ବିପଦତାରିଣୀ ଦେବୀ
ବିପଦତାରିଣୀ ଦେବୀ (ଲୋକପ୍ରିୟ ନାମ ବିପତ୍ତାରିଣୀ ଦେବୀ ବା ବିପୋତ୍ତାରିଣୀ ଦେବୀ ବା ବିପୋଦତାରିଣୀ ଦେବୀ) ଜଣେ ହିନ୍ଦୁ ଠାକୁରାଣୀ ବା ଦେବୀ ଯାହାଙ୍କୁ ମୂଖ୍ୟତଃ ପଶ୍ଚିମ ବଙ୍ଗ, ଓଡ଼ିଶା ଓ ଚତୁର୍ଦ୍ଦିଗରେ ଥିବା ଇଲାକାମାନଙ୍କରେ ପୂଜା କରାଯାଏ । ଦେବୀ ଦୁର୍ଗାଙ୍କର ୧୦୮ ଅବତାର ମଧ୍ୟରୁ ବିପଦତାରିଣୀ ଗୋଟିଏ, ଯାହାଙ୍କୁ ଅସୁବିଧା ସମୟରେ ବା ବିପଦରେ ପଡ଼ିଥିଲା ବେଳେ ସାହାଯ୍ୟ ପାଇଁ ପ୍ରାର୍ଥନା କରାଯାଏ । [୧] ପ୍ରତିବର୍ଷ ବିପଦତାରିଣୀ ବ୍ରତ ରଖି ମହିଳାମାନେ ଉତ୍ସବ ପାଳନ କରନ୍ତି ଯାହାର ସମୟ ସ୍ଥାନାନୁଯାୟୀ ଫରକ ହୋଇଥାଏ, ଯେପରିକି ଦ୍ୱିତୀୟ ରଥଯାତ୍ରାରୁ ଦଶମୀ {ଓଲଟ ରଥଯାତ୍ରା ବା ବାହୁଡ଼ା ଯାତ୍ରା} ମଧ୍ୟରେ ବା ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ଆଷାଢ଼ ଶୁକ୍ଳ ପକ୍ଷର ୨ରୁ ୧୦ ଦିନ ମଧ୍ୟରେ ପଡ଼ୁଥିବା ମଙ୍ଗଳବାର କିମ୍ବା ଶନିବାର ଦିନ ପାଳନ କରାଯାଏ । କିମ୍ବଦନ୍ତୀ ତାଙ୍କର ବିପଦ-ତାରିଣୀ ନାମକୁ ସ୍ଥିରୀକୃତ କରିଛି ଯାହାର ଅର୍ଥ ସମସ୍ୟାରୁ ମୁକ୍ତ କରିବା ।[୨][୩]
କିମ୍ବଦନ୍ତୀ
[ସମ୍ପାଦନା]ହିନ୍ଦୁ ମହିଳାମାନେ ଏହି ବ୍ରତ ରଖିଥାଆନ୍ତି ଓ ଏହାର ପୂଜା ପୂର୍ବରୁ ବା ପରେ ତାଙ୍କର କିମ୍ବଦନ୍ତୀ ଅନୁସାରେ ତାଙ୍କ ବିଷୟରେ ଏକ କାହାଣୀ ପଢ଼ାଯାଏ । ବର୍ତ୍ତମାନର ପଶ୍ଚିମବଙ୍ଗର ବାଙ୍କୁରାରେ ଥିବା ବିଷ୍ଣୁପୁର ରାଜ୍ୟରେ ୭ମରୁ ଊନବିଂଶ ଶତାବ୍ଦୀ ମଧ୍ୟରେ ବାଗଡ଼ି ଜାତି ବା ବର୍ଗ କ୍ଷତ୍ରୀୟ ମଲ୍ଲ ରାଜାଙ୍କ ରାଜୁତି ସମୟର ଏହି କାହାଣୀ ପଢ଼ାଯାଏ । ସେତେବେଳେ ଜଣେ ରାଣୀଙ୍କର ଗୋମାଂସ ଭକ୍ଷଣ କରୁଥିବା ଜଣେ ମୋଚି ବାନ୍ଧବୀ ଥିଲେ । ଦିନେ ଏକଥା ଶୁଣି ଭୟଭୀତ ରାଣୀ କୌତୁହଳୀ ହୋଇ ସେହି ମାଂସ ଦେଖେଇବାକୁ ବାନ୍ଧବୀଙ୍କୁ କହିଲେ । ପ୍ରଥମେ ସେହି ଝିଅ ରାଜାଙ୍କର କ୍ରୋଧର ଶିକାର ହେବା ସମ୍ଭାବନାରେ ଭୟଭୀତ ହୋଇ ମନାକରିଥିଲେ ଓ ପରେ ରାଣୀଙ୍କର ଅନୁରୋଧରେ ସେ ସମ୍ମତି ପ୍ରଦାନ କରିଥିଲେ । ରାଣୀଙ୍କର ବିଶ୍ୱାସହାନୀ ହୋଇଥିଲା ଓ ରାଜା କ୍ରୋଧରେ ସେହି ଝିଅଙ୍କୁ ମାରିବାକୁ ଗଲେ । ରାଣୀ କିନ୍ତୁ ସେହି ମାଂସକୁ ନିଜ ବସନ ମଧ୍ୟରେ ଲୁଚେଇ ଦେଲେ ଓ ଦୁର୍ଗା ଦେବୀଙ୍କୁ ସାହାଯ୍ୟ କରିବାକୁ ପ୍ରର୍ଥନା କରିବାକୁ ଲାଗିଲେ । ତାଙ୍କ ବସନ ମଧ୍ୟରେ କିଛି ଲୁଚାଇଥବା ସନ୍ଦେହରେ ରାଜା ଲୁଗାକୁ ଚିରିଦେବାରୁ ତା ମଧ୍ୟରେ ଏକ ମନ୍ଦାର ପୁଷ୍ପ ଥିବା ଦେଖିଥିଲେ । ଆଜି ମଧ୍ୟ ଏହି ପୂଜା ମହିଳାମାନଙ୍କର ସଂସ୍କାର ହୋଇରହିଛି ଓ ପରିବାର ବିପଦରେ ପଡ଼ିଲେ ଦେବୀଙ୍କର ହସ୍ତକ୍ଷେପ ନିମନ୍ତେ ତାଙ୍କୁ ପୂଜା କରାଯାଉଛି ।[୩]
