ଦୀନା ପାଠକ

ଉଇକିପିଡ଼ିଆ‌ରୁ
ଦୀନା ପାଠକ
ଫାଇଲ:Dina-pathak.jpg
Born
ଦୀନା ଗାନ୍ଧି[୧]

(1922-03-04)୪ ମାର୍ଚ୍ଚ ୧୯୨୨
Died୧୧ ଅକ୍ଟୋବର ୨୦୦୨(2002-10-11) (ବୟସ ୮୦)
Years active୧୯୪୮-୨୦୦୨
Spouseବଳଦେବ ପାଠକ
Childrenସୁପ୍ରିୟା ପାଠକ
ରତ୍ନା ପାଠକ
Relativesନାସୀରୁଦ୍ଦିନ ଶାହା (ଜ୍ୱାଇଁ)
ପଙ୍କଜ କପୁର (ଜ୍ୱାଇଁ)
ଭିଭାନ ଶାହା (ନାତି)
ଇମାଦ ଶାହା (ନାତି)
ରୁହାନ କପୁର (ନାତି)
ସାନାହ କପୁର (ନାତୁଣୀ)
AwardsSangeet Natak Akademi Award (1980)
Government of Gujarat's Merit Award (Theatre) for (2000–2001)[୨]

ଦୀନା ପାଠକ (ବିବାହ ପୂର୍ବର ଶେଷନାମ ଗାନ୍ଧୀ; ୪ ମାର୍ଚ୍ଚ ୧୯୨୨ - ୧୧ ଅକ୍ଟୋବର ୨୦୦୨) ଜଣେ ଭାରତୀୟ ଅଭିନେତ୍ରୀ, ଗୁଜରାଟୀ ଥିଏଟରର ନିର୍ଦ୍ଦେଶକ ତଥା ଚଳଚ୍ଚିତ୍ର ଅଭିନେତା ଥିଲେ । ସେ "ନ୍ୟାସନାଲ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୱିମେନ" (NIFW)ର ସଭାପତି ମଧ୍ୟ ରହିଥିଲେ ।[୩][୪]

ହିନ୍ଦୀ ଏବଂ ଗୁଜରାଟୀ ଚଳଚ୍ଚିତ୍ର ଏବଂ ଥିଏଟରରେ ଜଣେ ପ୍ରସିଦ୍ଧ ନାରୀ, ଦିନା ପାଠକ ଛଅ ଦଶନ୍ଧି ଧରି କ୍ୟାରିଅରରେ ୧୨୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ତାଙ୍କର ମେନା ଗୁରୁଜାରୀ ଲୋକମଞ୍ଚ ଶୈଳୀ ନାଟକ ବହୁ ବର୍ଷ ଧରି ସଫଳତାର ସହ ଚାଲିଥିଲା ଏବଂ ବର୍ତ୍ତମାନ ଏହାର ସଂଗୀତର ଏକ ଅଂଶ ଅଟେ ।

ସେ ହିନ୍ଦୀ ଚଳଚ୍ଚିତ୍ର ଗୋଲମାଲ ଏବଂ ଖୁବସୁରତରେ ସ୍ମରଣୀୟ ଭୂମିକା ପାଇଁ ବେଶ୍ ଜଣାଶୁଣା । ସେ ଭାରତର ଆର୍ଟ ସିନେମାର ପ୍ରିୟ ଥିଲେ ଯେଉଁଠାରେ ସେ କୋଶୀଶ, ଉମରାଓ ଜାନ, ମିର୍ଚ ମାସାଲା ଏବଂ ମୋହନ ଯୋଶୀ ହାଜିର ହୋ ଭଳି ଚଳଚ୍ଚିତ୍ରରେ ଶକ୍ତିଶାଳୀ ଭୂମିକା ଗ୍ରହଣ କରିଥିଲେ। [୫]

ତାଙ୍କର ଉଲ୍ଲେଖନୀୟ ଗୁଜରାଟୀ ଚଳଚ୍ଚିତ୍ରଗୁଡ଼ିକ ହେଲା ମୋତି ବା, ମାଲେଲା ଜୀଭ ଏବଂ ଭବନୀ ଭଭାଇ, ତାଙ୍କର ଜଣାଶୁଣା ନାଟକଗୁଡ଼ିକ ହେଉଛି ଡିଙ୍ଗଲଗର, ଡଲ୍‌ସ୍ ହାଉସ୍, ବିଜୟ ଶେନି ଏବଂ ଗିରିଶ କର୍ନାଡଙ୍କ ନିର୍ମିତ ଓ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶିତ ହାୟଭଦାନା ।

