ସୁଶାନ୍ତ ସିଂହ ରାଜପୁତ

ଉଇକିପିଡ଼ିଆ‌ରୁ
ସୁଶାନ୍ତ ସିଂହ ରାଜପୁତ
ଏମ୍.ଏସ୍. ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରୀର ପ୍ରଚାର ବେଳେ ସୁଶାନ୍ତ
Born(1986-01-21)୨୧ ଜାନୁଆରୀ ୧୯୮୬


[୧]
Died୧୪ ଜୁନ ୨୦୨୦(2020-06-14) (ବୟସ ୩୪)[୩]
Cause of deathଫାଶୀଦ୍ୱାରା ଆତ୍ମହତ୍ୟା[୪]
Nationalityଭାରତୀୟ
Alma materଦିଲ୍ଲୀ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ
Occupations
  • ଅଭିନେତା
  • ନୃତ୍ୟକାର
  • ଉଦ୍ୟୋଗପତି
Years active୨୦୦୮–୨୦୨୦

ସୁଶାନ୍ତ ସିଂହ ରାଜପୁତ (୨୧ ଜାନୁଆରୀ ୧୯୮୬ – ୧୪ ଜୁନ 2020) ଜଣେ ଭାରତୀୟ ଅଭିନେତା, ନୃତ୍ୟକାର ଏବଂ ଉଦ୍ୟୋଗପତି ଥିଲେ ।[୫] ସୁଶାନ୍ତ ତାଙ୍କର ଅଭିନୟ ଜୀବନ ଦୂରଦର୍ଶନ ଧାରାବାହିକରୁ ଆରମ୍ଭ କରିଥିଲେ ।[୬] ୨୦୦୮ ମସିହାରେ ସେ ଷ୍ଟାର ପ୍ଲସ୍‌ର ରୋମାଣ୍ଟିକ୍ ଡ୍ରାମା କିସ୍ ଦେଶ୍ ମେ ହୈ ମେରା ଦିଲ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ଏହାପରେ ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ପବିତ୍ର ରିସ୍ତାରେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଭୂମିକାକୁ ଅନେକ ଦର୍ଶକ ପସନ୍ଦ କରିବା ସହ ତାଙ୍କୁ ଦୂରଦର୍ଶନ ଜଗତରେ ଅନେକ ପୁରସ୍କାର ମିଳିଥିଲା ।

ରାଜପୁତ ୨୦୧୩ ମସିହାରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ହିନ୍ଦୀ କଥାଚିତ୍ର ଥିଲା କାଇ ପୋ ଚେ!, ଯାହା ପାଇଁ ତାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପାଇଁ ମନୋନୀତ ହୋଇଥିଲେ । ଏହାପରେ ସେ ସୁଦ୍ଧ୍ ଦେଶୀ ରୋମାନ୍ସ (୨୦୧୩), ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି (୨୦୧୫) ଭଳି କଥାଚିତ୍ରରେ ଅଭିନୟ କରିଥିଲେ । ୨୦୧୪ ମସିହାରେ ସେ ହିନ୍ଦୀ କଥାଚିତ୍ର ଜଗତରେ ସର୍ବାଧିକ ଆୟ କରିଥିବା କଥାଚିତ୍ର ପିକେରେ ଏକ ସହକାରୀ ଭୂମିକାରେ ଅଭିନୟ କରିଥିଲେ । ସୁଶାନ୍ତ ସିଂ ରାଜପୁତ ୨୦୧୬ ମସିହାରେ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଏମ୍.ଏସ୍. ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ, ଯାହାପାଇଁ ସେ ଅନେକ ସଫଳତା ଓ ଲୋକପ୍ରିୟତା ସାଉଁଣ୍ଟିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଅଭିନୟ ପାଇଁ ସେ ଫିଲ୍ମଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତା ଭାବରେ ମନୋନୀତ ହୋଇଥିଲେ ।[୭][୮] ୨୦୧୮ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର କେଦାରନାଥ ଓ ୨୦୧୯ର ଚିଛୋରେ ବଡ଼ ବ୍ୟବସାୟିକ ସଫଳତା ପାଇବା ସହ ସେ ହିନ୍ଦୀ କଥାଚିତ୍ର ଜଗତର ଆଗଧାଡ଼ିର କଳାକାର ଭିତରେ ଗଣା ହେଲା ।[୯][୧୦][୧୧]