ଦୁର୍ଗାଙ୍କର ଅନ୍ୟାନ୍ୟ ଅବତାର ଭଳି କୌଣସି ନିର୍ଦ୍ଦିଷ୍ଟ ବିପଦ ସଙ୍କଟ ପଡ଼ିବା ସମୟରେ ବା ପରିବାରର ଅସୁସ୍ଥ ଲୋକ ଆରୋଗ୍ୟ ହେବା ନିମନ୍ତ ବିପଦତାରିଣୀଙ୍କୁ 'ଆରୋଗ୍ୟ ଦେବୀ' ଭାବରେ ପୂଜା କରାଯାଏ । [୪] ସେହି ସ୍ଥାନମାନଙ୍କର ମନ୍ଦିରମାନଙ୍କର ଧାର୍ମିକ କ୍ୟାଲେଣ୍ଡରରେ ବିପଦତାରିଣୀ ପୂଜା ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ଭାବରେ ବିବେଚିତ ହୋଇଥାଏ । [୫][୬]
ପୂଜା
[ସମ୍ପାଦନା]ପଶ୍ଚିମ ବଙ୍ଗର ଆସାନସୋଲର ମହିଶିଲ୍ଲା କଲୋନୀରେ ପ୍ରତିବର୍ଷ ପୂଜା କରାଯାଏ । ବିପଦତାରିଣୀ ପୂଜା ପ୍ରଥମ ଥର ନିମନ୍ତେ ୨୦ ବର୍ଷ ପୂର୍ବେ ଫଣୀ ଭୂଷଣ ଗୋସ୍ୱାମୀ ଓ ତାଙ୍କ ପତ୍ନୀ ସାବିତ୍ରୀ ଗୋସ୍ୱାମୀ ଆରମ୍ଭ କରିଥିଲେ । ଏହି ପୂଜା ଦେଖିବାକୁ ଦୁର୍ଗାପୁର, ଆସାନସୋଲ, ବର୍ଦ୍ଧମାନ ଓ ବୀରଭୂମରୁ ଲୋକମାନେ ଆସନ୍ତି ।
ଏହି ପୂଜା ଉତ୍ସବ ଚାରି ଦିନ ଧରି ଚାଲୁରହିବା ପରେ ଦୁଇ ଦିନ ନିମନ୍ତେ ବୋଲପୁର (Shantiniketan) ଓ ବୀରଭୂମର କଳାକାରମାନେ ଆସି ପାରମ୍ପରିକ ବଙ୍ଗାଳୀ ଲୋକସଙ୍ଗୀତ, ଭଜନ ଓ କିର୍ତ୍ତନ ଆଦି ପ୍ରଦର୍ଶନ କରନ୍ତି । ତା'ପରେ ଚରୁର୍ଥୀ ଦିନ ଦେବୀଙ୍କୁ ବିସର୍ଜନ କରାଯାଏ ।
ବିପଦତାରିଣୀ ପୂଜାରେ ଅନେକ ରୀତିନୀତି ଥାଏ ଓ ସେହି ଅନୁସାରେ ଅଧିକାଂଶ ମହିଳାମାନେ ପୂଜା ଦିନଟି ଉପବାସ ରଖନ୍ତି । କଚଟିରେ ଏକ ଲାଲ ରଙ୍ଗର ସୁତା ବାନ୍ଧିବା ପରମ୍ପରା ମଧ୍ୟ ଅଛି । ପୂଜା ଦିନ ବିଭିନ୍ନ ରୀତିନୀତି ଅନୁସାରେ ସେହି ସୁତା ପବିତ୍ର କରାଯିବା ପରେ ବନ୍ଧାଯାଏ ।[୭]
ଆସାନସୋଲ ପୂଜାରେ ଦାଣ୍ଡି ନୃତ୍ୟ କରାଯାଏ । ପ୍ରଥମେ ଏହି ନୃତ୍ୟ କରିବାକୁ ଯାଉଥିବା ଲୋକମାନେ ନିଜର ପାପ ପ୍ରକ୍ଷାଳନ ନିମନ୍ତେ ପବିତ୍ର ସ୍ନାନ କରି ନିଜକୁ ପବିତ୍ର ଓ ପାପମୁକ୍ତ କରନ୍ତି । ସେହି ସ୍ନାନ କରିଥିବା ସ୍ଥାନଠାରୁ ପୂଜାସ୍ଥାନ ପର୍ଯ୍ୟନ୍ତ ଭୂମି ଉପରେ ସାମନାକୁ ହାତ ରଖି ସାଷ୍ଟାଙ୍ଗ ପ୍ରଣିପାତ କରି ଲୋକମାନେ ଥରକୁ ଥର ଆଗକୁ ବଢ଼ନ୍ତି ଓ ଏହି ସମୟରେ ସେମାନେ ଚାଲନ୍ତି ନାହିଁ ।
