ଘୃଷ୍ଣେଶ୍ୱର ମନ୍ଦିର
Grishneshwar Jyotirlinga Temple | |
---|---|
घृष्णेश्वर ज्योतिर्लिंग मंदिर | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Aurangabad |
ଦେବାଦେବୀ | Shri Grishneshwar (Shiva) |
Festivals | Mahashivratri |
Location | |
ସ୍ଥାନ | Aurangabad, Maharashtra |
State | Maharashtra |
Country | India |
Location in Maharashtra[୧] | |
ଭୌଗଳିକ ଅବସ୍ଥିତି | 20°1′29.9″N 75°10′11.7″E / 20.024972°N 75.169917°E |
Architecture | |
Type | Hemadpanthi |
ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ବା ଘୁଷ୍ମେଶ୍ୱର ବା ଘ୍ରେଁଶ୍ୱର ମନ୍ଦିର ଏକ ତୀର୍ଥସ୍ଥାନ ଯାହା ବିଷୟ ଶିବ ପୁରାଣରେ ବର୍ଣ୍ଣନା କରାଯାଇଛି ।[୨][୩] ଘରେଶ୍ୱର ଶବ୍ଦର ଅର୍ଥ ଦୟାର ଭଗବାନ ।[୨] । ଏହି ମନ୍ଦିର ହିନ୍ଦୁ ଶୈବମାନଙ୍କର ଏକ ଉଲ୍ଲେଖନୀୟ ତୀର୍ଥଯାତ୍ରା ସ୍ଥାନ ଯାହା ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ସର୍ବଶେଷ ସ୍ଥାନ ।[୪] ଏହି ସ୍ଥାନ ଏଲୋରାରେ ଅଛି ଯାହା ଏଲୋରା ଗୁମ୍ଫାଠାରୁ ଏକ କିମିରୁ କମ ଦୂରରେ ଅବସ୍ଥିତ । ମହାରାଷ୍ଟ୍ରର ଔରଙ୍ଗାବାଦର ଉତ୍ତର-ପଶ୍ଚିମ ଦିଗରେ ୩୦ କିମି ଦୂରରେ ଓ ମୁମ୍ବାଇର ଉତ୍ତର-ପୂର୍ବ ଦିଗରେ ୩୦୦ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ ।
ଇତିହାସ
[ସମ୍ପାଦନା]ତ୍ରୟୋଦଶ ଓ ଚତୁର୍ଦଶ ଶତାବ୍ଦୀରେ ଏହି ମନ୍ଦିରକୁ ଦିଲ୍ଲୀ ସଲତନେତ ଭାଙ୍ଗି ଦେଇଥିଲେ । ମୋଗଲ-ମରାଠା ଗୋଳମାଳ ସମୟରେ ଅନେକ ଥର ଏହି ମନ୍ଦିର ଭାଂଗିଛି ଓ ପୁନର୍ଗଠିତ ହୋଇଛି । ମୋଗଲ ସାମ୍ରାଜ୍ୟର ପତନ ପରେ ଆଧୁନିକ ମନ୍ଦିରକୁ ରାଣୀ ଅହିଲ୍ୟାବାଈ ହୋଲକର ସମୟରେ ପୁନର୍ଗଠିତ ହୋଇଛି ।[୪] ଅଧୁନା ଏହା ଏକ ଉଲ୍ଲେଖନୀୟ ସ୍ଥାନ ଯେଉଁଠାକୁ ପ୍ରତ୍ୟହ ଭକ୍ତମାନେ ଆସି ଲମ୍ବା ଧାଡ଼ିରେ ଭିତରକୁ ଯିବାପାଇଁ ଠିଆ ହେଉଛନ୍ତି । ଯେକେହି ମନ୍ଦିର ପରିସରକୁ ଯିବାକୁ ହେଲେ ଖାଲି ପାଦରେ ଯିବାକୁ ପଡ଼ିବ, କିନ୍ତୁ ଗର୍ଭ-ଗୃହଜୁ ଯିବାକୁ ହେଲେ ଖୋଲା ଛାତିରେ ଯିବାକୁ ହେବ ।[୨]