ଭାରତ ସରକାରଙ୍କ ନୀତି ଆୟୋଗ ତାଙ୍କୁ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବିଜ୍ଞାପନ ପାଇଁ ନିଯୁକ୍ତ କରିଥିଲେ ।[୧୨][୧୩] ସୁଶାନ୍ତ ଅଭିନୟ ବ୍ୟତୀତ କିଛି ସେବା ସଂସ୍ଥା ସହ ଜଡ଼ିତ ଥିଲେ ।[୧୪] ତାଙ୍କର ନିଜସ୍ୱ କାର୍ଯ୍ୟ ସୁଶାନ୍ତ ଫର୍ ଏଜୁକେସନ୍[୧୫][୧୬] (Sushant4Education) ଜରିଆରେ ଯୁବ ବିଦ୍ୟାର୍ଥୀମାନଙ୍କର ପାଠପଢ଼ାରେ ସାହାଯ୍ୟ କରୁଥିଲେ ।[୧୭][୧୮] ୨୦୨୦ ମସିହାର ଜୁନ ୧୪ ତାରିଖରେ ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ସିଂହ ରାଜପୁତ ମୁମ୍ବାଇରେ ବାଣ୍ଡ୍ରାସ୍ଥିତ ନିଜସ୍ୱ ବାସଭବନରେ ଆତ୍ମହତ୍ୟା କରିଥିଲେ ।[୧୯]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୧୩ - କାଇ ପୋ ଚେ
  • ୨୦୧୩ - ସୁଦ୍ଧ୍ ଦେଶୀ ରୋମାନ୍ସ
  • ୨୦୧୪ - ପିକେ
  • ୨୦୧୫ - ଡିଟେକ୍ଟିଭ୍ ବ୍ୟୋମକେଶ ବକ୍ସି
  • ୨୦୧୬ - ଏମ୍.ଏସ୍. ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରୀ
  • ୨୦୧୭ - ରାବତା
  • ୨୦୧୮ - ୱେଲ୍‌କମ୍ ଟୁ ନ୍ୟୁୟର୍କ (ଅତିଥି କଳାକାର)
  • ୨୦୧୮ - କେଦାରନାଥ
  • ୨୦୧୯ - ସଞ୍ଚିରିୟା
  • ୨୦୧୯ - ଛିଚୋରେ
  • ୨୦୧୯ - ଡ୍ରାଇଭ୍
  • ୨୦୨୦ - ଦିଲ୍ ବେଚାରା

ଅଭିନୀତ ଧାରାବାହିକ[ସମ୍ପାଦନା]

  • ୨୦୦୮ - କିସ୍ ଦେଶ୍ ମେ ହୈ ମେରା ଦିଲ୍
  • ୨୦୦୯ - ପବିତ୍ର ରିସ୍ତା

ରିଆଲିଟି ଶୋ[ସମ୍ପାଦନା]

  • ୨୦୧୦ - ଜରା ନାଚ୍‌କେ ଦିଖା (ପ୍ରତିଯୋଗୀ)
  • ୨୦୧୧ - ଝଲକ୍ ଦିଖ୍‌ଲା ଜା (ପ୍ରତିଯୋଗୀ)

ଗୀତରେ ଅଭିନୟ[ସମ୍ପାଦନା]

  • ୨୦୧୭ - ପାସ୍ ଆଓ


ଆଧାର[ସମ୍ପାଦନା]

