ଲଳିତ ମୋହନ ଶର୍ମା
ଲଳିତ ମୋହନ ଶର୍ମା | |
---|---|
୨୪ତମ ମୁଖ୍ୟ ବିଚାରପତି, ଉଚ୍ଚତମ ନ୍ୟାୟାଳୟ | |
Appointed by | ଭାରତର ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା |
ପୂର୍ବ ଅଧିକାରୀ | ମଧୁକର ହିରାଲାଲ କାନିୟା |
ପର ଅଧିକାରୀ | ଜଷ୍ଟିସ ଏମ୍. ଏନ୍. ଭେଙ୍କେଟଚାଲିୟା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଗୟା, (ବିହାର) | ୧୨ ଫେବୃଆରୀ ୧୯୨୮
ମୃତ୍ୟୁ | ୩ ନଭେମ୍ବର ୨୦୦୮ ପାଟନା | (ବୟସ ୮୦)
ଲଳିତ ମୋହନ ଶର୍ମା (୧୨ ଫେବୃଆରୀ ୧୯୨୮ – ୩ ନଭେମ୍ବର ୨୦୦୮) ଭାରତର ଉଚ୍ଚତମ ନ୍ୟାୟାଳୟର ୨୪ତମ ମୁଖ୍ୟ ବିଚାରପତି । ତାଙ୍କ ପିତା ଏଲ୍. ଏନ୍. ସିହ୍ନା ଥିଲେ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ । ଜଷ୍ଟିସ ଶର୍ମା ଭାରତର ଉଚ୍ଚତମ ନ୍ୟାୟାଳୟରେ ୧୮ ନଭେମ୍ବର ୧୯୯୨ରୁ ୧୧ ଫେବୃଆରୀ ୧୯୯୩ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ ।[୧]
ବୃତ୍ତିଗତ ଜୀବନ
[ସମ୍ପାଦନା]ଜଷ୍ଟିସ ଶର୍ମା ପାଟନା ବିଶ୍ୱବିଦ୍ୟାଳୟରୁ ୧୯୪୬ ମସିହାରେ ବି. ଏ. (ସମ୍ମାନ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୪୮ରେ ଉକ୍ତ ବିଶ୍ୱବିଦ୍ୟାଳୟରୁ ବି. ଏଲ୍. ଡ଼ିଗ୍ରୀ ହାସଲ କଲେ । ୧୯୪୯ ମସିହାରେ ପାଟନା ଉଚ୍ଚ ନ୍ୟାୟାଳୟରେ ଏକ କିରାଣୀ ଭାବେ ଯୋଗ ଦେଇଥିଲେ । ପରେ ୧୯୫୦ ମସିହା ଫେବୃଆରୀ ମାସରୁ ପାଟନା ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କଲେ । ୬ ମାର୍ଚ୍ଚ ୧୯୫୭ ମସିହାରେ ଭାରତର ଉଚ୍ଚତମ ନ୍ୟାୟାଳୟର ଓକିଲ ଭାବେ ପଞ୍ଜିକୃତ ହେବା ପରେ ସେ ଏକ ବରିଷ୍ଠ ଓକିଲ ଭାବେ ମାନ୍ୟତା ପ୍ରାପ୍ତ ହେଲେ । ୧୨ ଏପ୍ରିଲ ୧୯୭୩ରେ ସେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ ଯୋଗଦେଲେ ।[୨]
୧୮ ନଭେମ୍ବର ୧୯୯୨ରେ ସେ ଭାରତର ଉଚ୍ଚତମ ନ୍ୟାୟାଳୟର ବିଚାରପତି ଆସନକୁ ଉନ୍ନିତ ହୋଇ ପରେ ୧୮ ନଭେମ୍ବର ୧୯୯୨ରେ ସର୍ବୋଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ଆସନ ଅଳଂକୃତ କରିଥିଲେ । ପରିଶେଷରେ ୧୧ ଫେବୃଆରୀ ୧୯୯୩ ଦିନ ସେ ଚାକିରିରୁ ଅବସର ନେଇଥିଲେ ।
ପରିବାର ଏବଂ ବାଲ୍ୟ ଜୀବନ
[ସମ୍ପାଦନା]ଲଳିତ ମୋହନ ଶର୍ମା ୧୨ ଫେବୃଆରୀ ୧୯୨୮ରେ ବିହାର ରାଜ୍ୟର ଗୟାଜିଲ୍ଲା ଅନ୍ତର୍ଗତ ମୁସି ଗ୍ରାମରେ ଏକ ଜମିଦାରି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଲାଲ ନାରାୟଣ ସିହ୍ନା ଭାରତରେ ଇନ୍ଦିରାଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୧୭ ଜୁଲାଇ ୧୯୭୨ରୁ ଏପ୍ରିଲ ୫ ୧୯୭୭ ପର୍ଯ୍ୟନ୍ତ ଭାରତର ଆଟର୍ଣ୍ଣି ଜେନେରାଲ ଥିଲେ । ତାଙ୍କ ପୁତ୍ର ଜଷ୍ଟିସ ପାର୍ଥ ସାରଥୀ ପାଟନା ଉଚ୍ଚ ନ୍ୟାୟାଳୟର ଏକ ବିଚାରପତି ଭାବେ କାର୍ଯ୍ୟ ତୁଲାଇଥିଲେ ।
ମୃତ୍ୟୁ
[ସମ୍ପାଦନା]ଜଷ୍ଟିସ ଶର୍ମା ୮୦ ବର୍ଷ ବୟସରେ ୩ ନଭେମ୍ବର ୨୦୦୮ ଦିନ ପାଟନାସ୍ଥିତ ନିଜ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ପରିବାର ଅନ୍ୟ ସଦସ୍ୟମାନେ ହେଲେ ତାଙ୍କର ସ୍ତ୍ରୀ, ପୁତ୍ର ଏବଂ କନ୍ୟା ।[୩]
ଆଧାର
[ସମ୍ପାଦନା]- ↑ "L.M Sharma". Supreme Court Observer. Retrieved 24 April 2022.
- ↑ "Home | SUPREME COURT OF INDIA".
- ↑ "Former Chief Justice of India L M Sharma passes away". bihartimes.com. Retrieved 24 April 2022.
ବାହାର ଲିଙ୍କ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |