ପଦ୍ମ ଚରଣ ନାଏକ
ଦେଖଣା
ପଦ୍ମ ଚରଣ ନାଏକ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ଅନନ୍ତ ଚରଣ ତ୍ରିପାଠୀ |
ପର ଅଧିକାରୀ | ଶୈଳେନ୍ଦ୍ର ନାରାୟଣ ଭଞ୍ଜ ଦେଓ |
ନିର୍ବାଚନ ମଣ୍ଡଳୀ | ରାଜନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଫେବୃଆରୀ ୧୧, ୧୯୨୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ପ୍ରଜା ସମାଜବାଦୀ ପାର୍ଟି |
ଜୀବନ ସାଥୀ | ମାଳତୀ ନାଏକ |
ବାପା/ବୋଉ | ଯୋଗେନ୍ଦ୍ର ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପଦ୍ମ ଚରଣ ନାଏକ (ଜନ୍ମ: ୧୧ ଫେବୃଆରୀ ୧୯୨୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପଦ୍ମ ଚରଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଜନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପଦ୍ମ ଚରଣ ନାଏକ ୧୯୨୬ ମସିହାର ଫେବୃଆରୀ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଯୋଗେନ୍ଦ୍ର ନାଏକ ଏବଂ ପତ୍ନୀଙ୍କ ନାମ ମାଳତୀ ନାଏକ ।[୧] ପଦ୍ମ ଚରଣଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପଦ୍ମ ଚରଣ ନାଏକ ପ୍ରଜା ସମାଜବାଦୀ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]