ଅର୍ଜୁନ ରେଡ୍ଡି
ଅର୍ଜୁନ ରେଡ୍ଡି | |
---|---|
ନିର୍ଦ୍ଦେଶକ | ସନ୍ଦୀପ ବଙ୍ଗା |
ପ୍ରଯୋଜକ | ପ୍ରଣୟ ରେଡ୍ଡି ବଙ୍ଗା |
ସଂଳାପ | ସନ୍ଦୀପ ବଙ୍ଗା |
କଳାକାର | ବିଜୟ ଦେବରକୋଣ୍ଡା ଶାଲିନୀ ପାଣ୍ଡେ |
ସଙ୍ଗୀତ | ରାଧାନ୍ ହର୍ଷ ବର୍ଦ୍ଧନ ରାମେଶ୍ୱର |
ଚିତ୍ରଗ୍ରହଣ | ରାଜ ଥୋଟା |
ସମ୍ପାଦକ | ଶଶାଙ୍କ ମଲି |
Production company | ଭଦ୍ରକାଳୀ ପିକ୍ଚର୍ସ |
ମୁକ୍ତିଲାଭ ତାରିଖ | ୨୫ ଅଗଷ୍ଟ ୨୦୧୭ |
କଥାଚିତ୍ରର ସମୟ | ୧୮୬ ମିନିଟ୍[୧] |
ଦେଶ | ଭାରତ |
ଭାଷା | ତେଲୁଗୁ |
ଖର୍ଚ୍ଚ | ୪-୫.୧ କୋଟି[a] |
ମୋଟ ଆୟ | ୫୧ କୋଟି[୪] |
ଅର୍ଜୁନ ରେଡ୍ଡି ଏକ ତେଲୁଗୁ କଥାଚିତ୍ର । ଏହି କଥାଚିତ୍ରଟି ୨୦୧୭ ମସିହାରେ ମୁକ୍ତିଲାଭ କରିଥିଲା । ସନ୍ଦୀପ ବଙ୍ଗା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ । ସନ୍ଦୀପଙ୍କ ଭାଇ ପ୍ରଣୟ ରେଡ୍ଡି ବଙ୍ଗା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଯାହାକି ଭଦ୍ରକାଳୀ ପିକ୍ଚର୍ସ ବ୍ୟାନରରେ ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଜୟ ଦେବରକୋଣ୍ଡା ଏବଂ ଶାଲିନୀ ପାଣ୍ଡେ । ରାହୁଲ ରାମକ୍ରିଷ୍ଣା, ଜୟ ଶର୍ମା, ସଞ୍ଜୟ ସ୍ୱରୂପ, ଗୋପୀନାଥ ଭଟ୍ଟ, କମଲ କାମରାଜୁ ଏବଂ କାଞ୍ଚନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ଅର୍ଜୁନ ରେଡ୍ଡି ଦେଶମୁଖ (ବିଜୟ ଦେବରକୋଣ୍ଡା) ନାମକ ଜଣେ ମଦୁଆ ସର୍ଜରୀ ଡାକ୍ତର ଏବଂ ତାଙ୍କର ପ୍ରେମ କାହାଣୀ ଉପରେ ପର୍ଯ୍ୟବସିତ । ଅର୍ଜୁନ ରେଡ୍ଡିଙ୍କର ନିଜ ରାଗ ଉପରେ ସଞ୍ଜମତା ନଥାଏ, ଯେଉଁଥିପାଇଁ ସେ ଅନେକ ସମୟରେ ଅସୁବିଧାରେ ପଡ଼ୁଥାନ୍ତି । ତା'ର ପ୍ରେମିକା ପ୍ରୀତି ଶେଟ୍ଟୀର ବାହାଘର ପରେ ସେ ଅତ୍ୟଧିକ ମଦ ପିଇବା ସହ ନାନା ପ୍ରକାରର ଡ୍ରଗ୍ସ ନେଉଥିଲେ । କଥାଚିତ୍ରଟିର ମୁଖ୍ୟ କାହାଣୀ ଅର୍ଜୁନ ରେଡ୍ଡିର ସଫଳତା ଓ ବିଫଳତା ଉପରେ ପର୍ଯ୍ୟବସିତ ହୋଇଛି ।
ଅର୍ଜୁନ ରେଡ୍ଡି, ବଙ୍ଗାଙ୍କର ଜୀବନ ଉପରେ ସାମାନ୍ୟ ଆଧାରିତ, ଯେଉଁଥିରେ ସେ ଭୌତିକ ଚିକିତ୍ସା ବିଷୟରେ ଅଧ୍ୟୟନ କରୁଥିବା ବେଳେ ତାଙ୍କ କାହାଣୀର ଆଂଶିକ ଭାଗ ରଖିଛନ୍ତି । ସେ ଏହି କଥାଚିତ୍ରର ପୃଷ୍ଠଭୂମି ଉପରେ ଦୁଇ ବର୍ଷ କାର୍ଯ୍ୟ କରିଥିଲେ ଏବଂ ଏହାର ସୁଟିଂ ପୂର୍ବରୁ ଚାରିରୁ ପାଞ୍ଚ ବର୍ଷ ମଧ୍ୟ କାର୍ଯ୍ୟ କରିଥିଲେ । ୨୦୧୬ ମସିହାର ଜୁନ ମାସ ୨୦ ତାରିଖରୁ ହାଇଦ୍ରାବାଦରେ ଏହି କଥାଚିତ୍ରଟିର ପ୍ରିନ୍ସପାଲ୍ ଫଟୋଗ୍ରାଫି ଆରମ୍ଭ କରାଯାଇଥିଲା ଏବଂ ଏହାର ସୁଟିଂ ଶେଷ ହେବା ପାଇଁ ୮୫ ଦିନ ସମୟ ଲାଗିଥିଲା । ଏହି କଥାଚିତ୍ରଟି ହାଇଦ୍ରାବାଦ ବ୍ୟତୀତ ମାଙ୍ଗାଲୋର, ଡେରାଡୁନ୍ ଏବଂ ନୂଆଦିଲ୍ଲୀରେ ସୁଟିଂ କରାଯାଇଥିଲା । ଏଥି ସହିତ ଫିଲ୍ମର କିଛି ସୁଟିଂ ମଧ୍ୟ ଇଟାଲୀରେ କରାଯାଇଥିଲା । ରାଧାନ୍ ଏବଂ ହର୍ଷ ବର୍ଦ୍ଧନ ରାମେଶ୍ୱର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ଏହାର ସ୍ୱର ସଂଯୋଜନା କରିଥିଲେ । ରାଜ ଥୋଟା ଏହି କଥାଚିତ୍ରଟିର ଚିତ୍ରଗ୍ରହଣ କରିଥିଲେ ଏବଂ ଶଶାଙ୍କ ମଲି ଏହାର ସମ୍ପାଦନା କରିଥିଲେ ।
