ମଧୁସୂଦନ ପାଣିଗ୍ରାହୀ
ମଧୁସୂଦନ ପାଣିଗ୍ରାହୀ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ଜଗବନ୍ଧୁ ଦାସ |
ପର ଅଧିକାରୀ | ବିଜୟଶ୍ରୀ ରାଉତରାୟ |
ନିର୍ବାଚନ ମଣ୍ଡଳୀ | ବାସୁଦେବପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୪୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ବିଷ୍ଣୁପ୍ରିୟା ପାଣିଗ୍ରାହୀ |
ବାପା/ବୋଉ | ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମଧୁସୂଦନ ପାଣିଗ୍ରାହୀ (ଜନ୍ମ: ୧ ଜାନୁଆରୀ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ମଧୁସୂଦନ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ମଧୁସୂଦନ ପାଣିଗ୍ରାହୀ ୧୯୪୮ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଥିଲା ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ ଏବଂ ପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା ପାଣିଗ୍ରାହୀ ।[୧] ମଧୁସୂଦନଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ମଧୁସୂଦନ ପାଣିଗ୍ରାହୀ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଏବଂ ବିଜେପିର କର୍ମକର୍ତ୍ତା ଭାବରେ ଏବେ ସକ୍ରିୟ ଅଛନ୍ତି ।[୨][୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଧୁସୂଦନ ପାଣିଗ୍ରାହୀ ଭାରତୀୟ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ବାସୁଦେବପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୫,୧୫୩ ଖଣ୍ଡ ଭୋଟ ପାଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ।[୪] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଜନତା ପାର୍ଟିର ପ୍ରାର୍ଥୀ ବିଜୟଶ୍ରୀ ରାଉତରାୟଙ୍କୁ ୧୭୫ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Madhusudan Panigrahi". odishaassembly.nic.in. Odisha Assembly. Retrieved 14 January 2020.
- ↑ "ବିଜେପିରେ ଅର୍ଜୁନ, ଅଭିମନ୍ୟୁଙ୍କ ସହ ମୋହନ, ମଧୁସୂଦନ". Odisha News Lens. 30 March 2019. Retrieved 15 January 2020.
- ↑ "ବିଜେପିରେ ସାମିଲ ହେଲେ ଭଦ୍ରକର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ଚରଣ ସେଠୀ ଏବଂ ଯାଜପୁର ପୂର୍ବତନ ସାଂସଦ ଶ୍ରୀ ମୋହନ ଜେନା". ଓଡ଼ିଆ ପୁଅ. 30 March 2019. Archived from the original on 2 April 2019. Retrieved 15 January 2020.
- ↑ ୪.୦ ୪.୧ "Orissa 1985". Election Commission of India (in Indian English). Retrieved 2019-06-27.