Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ବିଳମ୍ବରେ ହେଲେ ବି ଆମେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ କରିବାର ସମୟ ଆସିଛି । ନିକଟରେ ଆମ ଦେଇ ହୋଇଥିବା ଏକ ବଡ଼ ଭୁଲ (ଦୟାକରି ସେ ଟୁଇଟଟିକୁ କେହି ଡିଲିଟ କରିବେ ନାହିଁ । ତାହାର ନିହାତି ଆବଶ୍ୟକତା ରହିଛି ବୋଲି ତାହା ସେଠି ପୋଷ୍ଟ କରାଯାଇଛି । ଆଗରୁ ସମାନ ଧରଣର ଟୁଇଟଟିଏ କାଲି କେହି ଜଣେ ଡିଲିଟ କରିଦେଇଛନ୍ତି ।) ଆଗକୁ ଯେମିତି ନ ହୁଏ ତା' ପାଇଁ ଏ ଆଲୋଚନା । ଆମର ସୋସିଆଲ ମିଡ଼ିଆ ଆକାଉଣ୍ଟ (ଉଭୟ ଟୁଇଟରଫେସବୁକରେ odiawiki) ଆମେ କିଭଳି ଲେଖିବା ଓ କିଭଳି ଲେଖିବା ନାହିଁ? କଣ ଆଦୌ ଲେଖିବା ନାହିଁ? ଲେଖାର ଶୈଳୀ କେମିତି ହେବ? ଉଇକିପିଡ଼ିଆ ଏକ ସାଧାରଣ ପାଠକ ପାଇଁ ଟିକେ ନିରସିଆ ହୋଇପାରେ ତେଣୁ ସୋସିଆଲ ମିଡ଼ିଆରେ ଲେଖିବା ବେଳେ ଟିକେ interactive କରି ଲେଖିବାକୁ ପଡ଼େ । ତେବେ କେଉଁଠି ବାଡ଼ବତା ଦେବା? ଦୟାକରି ନିଜ ନିଜ ମତ ଦେବେ । ମତସବୁକୁ ଏକାଠି କରି ଉଇକିପିଡ଼ିଆ:ନିୟମାବଳୀ ପୃଷ୍ଠା ଅପଡ଼େଟ କରାଯିବ । ଉଭୟ ନୂଆ ଓ ପୁରୁଖା ଉଇକିଆଳିଙ୍କୁ ଅନୁରୋଧ ଯେ ନିଜ ନିଜର ମତ ନିହାତି ଦେବେ କାରଣ ଆଉ ଜଣେ କିଛି ଲେଖିଛି ବୋଲି ଆପଣ ଲେଖିବେନି ଏମିତି କିଛି କଥା ନାହିଁ ।

Hellohappy (ଆଲୋଚନାଅବଦାନ)

ଅତିରଞ୍ଜିତ କରି ଲେଖିବା ନାହିଁ । ନିରପେକ୍ଷ ରହିବା । ନିଜର ମତ ରଖିବା ନାହିଁ । Adjective ରହିବ ନାହିଁ । ଯେମିତି ପ୍ରସଙ୍ଗରେ ଲେଖାଯାଏ, ସେମିତି ସୋସିଆଲ ମିଡ଼ିଆରେ ଲେଖାଯିବ । ଉଇକିପିଡ଼ିଆ ପ୍ରସଙ୍ଗକୁ ନେଇ ଅନ୍ୟ ଗଣମାଧ୍ୟମ ଦୈନିକ ଗୋଟିଏ ଗୋଟିଏ ପୋଷ୍ଟ କରୁଛନ୍ତି । ଉଇକିପିଡ଼ିଆ ହ୍ୟାଣ୍ଡଲରୁ ସେଦିନ ଲେଖାଯାଇଥିବା ଗୋଟିଏ ପ୍ରସଙ୍ଗ ପୋଷ୍ଟ କରାଯାଉ ।

Skumarm (ଆଲୋଚନାଅବଦାନ)

