୋଇଛି, ମାତ୍ର ଅନ୍ୟ ସମସ୍ତ ପ୍ରଜାତି ମାଂସାଶୀ । ମୁଖ୍ୟତଃ ସେମାନେ କୀଟପତଙ୍ଗ ଓ ଅନ୍ୟ ବୁଢିଆଣୀ ଖାଇଥାଆନ୍ତି । ବୁଢିଆଣୀ ଶିକାର ଧରିବା ପାଇଁ ଏକ ବୃହତ ଜାଲ ତିଆରି କରେ ଓ ଏହି ଅଠାଳିଆ ଜାଲରେ ଶିକାରକୁ ଧରେ । ଅଧିକାଂଶ ବୁଢିଆଣୀ ଶିକାରକୁ ଅନୁଭୂତ ହେଉଥିବା କମ୍ପନଦ୍ୱାରା ଚିହ୍ନଟ କରୁଥିବା ବେଳେ କେତେକ ନିଜର ଦୃଷ୍ଟି ଶକ୍ତିଦ୍ୱାରା ଚିହ୍ନଟ କରନ୍ତି । 'ଜେନସ୍' 'ପୋର୍ଟିଆ'ର ଶିକାରୀମାନେ ଏହି ବିଷୟରେ ନିଜର ବୁଦ୍ଧିମତା ପଦର୍ଶନ କରନ୍ତି । ବୁଢିଆଣୀର ଅନ୍ତ୍ର ସରୁ ହୋଇଥିବା ହେତୁ କଠିନ ପରିବର୍ତ୍ତେ, ଖାଦ୍ୟକୁ ହଜମ ରସଦ୍ୱାରା ତରଳ କରି 'ପେଡିପାପ୍' (ପ୍ରଥମ ଯୋଡ଼ା ଗୋଡ)ର ପାପୁଲିଦ୍ୱାରା ଗୁଣ୍ଡ କରି (କାରଣ ସେମାନଙ୍କ ମାଢି ନ ଥାଏ) ଖାଦ୍ୟ ଗ୍ରହଣ କରନ୍ତି ।

ଆଧାର[ସମ୍ପାଦନା]

  1. "Currently valid spider genera and species". World Spider Catalog. Natural History Museum Bern. Archived from the original on 2020-11-25. Retrieved 2015-11-27.
  2. http://www.wsc.nmbe.ch/