ମୌସୁମୀ ହମିଦ

ଉଇକିପିଡ଼ିଆ‌ରୁ
ମୌସୁମୀ ହମିଦ
Born (1988-10-12) ୧୨ ଅକ୍ଟୋବର ୧୯୮୮ (ବୟସ ୩୫)
ସାତଖିରା, ଖୁଲ୍‌ନା, ବଙ୍ଗଳାଦେଶ
Nationalityବଙ୍ଗଳାଦେଶୀ
Alma materଆଜମ ଖାନ କମର୍ସ କଲେଜ
Occupations
  • ଅଭିନେତ୍ରୀ
  • ମଡେଲ
Years active୨୦୧୦–ଏବେଯାଏଁ

ମୌସୁମୀ ହମିଦ (ଜନ୍ମ: ୧୨ ଅକ୍ଟୋବର ୧୯୮୮) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଓ ମଡେଲ । ସେ ମୁଖ୍ୟତଃ ବଙ୍ଗଳାଦେଶର ଦୂରଦର୍ଶନ ଓ କଥାଚିତ୍ର ଜଗତରେ ଅଭିନୟ କରନ୍ତି । ୨୦୧୦ ମସିହାରେ ସେ ଲକ୍ସ ଚେନାଲ ଆଇ ସୁପରଷ୍ଟାର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ସେଠାରେ ସେ ରନର୍‌ଅପ୍ ହୋଇଥିଲେ ଓ ତା'ପରେ ବଙ୍ଗଳାଦେଶରେ ପ୍ରସିଦ୍ଧିଲାଭ କରିଥିଲେ ।[୧] ଏହାପରେ ସେ ବିଭିନ୍ନ ଦୂରଦର୍ଶନ କର୍ଯ୍ୟକ୍ରମରେ କାମ କରିବା ଆରମ୍ଭ କରିଥିଲେ । ସେ ଲଭ୍ ରେକ୍ଟଙ୍ଗଲ୍ (ଭଲବାସର ଚତୁଶକୋନେ),[୨] ରେଡ଼ିଓ ଚକେଲେଟ ଭଳି ଦୂରଦର୍ଶନ କାର୍ଯ୍ୟକମରେ କାମ କରିଥିଲେ । ଦୂରଦର୍ଶନରେ ଅଭିନୟ ପରେ ସେ ୨୦୧୨ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩] ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ନା ମନୁଷ୍, ଯାହାକି ୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା । ଏହାପରେ ୨୦୧୪ ମସିହାରେ ହୁଦ୍‌ସୋନେର ବନ୍ଧୁକ ଜରିଆରେ ସେ ଲୋକପ୍ରିୟତା ହାସଲ କରିଥିଲେ ଏବଂ ପରେ ଜଲାଲ୍‌‌ସ୍ ଷ୍ଟୋରୀ, ବ୍ଲାକ୍‌ମନି, ବ୍ଲାକ୍‌ମେଲ୍, ପୂର୍ଣ୍ଣ ଦିଗର ପ୍ରେମ କାହାଣୀ ୨, ମେଣ୍ଟାଲ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୪]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ମୌସୁମୀ ହମିଦ ୧୯୮୮ ମସିହାର ଅକ୍ଟୋବର ମାସ ୧୨ ତାରିଖରେ ବଙ୍ଗଳାଦେଶର ଖୁଲ୍‌ନା ଡିଭିଜନ୍‌ର ସାତଖିରା ଜିଲ୍ଲାସ୍ଥିତ ତଳାଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ହାଇସ୍କୁଲ ଶିକ୍ଷା ସମାପ୍ତ କରିବାପରେ ମ୍ୟାନେଜମେଣ୍ଟରେ ପାଠ ପଢ଼ିବାପାଇଁ ଖୁଲ୍‌ନା ଯାଇଥିଲେ ଏବଂ ସେଠାରେ ସେ ଆଜମ ଖାନ କମର୍ସ କଲେଜରେ ପାଠ ପଢ଼ିଥିଲେ । ଏହାପରେ ସେ ମିଡିଆ ଜଗତରେ କାମ କରିବା ପାଇଁ ସେ ବିଷୟରେ ପାଠ ପଢ଼ିବା ପାଇଁ ଢାକା ଯାଇଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

