ପ୍ରାର୍ଥନା ଫରଦିନ ଦିଘି
Jump to navigation
Jump to search
ପ୍ରାର୍ଥନା ଫରଦିନ ଦିଘି | |
---|---|
প্রার্থনা ফারদিন দীঘি | |
![]() ଭଏସ୍ ଟିଭିରେ ଦିଘି | |
ଜନ୍ମ ଓ ଜନ୍ମସ୍ଥାନ | ୨୬ ଅକ୍ଟୋବର ଢାକା, ବଙ୍ଗଳାଦେଶ |
ଶିକ୍ଷା | ଷଟାନ୍ସଫୋର୍ଡ଼ ସ୍କୁଲ୍ ଆଣ୍ଡ୍ କଲେଜ୍[୧][୨] |
ଜୀବିକା | ଚଳଚ୍ଚିତ୍ର ଅଭିନେତ୍ରୀ, ମଡେଲ |
କାର୍ଯ୍ୟକାଳ | ୨୦୦୬–ଏବେଯାଏଁ |
ଜଣାଶୁଣା କାମ | କାବୁଲିବାଲା |
ବାପା ବୋଉ | ସୁବ୍ରତ, ଡୋୟେଲ୍ |
ପୁରସ୍କାର | ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୩ ଥର) |
ପ୍ରାର୍ଥନା ଫରଦିନ ଦିଘି (ଦିଘି ନାମରେ ଜଣାଶୁଣା) ଜଣେ ବାଂଲାଦେଶୀ ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ମଡେଲ । ଜଣେ ଶିଶୁ କଳାକାର ଭାବରେ ସେ କାବୁଲିବାଲା (୨୦୦୬), ଏକ ଟାକର ବୋଉ (୨୦୦୮), ଚାଚୁ ଅମାର ଚାଚୁ (୨୦୧୦) ବଙ୍ଗଳାଦେଶୀ କଥାଚିତ୍ର ପାଇଁ ତିନିଥର ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ବିଜେତା ହୋଇଛନ୍ତି ।[୩] ଶିଶୁ କଳାକାର ଭାବରେ ସେ ସମଗ୍ର ବଙ୍ଗଳାଦେଶରେ କ୍ଷାତି ଅର୍ଜନ କରିଥିଲେ ।
୨୦୧୯ ମସିହାରେ ସେ ଏକ ମ୍ୟୁଜିକ୍ ଭିଡିଓରେ ଅଭିନୟ କରିଥିଲେ । ବଙ୍ଗଳାଦେଶୀ କ୍ରିକେଟ୍ ଦଳ ପାଇଁ ହୋଇଥିବା ଲାଲ୍ ସବୁଜ ନାମକ ଏକ ଗୀତରେ ସେ କାମ କରିଥିଲେ, ଯେଉଁଥିରେ ମାହିୟା ମାହି, ଶ୍ୟମନ ସିଦ୍ଦିକ, ଇଆମିନ୍ ହକ୍ ବବି, ମୌସୁମୀ ହମିଦ, ଅମିନ ଖାନ୍, କାଜି ମରୁଫ୍, ମାମନୁନ ହାସାନ ଇମାନ ଆଦି କଳାକାରମାନେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର[ସମ୍ପାଦନା]
- କାବୁଲିବାଲା - ୨୦୦୬
- ଚାଚୁ - ୨୦୦୬
- ଦାଦିମା - ୨୦୦୬
- ସାଜଘର - ୨୦୦୭
- ଓବୁଜ୍ ଶିଶୁ - ୨୦୦୭
- କପାଲ - ୨୦୦୭
- ଏକ ଟାକର ବୋ - ୨୦୦୮
- ଜୀବନ ମରଣର ସାଥୀ - ୨୦୧୦
- ଚାଚୁ ଅମାର ଚାଚୁ - ୨୦୧୦
- ଟପ୍ ହିରୋ - ୨୦୧୦
ଆଧାର[ସମ୍ପାଦନା]
- ↑ "Dighi passes SSC with CGPA 3.61 | banglanews24.com". banglanews24.com. May 6, 2019.
- ↑ "Actress Dighi passes SSC with GPA-3.61". Daily Sun.
- ↑ Rashed Shaon. "চার দশকে আমাদের সেরা চলচ্চিত্রগুলো". bdnews24 (in Bengali). Archived from the original on August 20, 2019. Retrieved November 4, 2012.
ବାହାର ଆଧାର[ସମ୍ପାଦନା]
- ପ୍ରାର୍ଥନା ଫରଦିନ ଦିଘି (ଇଣ୍ଟରନେଟ ମୁଭି ଡାଟାବେସରେ)
- Prarthana Fardin Dighi at the Bangla Movie Database (in Bengali)