ପ୍ରାର୍ଥନା ଫରଦିନ ଦିଘି

ଉଇକିପିଡ଼ିଆ‌ରୁ
ପ୍ରାର୍ଥନା ଫରଦିନ ଦିଘି
প্রার্থনা ফারদিন দীঘি
ଭଏସ୍ ଟିଭିରେ ଦିଘି
Born୨୬ ଅକ୍ଟୋବର
ଢାକା, ବଙ୍ଗଳାଦେଶ
Educationଷଟାନ୍ସଫୋର୍ଡ଼ ସ୍କୁଲ୍ ଆଣ୍ଡ୍ କଲେଜ୍[୧][୨]
Occupation(s)ଚଳଚ୍ଚିତ୍ର ଅଭିନେତ୍ରୀ, ମଡେଲ
Years active୨୦୦୬–ଏବେଯାଏଁ
Notable workକାବୁଲିବାଲା
Parent(s)ସୁବ୍ରତ,
ଡୋୟେଲ୍
Awardsବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୩ ଥର)

ପ୍ରାର୍ଥନା ଫରଦିନ ଦିଘି (ଦିଘି ନାମରେ ଜଣାଶୁଣା) ଜଣେ ବାଂଲାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ମଡେଲ । ଜଣେ ଶିଶୁ କଳାକାର ଭାବରେ ସେ କାବୁଲିବାଲା (୨୦୦୬), ଏକ ଟାକର ବୋଉ (୨୦୦୮), ଚାଚୁ ଅମାର ଚାଚୁ (୨୦୧୦) ବଙ୍ଗଳାଦେଶୀ କଥାଚିତ୍ର ପାଇଁ ତିନିଥର ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ବିଜେତା ହୋଇଛନ୍ତି ।[୩] ଶିଶୁ କଳାକାର ଭାବରେ ସେ ସମଗ୍ର ବଙ୍ଗଳାଦେଶରେ କ୍ଷାତି ଅର୍ଜନ କରିଥିଲେ ।

୨୦୧୯ ମସିହାରେ ସେ ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ । ବଙ୍ଗଳାଦେଶୀ କ୍ରିକେଟ୍ ଦଳ ପାଇଁ ହୋଇଥିବା ଲାଲ୍ ସବୁଜ ନାମକ ଏକ ଗୀତରେ ସେ କାମ କରିଥିଲେ, ଯେଉଁଥିରେ ମାହିୟା ମାହି, ଶ୍ୟମନ ସିଦ୍ଦିକ, ଇଆମିନ୍ ହକ୍ ବବି, ମୌସୁମୀ ହମିଦ, ଅମିନ ଖାନ୍, କାଜି ମରୁଫ୍, ମାମନୁନ ହାସାନ ଇମାନ ଆଦି କଳାକାରମାନେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • କାବୁଲିବାଲା - ୨୦୦୬
  • ଚାଚୁ - ୨୦୦୬
  • ଦାଦିମା - ୨୦୦୬
  • ସାଜଘର - ୨୦୦୭
  • ଓବୁଜ୍ ଶିଶୁ - ୨୦୦୭
  • କପାଲ - ୨୦୦୭
  • ଏକ ଟାକର ବୋ - ୨୦୦୮
  • ଜୀବନ ମରଣର ସାଥୀ - ୨୦୧୦
  • ଚାଚୁ ଅମାର ଚାଚୁ - ୨୦୧୦
  • ଟପ୍ ହିରୋ - ୨୦୧୦

ଆଧାର[ସମ୍ପାଦନା]

  1. "Dighi passes SSC with CGPA 3.61 | banglanews24.com". banglanews24.com. May 6, 2019.
  2. "Actress Dighi passes SSC with GPA-3.61". Daily Sun.[permanent dead link]
  3. Rashed Shaon. "চার দশকে আমাদের সেরা চলচ্চিত্রগুলো". bdnews24 (in Bengali). Archived from the original on August 20, 2019. Retrieved November 4, 2012. {{cite news}}: |archive-date= / |archive-url= timestamp mismatch; ଅଗଷ୍ଟ 20, 2012 suggested (help)

ବାହାର ଆଧାର[ସମ୍ପାଦନା]