ମୌସୁମୀ ମିଡିଆ ଉପରେ ପଢ଼ାପଢ଼ି କରିବାପରେ ୨୦୧୦ ମସିହାରେ ଏକ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେ ବଙ୍ଗଳାଦେଶରେ ଫ୍ୟାସନ ଉପରେ ଆଧାରିତ ଏକ ଦୂରଦର୍ଶନ କାର୍ଯ୍ୟକ୍ରମ ଲକ୍ସ ଚେନାଲ ଆଇ ସୁପଷ୍ଟାର ପ୍ରତିଯୋଗୀତାରେ ଭାଗ ନେଇ ତାଙ୍କ ପେଶା ଆରମ୍ଭ କରିଥିଲେ ଏବଂ ଫାଇନାଲରେ ୨ୟ ସ୍ଥାନରେ ରହିଥିଲେ । ଏହାପରେ ୨୦୧୧ ମସିହାରେ ସେ ତାଙ୍କ ଅଭିନୟର ଯାତ୍ର ଆରମ୍ଭ କରିଥିଲେ । ସେ ପ୍ରଥମେ ଦୂରଦର୍ଶନରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ ନାଟକ ଥିଲା ରୋଶ୍ନୀ । ଏହାପରେ ସେ ଭଲବାସର ଚତୁଶକୋନେ ଏବଂ ରେଡ଼ିଓ ଚକେଲେଟ ଭଳି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।[୬]

ଦୂରଦର୍ଶନ ଧାରାବାହିକରେ କାମ କରିବାପରେ ମୌସୁମୀ ୨୦୧୨ ମସିହାରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ମୌସୁମୀଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ନା ମନୁଷ୍ , ଯାହାକି ୨୦୧୩ ମସିହାରେ ମୁକ୍ତିଲାଭ । ମାତ୍ର ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହୁଦ୍‌ସୋନେର ବନ୍ଧୁକ ଜରିଆରେ ସେ ଲୋକପ୍ରିୟତା ହାସଲ କରିଥିଲେ । ଏହାପରେ ସେ ୨୦୧୪ ମସିହାରେ ଜଲାଲ୍‌‌ସ୍ ଷ୍ଟୋରୀ, ୨୦୧୫ ମସିହାରେ ବ୍ଲାକ୍‌ମନି ଓ ଅନନ୍ନ ମାମୁନ୍‌ଙ୍କ ନିର୍ଦ୍ଦେଶିତ ବ୍ଲାକ୍‌ମେଲ୍[୭], ୨୦୧୬ ମସିହାରେ ପୂର୍ଣ୍ଣ ଦିଗର ପ୍ରେମ କାହାଣୀ ୨ ଓ ମେଣ୍ଟାଲ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୮][୯]

ଆଧାର[ସମ୍ପାଦନା]

  1. "Moushumi Hamid: All set for challenges". The Daily Star (in ଇଂରାଜୀ). 2018-05-30. Retrieved 2018-05-30.
  2. "Bhalobashar Chotushkon" on ntv today". The Daily Star. Retrieved 30 December 2014.
  3. "Moushumi Hamid in Purno Doirghjuiihbhjk i m me 2". The Observer. Archived from the original on 3 January 2015. Retrieved 30 December 2014.
  4. "Moushumi Hamid in Purno Doirghjuiihbhjk i m me 2". The Observer. Archived from the original on 3 January 2015. Retrieved 30 December 2014.
  5. "Moushumi Hamid in item song". Bangladesh Today. Archived from the original on 3 January 2015. Retrieved 30 December 2014.
  6. "Moushumi Hamid on full throttle". The Daily Star. Retrieved 30 December 2014.
  7. "I prefer playing action and romantic roles… Milon". The Daily Star. Archived from the original on 3 January 2015. Retrieved 30 December 2014.
  8. "Moushumi Hamid thinks big". The Daily Star. Retrieved 30 December 2014.
  9. "Mousumi Hamid has her hands full with films". The Independent. Retrieved 30 December 2014.

ବାହାର ଆଧାର[ସମ୍ପାଦନା]