  1. Shruti Shiksha (21 January 2018). "'Happy Birthday, Sushant Singh Rajput. Keep That Childlike Smile Always Alive,' Tweets Kriti Sanon". NDTV. Retrieved 6 December 2018.
  2. Gupta, Priya (20 January 2013). "Madhuri wanted to learn dance from me: Sushant". The Times of India. Retrieved 7 July 2016.
  3. "Sushant Singh Rajput commits suicide at Mumbai home". India Today. 14 June 2020. Retrieved 14 June 2020.
  4. "Sushant Singh Rajput commits suicide at Mumbai home". India Today. 14 June 2020. Retrieved 14 June 2020.
  5. "All you need to know about Shuddh Desi Romance star Sushant Singh Rajput- Entertainment News, Firstpost". Firstpost. 4 September 2013. Retrieved 23 December 2019.; "Kedarnath actor Sushant Singh Rajput turns entrepreneur with Innsaei". The Indian Express (in ଆମେରିକୀୟ ଇଂରାଜୀ). 18 May 2018. Retrieved 13 August 2018.; "Sushant Singh Rajput donates Rs 1 crore as aid for Kerala on behalf of a fan. Read details". Hindustan Times (in ଇଂରାଜୀ). 22 August 2018. Retrieved 14 September 2018.; "After Donating 1 Crore to Kerala, Sushant Singh Rajput Gives Rs 1.25 Crore for Nagaland Relief Fund". News18. Retrieved 14 September 2018.; "Sushant Singh Rajput visits blind school in Ranchi, embraces kid after his singing act—Watch". Zee News (in ଇଂରାଜୀ). 22 August 2018. Retrieved 14 September 2018.
  6. "Sushant Singh Rajput death: Friend shares his anecdotes of Sushant, the seeker and actor".; "Sushant Singh Rajput was always full of life, Remo D'souza".
  7. "Not Trying To Glorify MS Dhoni: Sushant Singh Rajput Opens Up About His Upcoming Film". CNN-News18. Indo-Asian News Service. 18 September 2016. Retrieved 4 October 2016.
  8. Express Web Desk (3 October 2016). "MS Dhoni The Untold Story box office collection day 10: Sushant Singh Rajput-starrer mints Rs 66 cr". The Indian Express. Retrieved 4 October 2016.
  9. "Chhichhore box office collection: Sushant-Shraddha film crosses Rs 150 crore". The Indian Express (in ଆମେରିକୀୟ ଇଂରାଜୀ). 7 October 2019. Retrieved 23 December 2019.
  10. "Chhichhore achieves another milestone, Sushant Singh Rajput film crosses Rs 150 crore". India Today. 7 October 2019. Retrieved 23 December 2019.
  11. "Sushant's 'Chhichhore' Hits Rs 150 Cr at the Box Office in a Month". The Quint (in ଇଂରାଜୀ). 7 October 2019. Retrieved 23 December 2019.
  12. "NITI Aayog signs on Sushant Singh Rajput to promote the Women Entrepreneurship Platform (WEP)". pib.nic.in. Retrieved 13 August 2018.
  13. ANI (26 May 2018). "NITI Aayog signs Sushant Singh Rajput to promote Women Entrepreneurship Platform". Business Standard India. Retrieved 13 August 2018.
  14. "Actor Sushant Singh Rajput launches Innsaei Ventures". Moneycontrol (in ଆମେରିକୀୟ ଇଂରାଜୀ). Retrieved 14 September 2018.
  15. "Sushant Singh Rajput gives wings to young astronaut's dreams". Mumbai Mirror. Retrieved 14 September 2018.
  16. "Sushant gives wings to two young astronaut's dreams | Entertainment – Times of India Videos". timesofindia.indiatimes.com. Retrieved 14 September 2018.
  17. "'You are not alone': After Sushant Singh Rajput's death, Deepika Padukone shares message of hope; urges people to talk and seek help".
  18. "As friends and family mourn Sushant Singh Rajput, teachers remember math whiz".
  19. Taneja, Parina (14 June 2020). "BREAKING: Sushant Singh Rajput commits suicide in his Bandra home". www.indiatvnews.com (in ଇଂରାଜୀ). Retrieved 14 June 2020.

ବାହାର ଆଧାର[ସମ୍ପାଦନା]