ରାଧା ଦାମୋଦର ମନ୍ଦିର, ଜୁନାଗଡ଼
ଶ୍ରୀ ରାଧା ଦାମୋଦର ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Junagadh |
ଦେବାଦେବୀ | ରାଧା କୃଷ୍ଣ ରେବତୀ ବଳରାମ |
ପର୍ବ | ଜନ୍ମାଷ୍ଟମୀ, ରାଧାଷ୍ଟମୀ, ହୋଲି, କାର୍ତ୍ତିକ ପୂର୍ଣ୍ଣିମା |
Location | |
ସ୍ଥାନ | Girnar mountain |
State | Gujarat |
Country | ଭାରତ |
Location in Gujarat | |
ଭୌଗଳିକ ଅବସ୍ଥିତି | 21°18′48″N 70°17′28″E / 21.3132°N 70.2910°E |
ଉପାଦାନ | Pink sandstone |
Website | |
https://shreeradhadamodarji.org/ |
ଶ୍ରୀ ରାଧା ଦାମୋଦର ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭାରତର ଗୁଜରାଟ ପ୍ରଦେଶରେ ଥିବା ଜୁନାଗଡ଼ରେ ଅବସ୍ଥିତ । ଏହି ମନ୍ଦିର କୃଷ୍ଣଙ୍କର ଦାମୋଦର ହରି ନାମରେ ସମର୍ପିତ ହୋଇଛି । ମନ୍ଦିରର କେନ୍ଦ୍ର ସ୍ଥାନରେ ‘ଦାମୋଦର ଜି’ ବା ବିଷ୍ଣୁ'ଙ୍କର ଚତୁର୍ଦ୍ଧା ବାହୁ ଥିବା ବିଗ୍ରହ ଓ ପାଖରେ ଦେବୀ ରାଧା ବସିଥିବା ବିଗ୍ରହକୁ ପୂଜା କରାଯାଏ । ମନ୍ଦିର ପରିସରରେ ଦାମୋଦର କୁଣ୍ଡ ଓ ରେବତୀ କୁଣ୍ଡ ବିଦ୍ୟମାନ । ଗୁଜରାଟ ସରକାର ଏହି ମନ୍ଦିରର ବିଶେଷ ଯତ୍ନ ନିଅନ୍ତି ।[୧]
ଗିରନାର ପର୍ବତକୁ ଲମ୍ବିଥିବା ରାସ୍ତା ପାଖରେ ଶ୍ରୀ ରାଧା ଦାମୋଦର ମନ୍ଦିର ସହିତ ଲୋକପ୍ରିୟ ଦାମୋଦର କୁଣ୍ଡ ଓ ରେବତୀ କୁଣ୍ଡ ହ୍ରଦ ଅଛି ଓ ଏହା ଶ୍ରୀ ଦାମୋଦର ତୀର୍ଥଯାତ୍ରାର ଏକ ଅଂଶ ବିଶେଷ ଭାବରେ ଗଣାଯାଏ । ଗୁପ୍ତ ସାମ୍ରାଜ୍ୟର ରାଜା ସ୍କନ୍ଧ ଗୁପ୍ତ ଏହି ତୀର୍ଥ ସ୍ଥଳର ପୁନର୍ବିନ୍ୟାସ କରିଥିଲେ ।[୨]
ଗଠନ
[ସମ୍ପାଦନା]ମୂଖ୍ୟ ମନ୍ଦିରଟି ପିଙ୍କ ରଙ୍ଗର ବାଲି ପଥରରେ ତିଆରି ହୋଇଛି ଓ ଏହା ମଧ୍ୟରେ ନିଜ ମନ୍ଦିର ଓ ସଲୋହା ମଣ୍ଡପ ଅଛି । ନିଜ ମନ୍ଦିରର ଉଚ୍ଚତା ୬୫ ଫୁଟ ଓ ସାଲୋହା ମଣ୍ଡପ ଶୀର୍ଷ ଉଚ୍ଚତା ୩୦୫ ଫୁଟ । ନିଜ ମନ୍ଦିର ଶୀର୍ଷରେ ଏକ ପତାକା ଅଛି । ବତିଶ ଏକର ଭୂମି ଉପରେ ନିର୍ମିତ ଏହି ମନ୍ଦିରର ୮୪ଟି କାରୁକାର୍ଯ୍ୟ ହୋଇଥିବା ସ୍ତମ୍ଭ ଅଛି ।[୩]