ମରାଠା ସ୍ଥାପତ୍ୟ ଶୈଳୀ ଓ ଗଠନର ଏକ ନିଦର୍ଶନ ହେଉଛି ଘୃଷ୍ଣେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର । ମନ୍ଦିରଟି ଲାଲ ପଥରରେ ଗଠିତ ଓ ପାଞ୍ଚ ଥାକିଆ ଶିଖର ଅଛି । ଷୋଡଶ ଶତାବ୍ଦୀରେ ଶିବାଜୀଙ୍କର ଜେଜେବାପା ମାଲୋଜି ଭୋନ୍ସଲେ ଏହି ମନ୍ଦିରର ପୁନର୍ନିମାଣ କରିଥିଲେ । ଅଷ୍ଟାଦଶ ଶତାବ୍ଦୀରେ ଆଉ ଥରେ ଅହିଲ୍ୟାବାଈ ହୋଲକର ନିର୍ମାଣ କରିଥିଲେ । ଅହିଲ୍ୟାବାଈ ପୁନର୍ନିମାଣ କରିଥିବା ଅନ୍ୟାନ୍ୟ ମନ୍ଦିରମାନ ହେଉଛି ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର, ଗୟାର ବିଷ୍ଣୁ ମନ୍ଦିର ଓ ସୋମନାଥ ମନ୍ଦିରରେ ଅଧିକ ବୃହତ ଜ୍ୟୋତିର୍ଲିଙ୍ଗ ମନ୍ଦିର ।[୫]
ଭାରତର ସମସ୍ତ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ଏହା ସବୁଠାରୁ ଛୋଟ ମନ୍ଦିର । ମନ୍ଦିର ଭିତରେ ଅଧା ବାଟ ଯିବାପରେ ଲାଲ ପ୍ରସ୍ତରରେ ନିର୍ମିତ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ । ଏହାର କୋର୍ଟ ହଲରେ ୨୪ଟି ସ୍ତମ୍ଭ ଅଛି । ସ୍ତମ୍ଭମାନଙ୍କରେ ଶିବଙ୍କର ପୁରାଣ ଓ ଲୋକକଥାମାନ ଖୋଦିତ ହୋଇଛି । ଗର୍ଭ ଗୃହର ଆକାର ୧୭ଫୁଟX୧୭ ଫୁଟ ଲିଂଗମୂର୍ତ୍ତି ପୂର୍ବଦିଗକୁ ମୁହଁ କରି ରହିଛି । କୋର୍ଟ ହଲରେ ନନ୍ଦୀ ବୃଷଭ ରହିଛି । ମନ୍ଦିର ଗୃହମାନଙ୍କରେ ଅନେକ ହିନ୍ଦୁ ଦେବତା ଓ ଦେବୀମାନଙ୍କର ମୂର୍ତ୍ତି ଖୋଦିତ ହୋଇଛି । ଏହି ମନ୍ଦିରଟି ମହାରାଷ୍ଟ୍ର ପ୍ରଦେଶରେ ଅଛି ।
ଯୋଗାଯୋଗ
[ସମ୍ପାଦନା]ସବୁଠାରୁ ପାଖ ଏୟାରପୋର୍ଟ: ଔରଙ୍ଗାବାଦ ଏୟାରପୋର୍ଟ
ସବୁଠାରୁ ପାଖ ରେଲୱେ ଷ୍ଟେସନ: ଔରଙ୍ଗାବାଦ ଷ୍ଟେସନ
ଆଧାର
[ସମ୍ପାଦନା]- ↑ Grishneshwar Aurangabad GPS Archived 11 September 2013 at the Wayback Machine. Govt of Maharashtra
- ↑ ୨.୦ ୨.୧ ୨.୨ Lochtefeld 2002, p. 247.
- ↑ Swati Mitra (2011). Omkareshwar and Maheshwar. Goodearth Publications. p. 25. ISBN 978-93-80262-24-6.
- ↑ ୪.୦ ୪.୧ Bruce Norman (1988). Footsteps: Nine Archaeological Journeys of Romance and Discovery. Salem. pp. 99–100. ISBN 978-0-88162-324-6.
- ↑ Swati Mitra (2011). Omkareshwar and Maheshwar. Goodearth Publications. pp. 23–25. ISBN 978-93-80262-24-6.