ପରବର୍ତ୍ତୀ କାଳରେ ବିଖ୍ୟାତ ଗୁରୁ 'ବାବା ଦୁଲାଲ' ବିପଦତାରିଣୀ ମାଙ୍କୁ ସ୍ୱପ୍ନରେ ଅନ୍ୟ ଏକ ନୂଆ ଅବତାର ରୂପରେ ଦେଖିଲେ । ବିପଦତାରିଣୀଙ୍କୁ ଦେବୀ ରୂପରେ ପୂଜା ନ କରି ମା ରୂପରେ ପୂଜା କରିବାକୁ ସେ ଲୋକମାନଙ୍କୁ ଉପଦେଶ ଦେଲେ । ତାଙ୍କ ଉପଦେଶ ଅନୁସାରେ ବିପଦ ପଡ଼ିଲେ ତିନି ଥର "ଜୟ ମା ବିପଦତାରିଣୀ ଚଣ୍ଡିଙ୍କର ଜୟ" କହି ଡାକିଲେ ମା ନିଶ୍ଚୟ ସାହା ହୋଇ ବିପଦରୁ ରକ୍ଷା କରିବେ ।
ଭାରତରେ ଥିବା ସମସ୍ତ ମନ୍ଦିର ମଧ୍ୟରେ 'ଅଧିକ ପବିତ୍ର ମନ୍ଦିରମାନଙ୍କ ମଧ୍ୟରୁ ଗୋଟିଏ'ର ମର୍ଯ୍ୟାଦା ପଶ୍ଚିମ ବଙ୍ଗର 'ରାଜପୁର'ରେ ଥିବା ବିପଦତାରିଣୀଙ୍କ ମନ୍ଦିର ଲାଭ କରିଛି ।
ଫାଲଗୁନୀ ଘୋଷ ଓ ଅଭିଜିତ ଘୋଷ ତାଙ୍କର କ୍ଲବ ସଭ୍ୟମାନଙ୍କ ସାହାଯ୍ୟରେ ପ୍ରତି ବର୍ଷ ବିପଦତାରିଣୀ ପୂଜା କରନ୍ତି । ଏହା ସନ ୧୯୫୦ରୁ କାଳୀମନ୍ଦିରରେ ଅନୁଷ୍ଠିତ ହୋଇଆସୁଛି ।
ଆଧାର
[ସମ୍ପାଦନା]- ↑ "See Durga's 51 avatars under a single roof". Indian Express. Oct 4, 2008.
- ↑ Chakrabarti, S. B. (2002). A Town in the Rural Milieu Baruipur, West Bengal. Anthropological Survey of India, Ministry of Tourism and Culture, Dept. of Culture. p. 16. ISBN 978-81-85579-73-3.
- ↑ ୩.୦ ୩.୧ Östör, Ákos (2004). The Play of the Gods: Locality, Ideology, Structure, and Time in the Festivals of a Bengali Town. Orient Blackswan. p. 43. ISBN 81-8028-013-6.
- ↑ Roy, Sarat Chandra (1993). Man in India, Volume 73. A.K. Bose. p. 334.
- ↑ Chaudhuri, Buddhadeb (1981). The Bakreshwar Temple: a study on continuity and change. Inter-India Publications. p. 42.
- ↑ "Sarbamangala Mandir". Bardhaman district website.
- ↑ Talukdar, Jaita (2008). A Sociological Study of the Culture of Fasting and Dieting of Women in Urban India. A project submitted in University of Cincinnati - Division of Research and advanced studies by Jayeeta Talukdar. p. 90.