ଅହଲ୍ୟା

ଉଇକିପିଡ଼ିଆ‌ରୁ

ଅହଲ୍ୟା ହେଉଛନ୍ତି ହିନ୍ଦୁ ପୁରାଣରେ ବର୍ଣ୍ଣିତ ଏକ ମହିଳା ଚରିତ୍ର, ଯିଏ ଋଷି ଗୌତମଙ୍କ ପତ୍ନୀ ଥିଲେ । ତାଙ୍କ କାହାଣୀ ରାମାୟଣ ଏବଂ ପରେ ରାମକଥାରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିଲା । କାହାଣୀ ଅନୁଯାୟୀ ସେ ହେଉଛନ୍ତି ଋଷି ଗୌତମଙ୍କ ପତ୍ନୀ ଏବଂ ବ୍ରହ୍ମାଙ୍କ ମାନସ କନ୍ୟା । ସୃଷ୍ଟି କର୍ତ୍ତା ବ୍ରହ୍ମା ଅହଲ୍ୟାଙ୍କୁ ସବୁଠାରୁ ସୁନ୍ଦର ମହିଳା ଭାବେ ଗଢିଥିଲେ । ତେଣୁ ସମସ୍ତ ଦେବତା ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ । ତେବେ ଅହଲ୍ୟାଙ୍କ ବିବାହ ପାଇଁ ବ୍ରହ୍ମା ଏକ ସର୍ତ୍ତ ରଖିଥିଲେ । ସର୍ତ୍ତଟି ହେଉଛି ଯେ ଯିଏ ତ୍ରିଲୋକ ପରିଭ୍ରମଣ କରି ପ୍ରଥମେ ଫେରିଆସିବ ତାଙ୍କୁ ହିଁ ଅହଲ୍ୟା ବରଣ ମାଳା ପ୍ରଦାନ କରିବେ । ଦେବରାଜ ଇନ୍ଦ୍ର ପ୍ରଥମେ ତାଙ୍କର ସମସ୍ତ ଚମତ୍କାର ଶକ୍ତି ପ୍ରୟୋଗ କରି ତ୍ରିଲୋକ ପରିଭ୍ରମଣ କରିଆସିଲେ । କିନ୍ତୁ ଏହି ସମୟରେ ନାରଦ ବ୍ରହ୍ମାଙ୍କୁ କହିଥିଲେ ଯେ ଋଷି ଗୌତମ ଇନ୍ଦ୍ରଙ୍କ ପୂର୍ବରୁ ତ୍ରିଲୋକ ପରିଭ୍ରମଣ କରିଛନ୍ତି । ନାରଦ ବ୍ରହ୍ମାଙ୍କୁ କହିଥିଲେ ଯେ ତାଙ୍କର ଦୈନିକ ପୂଜାକ୍ରମରେ ଋଷି ଗୌତମ ଗୋମାତାଙ୍କୁ ପରିକ୍ରମଣ କଲାବେଲେ ଗୋମାତା ଏକ ବାଛୁରୀ ଜନ୍ମ ଦେଇଥିଲେ । ବେଦାନୁସାର ଏହି ସମୟରେ ଗୋମାତାଙ୍କୁ ପରିକ୍ରମା କରିବା ତ୍ରିଲୋକ ପରିକ୍ରମା ସହିତ ସମାନ । ଅହଲ୍ୟା ଏହିପରି ଭାବେ ଅତ୍ରି ଋଷିଙ୍କ ପୁତ୍ର ଗୌତମଙ୍କୁ ବିବାହ କରିଥିଲେ ।

ଇନ୍ଦ୍ରଙ୍କ ଏକ ଭୁଲ ହେତୁ ଗୌତମ ଅହଲ୍ୟାଙ୍କୁ ଅଭିଶାପ ଦେବା ଫଳରେ ଅହଲ୍ୟା ଏକ ପାଷାଣ ପାଲଟିଯାଇଥିଲେ । ଅବଶ୍ୟ ବହୁଦିନ ପରେ, ସେ ପ୍ରଭୁ ଶ୍ରୀ ରାମଙ୍କ ପାଦ ସ୍ପର୍ଶ ପାଇ ପୁନର୍ବାର ନିଜ ରୂପ ଫେରି ପାଇଲେ ।[୧]

ହିନ୍ଦୁ ପରମ୍ପରା ତଥା ପୌରାଣିକ ବର୍ଣ୍ଣନା ଅନୁସାରେ ଅହଲ୍ୟାଙ୍କୁ ପଞ୍ଚ ସତୀଙ୍କ ମଧ୍ୟରେ ଅନ୍ୟତମା ଭାବରେ ବିବେଚନା କରାଯାଏ ଏବଂ ଏହି ଅହଲ୍ୟା ପ୍ରାତଃ ସ୍ମରଣୀୟା ଅଟନ୍ତି । ହିନ୍ଦୁ ପରମ୍ପରା ଅନୁଯାୟୀ, ନିତ୍ୟ ସକାଳେ ଏହି ପଞ୍ଚକନ୍ୟାଙ୍କ ନାମ ସ୍ମରଣ କରିବାଦ୍ୱାରା ସମସ୍ତ ପାପ ନଷ୍ଟ ହୋଇଯାଏ ।[୨]

ଆଧାର[ସମ୍ପାଦନା]

  1. "The Epic Story of Ahalya and Its Hidden Symbolism". www.hinduwebsite.com (in ଆମେରିକୀୟ ଇଂରାଜୀ). Retrieved 14 February 2021.
  2. "The Legends of the Panchakanya - The Five Virgins of Ancient India". Ancient Origins Members Site (in ଇଂରାଜୀ). Retrieved 20 November 2021.