Jump to content

ମହୁମାଛି ଦଂଶନ

ଉଇକିପିଡ଼ିଆ‌ରୁ
Bee sting
Bee bite
The stinger of a honey bee separated from the body and attached to a protective dressing
ବିଭାଗEmergency medicine
ଲକ୍ଷଣSharp pain followed by redness and swelling[]
ରୋଗ ନିର୍ଣ୍ଣୟ ପଦ୍ଧତିBased on history of events[]
ସଠିକ ରୋଗ ନିର୍ଣ୍ଣୟCellulitis, folliculitis[][]
ପ୍ରତିକାରDEET[]
ଚିକିତ୍ସାRemove stinger, pain medication, apply cold, antihistamines, epinephrine[]
PrognosisGenerally resolve in hours to days[]
ପୁନଃପୌନିକRelatively common[]
ମୃତ୍ୟୁ ସାନ୍ଦ୍ରତା<100/yr (USA)[]

ମହୁମାଛି ଦଂଶନ ହେଉଛି ମାଈ ମହୁମାଛି କାମୁଡ଼ା ଜନିତ ଆଘାତ । [] ଏହାର ଲକ୍ଷଣ ମଧ୍ୟରେ ଏକ ତୀବ୍ର ଯନ୍ତ୍ରଣା ପରେ ଲାଲ ପଡ଼ିବା, ଫୁଲା ଏବଂ କୁଣ୍ଡେଇ ହୁଏ । [] [] ପରଦିନ ଏକ ଫୋଟକା ସୃଷ୍ଟି ହୋଇପାରେ ଏବଂ ଲାଲ ରଙ୍ଗର ସ୍ଥାନ ୩ ଦିନ ମଧ୍ୟରେ ବିସ୍ତାର ହୋଇପାରେ । [] [] ଏହା ସାଧାରଣତଃ କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ଉନ୍ନତି ହୁଏ । [] ୯୦% କ୍ଷେତ୍ରରେ କେବଳ ଏକ ସ୍ଥାନୀୟ ପ୍ରତିକ୍ରିୟା ହୁଏ ଓ ୯% କ୍ଷେତ୍ରରେ ବିସ୍ତାର ଲକ୍ଷଣ ଦେଖାଯାଏ | [] ଜଟିଳତା ମଧ୍ୟରେ ଆନାଫାଇଲକ୍ସିସ ହୋଇପାରେ[] ଦ୍ୱିତୀୟକ ଜୀବାଣୁ ସଂକ୍ରମଣ ଏକ ଅଭାବନୀୟ ଘଟଣା। []

ମହୁମାଛି ସାଧାରାନତଃ ଭୟଭୀତ ହେଲେ ଦଂଶନ କରନ୍ତି କିନ୍ତୁ ଆଫ୍ରିକୀୟ ମହୁମାଛି ବିନା ଉତ୍ତେଜନାରେ ଦଂଶନ କରନ୍ତିନି । [] ସାଧାରଣତ ମହୁମାଛି କେବଳ ଥରେ ଦଂଶନ କରେ । [] ଏହା ଏକ ପ୍ରକାର ହାଇମେନୋପେରା ଦଂଶନ ଯାହା ବିରୁଡ଼ି, ହର୍ନେଟ୍ ଏବଂ ଅଗ୍ନି ପିମ୍ପୁଡ଼ି ମଧ୍ୟ କରନ୍ତି ।[] ଘଟଣାର ଇତିହାସ ଉପରେ ରୋଗ ନିର୍ଣ୍ଣୟ କରାଯାଏ । []

