ସୁରେନ୍ଦ୍ର ନାଥ ଜେନା

ଉଇକିପିଡ଼ିଆ‌ରୁ
ସୁରେନ୍ଦ୍ର ନାଥ ଜେନା
ଓଡ଼ିଶୀ ନୃତ୍ୟଶିଳ୍ପୀ, ସଂଗୀତଜ୍ଞ, କବି
ଜନ୍ମ(1924-10-10)୧୦ ଅକ୍ଟୋବର ୧୯୨୪
ଉଚାପୁର, ଭଦ୍ରକ, ଓଡ଼ିଶା
ମୃତ୍ୟୁ୮ ଅକ୍ଟୋବର ୨୦୦୭(2007-10-08) (ବୟସ ୮୨)
ଶାକରପୁର, ନୂଆଦିଲ୍ଲୀ
ବୃତ୍ତି(ସମୂହ)ଭାରତୀୟ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର, ଅଭିନେତା, ସଂଗୀତଜ୍ଞ, କବି, ଶିକ୍ଷକ
ସକ୍ରିୟ ବର୍ଷ୧୯୩୧-୨୦୦୬
ବୈବାହିକ-ସାଥୀକୁମୁଦିନି ଜେନା
ସନ୍ତାନପ୍ରତୀଭା ଜେନା ସିଂ, ନିର୍ମଳ ଚନ୍ଦ୍ର ଜେନା, ରେଖା ଯାଦବ, ରମା ଜେନା ପ୍ରଧାନ
ପୁରସ୍କାରସଂଗୀତ ନାଟକ ଏକାଡେମୀ ପୁରସ୍କାର

ସୁରେନ୍ଦ୍ର ନାଥ ଜେନା (୧୦ ଅକ୍ଟୋବର ୧୯୨୪ - ୮ ଅକ୍ଟୋବର ୨୦୦୭) ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ ଥିଲେ । ଏହି ନୃତ୍ୟ ଶୈଳୀରେ ଭାରତୀୟ ସଂସ୍କୃତିର ବିଭିନ୍ନ ଦିଗ ଯଥା ମନ୍ଦିର ମୂର୍ତ୍ତି, ପ୍ରାଚୀନ ନୃତ୍ୟ, ସଂସ୍କୃତ ଏବଂ ଭାଷା ସାହିତ୍ୟ, ଯୋଗ, ପାରମ୍ପାରିକ ଚିତ୍ର, ପାଣ୍ଡୁଲିପି ଏବଂ ଦର୍ଶନ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ରଚନାଗୁଡ଼ିକର ସମ୍ପୂର୍ଣ୍ଣ ସଂଗୀତ ଏବଂ ନୃତ୍ୟ କୋରିଓଗ୍ରାଫି ଜେନା ନିଜେ କରିଥିଲେ ।[୧]

ପ୍ରାରମ୍ଭ ଜୀବନ[ସମ୍ପାଦନା]

ସୁରେନ୍ଦ୍ର ନାଥ ଜେନା ଓଡ଼ିଶାର ଭଦ୍ରକ ଜିଲ୍ଲାର ଉଚାପୁରର ଛୋଟ ଗାଁରେ ରହୁଥିଲେ । ସେ କୃଷକମାନଙ୍କର ଏକ ଅତ୍ୟନ୍ତ ଗରିବ ପରିବାରରୁ ଥିଲେ । ତାଙ୍କ ପିତା କାଳନ୍ଦୀ ଚରଣ ଜେନା ଅଳ୍ପ ବୟସରେ ମୃତ୍ୟୁ ବରଣ କରିଥିଲେ ଏବଂ ମାତା ଶ୍ରୀମତି ଗୁଖୁନି ଦେବୀ ଜେନା ସ୍ଥାନୀୟ ବଜାରରେ ପନିପରିବା ଏବଂ ମାଛ ବିକ୍ରି କରି ତାଙ୍କର ଭରଣ ପୋଷଣ କରିଥିଲେ । ତାଙ୍କ ମା ସ୍ଥାନୀୟ ଗାୟକ ଏବଂ ଯାତ୍ରା ଅଭିନେତାମାନଙ୍କର ଏକ କଳାକାର ପରିବାରରୁ ଆସିଥିଲେ । ବିଦ୍ୟାଳୟରେ ପଢ଼ିବାରେ କମ ଆଗ୍ରହ ଓ ଦୁଷ୍ଟ ହେବା ଯୋଗୁଁ, ସାତ ବର୍ଷ ବୟସରେ ତାଙ୍କ ମା ତାଙ୍କୁ ଅସୁରା ମଠରେ ରଖିଥିଲେ, ଯେଉଁଠାରେ ପିଲାମାନେ ରହି ନୃତ୍ୟ ଏବଂ ନାଟକ ଶିଖୁଥିଲେ ।