କେନ୍ଦ୍ର ସ୍ଥାନରେ ଥିବା ମନ୍ଦିର ରାଧା ଓ ଦାମୋଦର (କୃଷ୍ଣଙ୍କୁ) ସମର୍ପିତ ହୋଇଛି ଯେଉଁଠାରେ ବିଷ୍ଣୁ ଚାରି ବାହୁରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଛନ୍ତି । ଏହି ମନ୍ଦିର ପାର୍ଶ୍ୱରେ ଅନ୍ୟ ଏକ ମନ୍ଦିରରେ ବଳରାମ ଓ ତାଙ୍କ ପତ୍ନୀ ରେବତୀଙ୍କ ବିଗ୍ରହ ଅଛି । ଗଣେଶଙ୍କୁ ସମର୍ପିତ ଅନ୍ୟ ଏକ ମନ୍ଦିର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ ।[୪]
ମହତ୍ତ୍ୱ
[ସମ୍ପାଦନା]ଗୁଜରାଟର ପୁରାତନ ମନ୍ଦିରମାନଙ୍କ ମଧ୍ୟରୁ ଶ୍ରୀ ରାଧା ଦାମୋଦର ମନ୍ଦିର ଅନ୍ୟତମ । ବିଶ୍ୱାସ କରାଯାଏ, କୃଷ୍ଣଙ୍କର ନାତି ବଜ୍ରନାଭ ଏହି ମନ୍ଦିର ତୋଳେଇଥିଲେ । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ଦିନ ପିତୃ ତର୍ପଣ ନିମନ୍ତେ ହଜାର ହଜାର ଲୋକ ଏହି ମନ୍ଦିରରେ ସମବେତ ହୁଅନ୍ତି । ମୃତ୍ୟୁ ପରେ ମୋକ୍ଷ ହେବା ଆଶାରେ ପବିତ୍ର ଦାମୋଦର କୁଣ୍ଡରେ ଭକ୍ତମାନେ ବୁଡ଼ ପକାନ୍ତି ।[୩] ସ୍କନ୍ଧ ଉପନିଷଦ ଅନୁସାରେ ସ୍ୱର୍ଣ୍ଣ ରଶ ନଦୀ ଧାରାରେ ଦାମୋଦର କୁଣ୍ଡ ଅବସ୍ଥାପିତ ହୋଇଛି ।[୨] ଏହି ନଦୀରେ ସ୍ନାନ କଲେ ସକଳ ପାପ ଧ୍ରୌତ ହୋଇଯାଏ । ଦାମୋଦରଙ୍କୁ ପୂଜା କରିବା ପୂର୍ବରୁ ନରସିଂହ ମେହତା ପ୍ରତ୍ୟହ ଏହି ଦାମୋଦର କୁଣ୍ଡରେ ସ୍ନାନ କରୁଥିଲେ ।[୧]
ମନ୍ଦିର ସମୟ
[ସମ୍ପାଦନା]ପ୍ରତ୍ୟହ ସକାଳ ୬:୦୦ରୁ ସନ୍ଧ୍ୟା ୫:୩୦
ଗ୍ୟାଲେରି
[ସମ୍ପାଦନା]-
ରାଧା ଦାମୋଦର ମନ୍ଦିରର ସମ୍ମୁଖ ଭାଗର ଦୃଶ୍ୟ
-
ଦାମୋଦର ମନ୍ଦିରର ଘାଟ ସମୂହ
-
ମନ୍ଦିର ପରିସର
-
ଦାମୋଦର କୁଣ୍ଡ
-
ମନ୍ଦିରରେ ଭକ୍ତ ସମୂହ
-
ମନ୍ଦିରରୁ ଗିରନାର ପର୍ବତର ଦୃଶ୍ୟ
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Damodar Kund & Temple, Junagadh - Timings, History, Pooja & Aarti schedule". Trawell.in. Retrieved 2021-07-05.
- ↑ ୨.୦ ୨.୧ "Damodar Pilgrimage". Shree Radha Damodarji. Archived from the original on 2022-09-26. Retrieved 2022-09-26.
- ↑ ୩.୦ ୩.୧ Pravase. "Shri Damodar Hari Temple and Damodar Kund-Junagadh |Pravase". pravase.co.in (in ଇଂରାଜୀ). Retrieved 2021-07-05.
- ↑ "Damodarji temple". Shree Radha Damodarji. Archived from the original on 2022-09-26. Retrieved 2022-09-26.