ପ୍ରତିରୋଧ ଡିଇଇଟି (DEET) ବ୍ୟବହାର କରି କରାଯାଏ । [] ନାହୁଡ଼ ବାହାର କରି ଚିକିତ୍ସା କରାଯାଏ ଓ ସରଳ ଯନ୍ତ୍ରଣା ନିବାରକ ଔଷଧ, ଥଣ୍ଡା ପ୍ରୟୋଗ ଏବଂ ଆଣ୍ଟିହିଷ୍ଟାମିନ ଦିଆଯାଏ ।[] କ୍ରେଡିଟ୍ କାର୍ଡ ପରି ଏକ ବସ୍ତୁଦ୍ୱାରା ଏହାକୁ ଅପସାରଣ କରାଯାଇଥାଏ । [] ଗୁରୁତର ପ୍ରତିକ୍ରିୟା ଥିବା ଲୋକଙ୍କୁ ଏପିନେଫ୍ରାଇନ୍ କିମ୍ବା କର୍ଟିକୋଷ୍ଟେରଏଡ ସହିତ ଚିକିତ୍ସା କରାଯାଇପାରେ। [] ଯେଉଁମାନଙ୍କର ତୀବ୍ର ପ୍ର।କ୍ରିୟା ଇତିହାସ ରହିଛି, ଭେନମ ବା ବିଷ ଇମ୍ୟୁନୋଥେରାପି ବ୍ୟବହାର କରାଯାଇପାରେ । []

ମହୁମାଛି ଦଂଶନ ଅପେକ୍ଷାକୃତ ସାଧାରଣ ଅଟେ । [] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି । [] ଯୁକ୍ତରାଷ୍ଟ୍ରରେ ମହୁମାଛି, ପୋକ ଏବଂ ହର୍ନେଟ ଷ୍ଟିଙ୍ଗ କାରଣରୁ ବର୍ଷକୁ ୧୦୦ରୁ କମ୍ ମୃତ୍ୟୁ ଘଟିଥାଏ; ଯେଉଁଥିରୁ ୮୦% ପୁରୁଷମାନଙ୍କଠାରେ ଦେଖାଯାଏ | [] ଚିକିତ୍ସା ସୁବିଧା ପାଇଁ ପ୍ରାୟ ଖ୍ରୀଷ୍ଟପୂର୍ବ ୪୦୦ରେ ହିପୋକ୍ରାଟସ୍ ମହୁମାଛି ଦଂଶନ ବ୍ୟବହାର କରାଯାଇଥିଲା। []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ "Bee and wasp stings | DermNet NZ". dermnetnz.org (in ଇଂରାଜୀ). Archived from the original on 12 August 2021. Retrieved 21 June 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Arif, F; Williams, M (January 2022). "Hymenoptera Stings". PMID 30085514. {{cite journal}}: Cite journal requires |journal= (help)
  3. ୩.୦ ୩.୧ "QuickStats: Number of Deaths from Hornet, Wasp, and Bee Stings, Among Males and Females — National Vital Statistics System, United States, 2000–2017". MMWR. Morbidity and Mortality Weekly Report (in ଆମେରିକୀୟ ଇଂରାଜୀ). 2019. doi:10.15585/mmwr.mm6829a5. Archived from the original on 15 June 2022. Retrieved 21 June 2022.
  4. Wilson-Rich, Noah; Allin, Kelly; Carreck, Norman; Quigley, Andrea (24 July 2018). The Bee: A Natural History (in ଇଂରାଜୀ). Princeton University Press. p. 10. ISBN 978-0-691-18247-6. Archived from the original on 27 June 2022. Retrieved 21 June 2022.
  5. ୫.୦ ୫.୧ "Bee, Wasp, Hornet, and Ant Stings - Injuries and Poisoning". Merck Manuals Consumer Version (in କାନାଡିୟ ଇଂରାଜୀ). Archived from the original on 4 December 2021. Retrieved 21 June 2022.
  6. Grassberger, Martin; Sherman, Ronald A.; Gileva, Olga S.; Kim, Christopher; Mumcuoglu, Kosta (4 June 2013). Biotherapy - History, Principles and Practice: A Practical Guide to the Diagnosis and Treatment of Disease using Living Organisms (in ଇଂରାଜୀ). Springer Science & Business Media. p. 79. ISBN 978-94-007-6585-6. Archived from the original on 27 June 2022. Retrieved 21 June 2022.