ବାଲ୍ୟ ଜୀବନ[ସମ୍ପାଦନା]

ଦୀନା ପାଠକ ଗୁଜରାଟର ଆମରେଲିରେ ୪ ମାର୍ଚ୍ଚ ୧୯୨୨ରେ ଜନ୍ମଗ୍ରହଣ କରିଥିଲେ । ସେ ଫ୍ୟାଶନ ଏବଂ ଚଳଚ୍ଚିତ୍ରରେ ଆକର୍ଷିତ ହୋଇଥିଲେ ଏବଂ କିଶୋର ଅବସ୍ଥାରେ ନାଟକରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ସମାଲୋଚକଙ୍କ ପ୍ରଶଂସା ଲାଭ କରିଥିଲେ । ସେ ବମ୍ବେ ବିଶ୍ୱବିଦ୍ୟାଳୟ (ମୁମ୍ବାଇ) ସହ ଜଡ଼ିତ ଏକ କଲେଜରୁ ସ୍ନାତକ ହାସଲ କରିଥିଲେ । ରସିକଲାଲ ପାରିକ୍ ତାଙ୍କୁ ଅଭିନୟରେ ତାଲିମ ଦେଇଥିବାବେଳେ ଶାନ୍ତି ବର୍ଦ୍ଧନ ତାଙ୍କୁ ନୃତ୍ୟ ଶିଖାଇଥିଲେ ।

ଅଳ୍ପ ବୟସରେ ସେ ଜଣେ ଅଭିନେତ୍ରୀ ଭାବରେ ଭାରତୀୟ ଜାତୀୟ ଥିଏଟରରେ ଯୋଗ ଦେଇଥିଲେ । ସେ ତାଙ୍କ ଛାତ୍ର ସକ୍ରିୟତା ପାଇଁ ଜଣାଶୁଣା ହୋଇଥିଲେ, ଗୁଜରାଟର ଥିବା ଏକ ଲୋକ ଥିଏଟର, ଭଭାଇ ଥିଏଟର ଯାହାକି ଲୋକମାନଙ୍କୁ ସ୍ୱାଧୀନତାର ପୂର୍ବ ଯୁଗରେ ବ୍ରିଟିଶ ଶାସନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବହୁଳ ଭାବରେ ବ୍ୟବହୃତ ହୋଇଥିଲା । ମୁମ୍ବାଇରେ ଥିବାବେଳେ ସେଠାରେ କୈଳାଶ ପାଣ୍ଡ୍ୟା ଏବଂ ଦାମିନୀ ମେହେଟ୍ଟାଙ୍କ ସହ ଗୁଜରାଟୀ ଥିଏଟରକୁ ପୁନର୍ଜୀବିତ କରିବାରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ସେ ବଳଦେବ ପାଠକଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ଝିଅ, ଅଭିନେତ୍ରୀ ସୁପ୍ରିୟା ପାଠକ(ଜନ୍ମ ୧୯୬୧) ଏବଂ ରତ୍ନା ପାଠକ (ଜନ୍ମ ୧୯୫୭) ଅଟନ୍ତି ।

ମୃତ୍ୟୁ[ସମ୍ପାଦନା]

ସେ ୧୧ ଅକ୍ଟୋବର ୨୦୦୨ରେ ବମ୍ବେର ବାନ୍ଦ୍ରାଠାରେ ଦୀର୍ଘ ଦିନର ଅସୁସ୍ଥତା ପରେ ମୃତ୍ୟୁବରଣ କରିଥିଲେ । ସେତେବେଳେ ତାଙ୍କର ଶେଷ ଚଳଚ୍ଚିତ୍ର ପିଞ୍ଜର (୨୦୦୩)ର ସମାପ୍ତି ହୋଇଯାଇଥିଲା କିନ୍ତୁ ମୁକ୍ତିଲାଭ ପୂର୍ବରୁ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।

ମନୋନୀତ ଚଳଚ୍ଚିତ୍ର[ସମ୍ପାଦନା]

  • କରିୟାୱାର (୧୯୪୮)
  • ପିଞ୍ଜାର(୨୦୦୩)

ଆଧାର[ସମ୍ପାଦନା]

  1. "Sangeet Natak Akademi Honours". Archived from the original on 23 ନଭେମ୍ବର 2007.
  2. Govt award for Dina Pathak Archived 2012-11-03 at the Wayback Machine. The Times of India, 8 November 2001.
  3. Need to make women aware: Dina Pathak The Tribune, 3 February 2000.
  4. Women panels 'toothless' The Tribune, 1 May 1999.
  5. Veteran actress Dina Pathak passes away Archived 2013-06-28 at Archive.is The Times of India, 11 October 2002.