ଏହି କଥାଚିତ୍ରଟିର ନିର୍ମାଣ ପାଇଁ ୪ରୁ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି କଥାଚିତ୍ରଟି ୨୫ ଅଗଷ୍ଟ ୨୦୧୭ରେ ବିଶ୍ୱ ସ୍ତରରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟିକୁ ସେନ୍ସର୍ ବୋର୍ଡ଼ ତରଫରୁ 'A' (ଆଡଲ୍ଟ) ସାର୍ଟିଫିକେଟ୍ ମିଳିଥିଲା । ମୁକ୍ତିଲାଭ କରିବା ପରେ ଏହି କଥାଚିତ୍ରଟି ସମୀକ୍ଷକମାନେ ପ୍ରଶଂସା କରିବା ସହ ଏହାର ନିର୍ଦ୍ଦେଶନା, ରଚନା, ଚିତ୍ରଗ୍ରହଣ ଏବଂ ଅଭିନେତାମାନଙ୍କର ଅଭିନୟ ପାଇଁ ସବୁଠାରୁ ପ୍ରଶଂସା ସାଉଁଣ୍ଟିଥିଲା । ବିଜୟ ଦେବରକୋଣ୍ଡାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି କଥାଚିତ୍ରଟିର ଦୃଶ୍ୟମାନ କରାଯାଇଥିବା କିଛି ରୋମାଣ୍ଟିକ୍ ଦୃଶ୍ୟ ଏବଂ ବ୍ୟବହାର କରାଯାଇଥିବା ଗାଳିକୁ ଯୁବପିଢ଼ି ମଧ୍ୟରେ ନାକାରାତ୍ମକ ଧାରା ସୃଷ୍ଟି ବୋଲି ଅନେକ ସ୍ଥାନରେ ସମାଲୋଚିତ ହୋଇଥିଲା ।
ଏହି କଥାଚିତ୍ରଟି ବ୍ୟବସାୟିକ ସଫଳତା ପାଇଥିଲା ଏବଂ ବିଶ୍ୱ ସ୍ତରରେ ୫୧ କୋଟିରୁ ଅଧିକ ଆୟ କରିଥିଲା । ଏହାର ଡିଷ୍ଟ୍ରିବ୍ୟୁଟର୍ ସେୟାର ୨୬ କୋଟିରୁ ଅଧିକ ଥିଲା । ଏହି କଥାଚିତ୍ରଟି ୬୫ତମ ଦକ୍ଷିଣ ଭାରତୀୟ ଫିଲ୍ମଫେୟାର ପୁରସ୍କା ଉତ୍ସବରେ ୬ଟି ବିଭାଗରେ ମନୋନୀତ ହୋଇଥିଲା । ଏହି ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ତେଲୁଗୁ କଥାଚିତ୍ର ପୁରସ୍କାର, ସନ୍ଦୀପ ବଙ୍ଗାଙ୍କୁ ଶ୍ରେଷ୍ଠ ତେଲୁଗୁ ନିର୍ଦ୍ଦେଶକ ପାଇଁ ଏବଂ ବିଜୟ ଦେବରକୋଣ୍ଡାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଥିଲେ । ଏହି କଥାଚିତ୍ରଟି ପରବର୍ତ୍ତୀ ସମୟରେ ହିନ୍ଦୀରେ କବୀର ସିଂହ ଭାବରେ ଏବଂ ତାମିଲରେ ଆଦିତ୍ୟ ବର୍ମା ଭାବରେ ପୁନଃ-ନିର୍ମାଣ କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ Nathan, Archana (29 August 2017). "'Producers told me to forget this story:' Fortunately, the director of 'Arjun Reddy' ignored them". Scroll.in. Archived from the original on 2 April 2018. Retrieved 2 April 2018.
- ↑ Jayakrishnan (10 September 2017). "Arjun Reddy box office collection week 2: Vijay Devarakonda starrer collects Rs 41.5 crore worldwide". The Times of India. Archived from the original on 2 April 2018. Retrieved 2 April 2018.
- ↑ Dundoo, Sangeetha Devi (9 September 2017). "Three hours and a huge hit later". The Hindu. Archived from the original on 2 April 2018. Retrieved 2 April 2018.
- ↑ "Telugu film 'Arjun Reddy' reaches the Rs 50 crore club". The News Minute. 16 October 2017. Archived from the original on 6 February 2018. Retrieved 6 February 2018.
- ↑ Jayakrishnan of The Times of India estimates the film's budget as 40 million,[୨] whereas Sangeetha Devi Dundoo of The Hindu says that 51.5 million was spent to produce the film.[୩]
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଜୁନ ରେଡ୍ଡି