ଆନନ୍ଦ ନାୟକ ତାଙ୍କର ଯାତ୍ରା ଶିକ୍ଷକ ଥିଲେ । ଖୁବ୍ କମ ସମୟ ବ୍ୟବଧାନରେ ସେ ମହାଭାରତ, ପୁରାଣ ଏବଂ ରାମାୟଣ ଆଧାରିତ ଯାତ୍ରା କାହାଣୀ ପ୍ରଦର୍ଶନ କରିବା ଆରମ୍ଭ କଲେ । ପ୍ରାୟ ତିରିଶ ବର୍ଷ ଧରି, ସେ ଯାତ୍ରା ଦଳ ସହିତ ବଳଦ ଗାଡ଼ିରେ କିମ୍ବା ବେଳେବେଳେ ପାଦରେ ଚାଲି ଚାଲି ଓଡ଼ିଶା ଦେଇ ଯାତ୍ରା କରିଥିଲେ ଏବଂ ରାତିର ପ୍ରଦର୍ଶନ କରିଥିଲେ । ସେ ଖୁବ କମ ଟଙ୍କା ଏବଂ ଖାଦ୍ୟରେ ନିଜର ଜୀବିକା ବହନ କରୁଥିଲେ । ସେମାନେ ରାତିରେ ବାଉଁଶ ଟର୍ଚ୍ଚ ସାହାଯ୍ୟରେ ଅଭିନୟ କରୁଥିଲେ ଏବଂ ଟର୍ଚ୍ଚଧାରୀମାନେ ଅଭିନେତାମାନଙ୍କୁ ଅନୁସରଣ କରି ଆଗକୁ ବଢୁଥିଲେ ।

ବୃତ୍ତି[ସମ୍ପାଦନା]

ଗୁରୁ ସୁରେନ୍ଦ୍ର ନାଥ ଜେନା, ବାଳ କୃଷ୍ଣ ମେନନଙ୍କଠାରୁ କଥକଲିର କଳା ଶିଖିବା ପାଇଁ କୋଲକାତାରେ ୬ ମାସ ବିତାଇଥିଲେ । ଏହି କେରଳୀନୃତ୍ୟ ଯାତ୍ରା ତୁଳନାରେ ଅଧିକ ଆଧୁନିକ ଥିଲା, ସେଥିପାଇଁ ସେ ଏହାକୁ ଶିଖିବାକୁ ସ୍ଥିର କଲେ । କିନ୍ତୁ ଟଙ୍କା ଅଭାବରୁ ସେ ତାଙ୍କର ଶିକ୍ଷା ସମାପ୍ତ କରିପାରିଲେ ନାହିଁ । ସେ ପ୍ରଥମେ ଦେବଦାସୀ/ ମାହାରୀ ନୃତ୍ୟ ଏବଂ ଗୋଟିପୁଅ ନୃତ୍ୟରୁ ସୃଷ୍ଟି ହୋଇଥିବା ଶୈଳୀକୁ ଅଧ୍ୟୟନ କରିଥିଲେ । ତାଙ୍କର ଅଧ୍ୟୟନ ସମାପ୍ତ ହେବା ପରେ, ସେ ୧୯୬୫-୬୬ ମସିହାରେ ଓଡ଼ିଶୀ ନୃତ୍ୟରେ ନୃତ୍ୟଭୂଷଣ ଡିଗ୍ରୀ ହାସଲ କରିଥିଲେ ।

ଜେନା ଓଡ଼ିଶା ଛାଡି ଦିଲ୍ଲୀକୁ ଚାଲିଗଲେ, ଏବଂ ସେ ୧୯୬୬ ମସିହାରେ ନୃତ୍ୟ ନିକେତନରେ ସହକାରୀ ଭାବରେ ଯୋଗ ଦେଇଥିଲେ ଏବଂ ପରେ ୧୯୬୭ ମସିହାରେ ଓଡ଼ିଶୀ ନୃତ୍ୟର ସ୍ୱାଧୀନ ଶିକ୍ଷକ ଭାବରେ ନୂଆଦିଲ୍ଲୀର ଏକ କଳା ଅନୁଷ୍ଠାନ ତ୍ରିବେଣୀ କଳା ସଙ୍ଗମରେ ଯୋଗ ଦେଇଥିଲେ । ସେ ତାଙ୍କର ବାକି ଜୀବନ ଏଠାରେ ଅତିବାହିତ କରି ବହୁ ବିଦେଶୀ ତଥା ଭାରତୀୟ ଛାତ୍ରଙ୍କୁ ଶିକ୍ଷା ଦେଇଥିଲେ ।

ସେ ତାଙ୍କର ସ୍ୱତନ୍ତ୍ର ଶୈଳୀକୁ ସ୍ୱର୍ଗୀୟ ସୌନ୍ଦର୍ଯ୍ୟର ଉଭୟ ଗୁଣ ଦେଇଛନ୍ତି: ଲାସ୍ୟ ଏବଂ ତାଣ୍ଡବ, ଯାହା ତାଙ୍କର ଓଡ଼ିଶାର ମୂଳ ବିଷୟ ଅଟେ । ନୃତ୍ୟ ମାଧ୍ୟମରେ ଭକ୍ତ ବା ଭକ୍ତି ତାଙ୍କର ଧର୍ମ ଥିଲା ଏବଂ ତାଙ୍କର ପ୍ରତ୍ୟେକ ରଚନା ଇଶ୍ୱରଙ୍କ ଭାବନାରେ ଭିଜି ଯାଇଥିଲା । ରାଧା ଏବଂ କୃଷ୍ଣ ତାଙ୍କର ଇଷ୍ଟ ଦେବତା ଥିଲେ । ସେ ପ୍ରାଚୀନ ବିଶ୍ୱାସକୁ ସମର୍ଥନ କରନ୍ତି ଯେ ଭକ୍ତି ନୃତ୍ୟ ଏବଂ ସଙ୍ଗୀତରେ ଅଭିବ୍ୟକ୍ତି ପାଇଥାଏ ଏବଂ ଏହା ସାଧନାର ଏକ ରୂପ ଅଟେ ।[୨] ତାଙ୍କର ଶୈଳୀ ହେଉଛି ନୃତ୍ୟ ମାଧ୍ୟମରେ ଆତ୍ମାକୁ ପୂଜା କରିବାର ଏକ ଉପାୟ ।[୩] ତାଙ୍କର ଶୈଳୀ ମନ୍ଦିର ମୂର୍ତ୍ତିଗୁଡ଼ିକୁ ଜୀବନ୍ତ କରିଥାଏ ।[୪]

ପୁରସ୍କାର ଏବଂ ସଫଳତା[ସମ୍ପାଦନା]

  • ୧୯୭୦ ଦଶକରେ ସେ ବ୍ୟକ୍ତିଗତ ନିମନ୍ତ୍ରଣରେ ଯୁକ୍ତରାଷ୍ଟ୍ରର ନାରୋପା ଇନଷ୍ଟିଚ୍ୟୁଟକୁ ଓଡ଼ିଶୀ ଶିକ୍ଷା ଦେବା ପାଇଁ ତିନିଥର ଯାଇଥିଲେ ।
  • ସେ ୧୯୮୧-୧୯୮୨ରୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ଫେଲୋସିପ୍ ଗ୍ରହଣ କରିଥିଲେ ।
  • ସେ ୧୯୯୧-୧୯୯୩ରୁ ଓଡ଼ିଶୀର ଇତିହାସ, କୌଶଳ ଏବଂ ନୈତିକତା ବିଷୟରେ ଓଡ଼ିଆ କବିତାରେ 'ଆତ୍ମନ-ଓଡ଼ିଶୀ ନୃତ୍ୟ ପୁରାଣ' ପୁସ୍ତକ ଲେଖିଥିଲେ ।
  • ତାଙ୍କର ନୃତ୍ୟ ରଚନାର ଭିଡିଓ ଡକ୍ୟୁମେଣ୍ଟେସନ ସଂଗୀତ ନାଟକ ଏକାଡେମୀ ୧୯୯୪ରେ କରାଯାଇଥିଲା ।
  • ଲଣ୍ଡନର ରୋହମ୍ପଟନ୍ ୟୁନିଭରସିଟିର ଡକ୍ଟର ଆଲେସାଣ୍ଡ୍ରା ଲୋପେଜ୍ ୟ ରୋୟୋଙ୍କଦ୍ୱାରା ୨୦୦୫-୨୦୦୬ ମସିହାରେ ଜେନାଙ୍କ ଶୈଳୀ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିଥିଲା, ଯାହାର ନାମ "ପରଫର୍ମିଙ୍ଗ କୋଣାର୍କ, ପରଫର୍ମିଙ୍ଗ ହିରାପୁର" ।[୫]
  • ଓଡ଼ିଶୀକୁ ତାଙ୍କର ଅବଦାନ ପାଇଁ ସେ ୨୦୦୭ ମସିହାରେ ଭାରତର ରାଷ୍ଟ୍ରପତି ଅବଦୁଲ କଲାମଙ୍କଠାରୁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ ।[୬]

ଆଧାର[ସମ୍ପାଦନା]

  1. Pratibha Jena (1924-10-10). "Nrityashilp Guru Surendra Nath Jena Odissi Dance Foundation". surendranathjenaodissi.com. Archived from the original on 2016-11-27. Retrieved 2008-08-08.
  2. DANCE REVIEW; International Odissi Dance Festival: A fest remembering the maestro by Nikita Saxena, Hindustan Times, 29 January 2017.
  3. Jaya Mehta (1924-10-10). "About the genius of Guru Surendra Nath Jena". jayamehta.in. Archived from the original on 2017-07-02. Retrieved 2014-11-06.
  4. "Remembering Guru Surendra Nath Jena". Shruti Magazine. Chennai, India. Retrieved 8 February 2017.
  5. "Performing Konarak, Performing Hirapur: Documenting The Odissi Of Guru Surendranath". 11 July 2005. Archived from the original on 29 April 2021. Retrieved 18 February 2023.
  6. "Sangeet Natak Akademi Award". Ministry of Culture, Government of India. 2006. Retrieved 3 March 2007.