- ନିକଟ ଅତୀତର ବା ବର୍ତ୍ତମାନ ଚାଲିଥିବା ବିଷୟ ଉପରେ ଟ୍ୱିଟ୍ ନ କରିବା ଭଲ । କିଛି ସମୟ ଅପେକ୍ଷା କରି ଅଧିକ ତଥ୍ଯ ମିଳିବା ପରେ ଲେଖିବା ଭଲ ହେବ । ଯେଉଁ ସବୁ ବିଷୟରେ ରାଜନୈତିକ ବିବାଦ ଚାଲିଛି ବା ତାହା କିପରି ପ୍ରଭାବିତ କରୁଛି କେହି ଜାଣିନାହାନ୍ତି - ଏସବୁ ଟ୍ୱିଟ୍ ନ କରିବା ଉଚିତ ହେବ ।

- ଗୋଟିଏ ଛୋଟ ସୋସିଆଲ୍ ମିଡ଼ିଆ ସମିତି କରାଯାଉ ଓ ସେଥିରେ ଭିନ୍ନ ଭିନ୍ନ ମତକୁ ସମର୍ଥନ ଦେଉଥିବା ୩ ଜଣ ୱିକିଆଳି ରୁହନ୍ତୁ । ଟ୍ୱିଟ୍ କରିବା ପୂର୍ବରୁ ନିଜ ଭିତରେ କଥା ହୋଇ ସମସ୍ତେ ପ୍ରସଂଗଟିକୁ ଥରେ ପଢ଼ି ସମ୍ମତି ଦେବା ପରେ ଟ୍ୱିଟ୍ କରନ୍ତୁ ।

Psubhashish (ଆଲୋଚନାଅବଦାନ)

ନିଜର ଗୁରୁତ୍ତ୍ୱପୂର୍ଣ୍ଣ ମତ ଦେଇଥିବାରୁ @Hellohappy@Skumarmଙ୍କୁ ଧନ୍ୟବାଦ । ତେବେ ହୋଇଥିବା ଭୁଲ ଯେମିତି ଆଗକୁ ନ ହେବ ସେଥି ପାଇଁ ଉଇକିପିଡ଼ିଆରେ ଆଗରୁ ଥିବା ପରିଚାଳକ ବଛା ପ୍ରକ୍ରିୟା ଭଳି ପ୍ରକ୍ରିୟାଟିଏ ଏଠାରେ ଆମେ ଆରମ୍ଭ କରିବା ପାଇଁ ମୁଁ ପ୍ରସ୍ତାବ ଦେଉଛି । ଆଗରୁ ଆମେ ବ୍ୟକ୍ତିଗତ ସ୍ତରରେ ବୁଝାମଣା କରି ସୋସିଆଲ ମିଡ଼ିଆର ପରିଚାଳନା ଭାର ଅଧିକ ଉଇକିଆଳିଙ୍କୁ ଦେଉଥିଲୁ । ଉପର ଘଟଣା ପରେ ସାମୟିକ ଭାବେ କେବଳ ଦୁଇ ଜଣ ପରିଚାଳକଙ୍କ ପାଖେ credentialସବୁ ରହିଛି । ତେବେ ସୋସିଆଲ ମିଡ଼ିଆ ପରିଚାଳନା ଭାର ନେବାକୁ ଇଚ୍ଛୁକ ଉଇକିଆଳି (ପୁରୁଣା ବା ନୂଆ) ଏକ ସରଳ ଆବେଦନ କରିପାରିବେ ଫଳରେ ତାଙ୍କ ଦେଇ କୌଣସି ପକ୍ଷପାତିତା ଯଦି ନ ହୁଏ ତା'ର ଦାୟିତ୍ୱ ରହିବ । ଉପରେ ମିଳିଥିବା ଦୁଇଟି ମତ ଓ ଫେସବୁକରେ ହୋଇଥିବା ଆଉ କେତୋଟି ଆଲୋଚନା ଆଧାରରେ ମୁଁ ତଳେ କେତୋଟି ସାଧାରଣ ନିୟମ ଲେଖୁଛି । କାହାର ଆପତ୍ତି ନ ଥିଲେ (ଥିଲେ ବା ଭିନ୍ନ ମତ ଥିଲେ ଦୟାକରି ତଳେ ଆଲୋଚନା କରିବେ) ୨୦୨୦ ଜାନୁଆରୀ ୧୬ ପରେ ଇଚ୍ଛୁକ ଉଇକିଆଳି "ଉଇକିପିଡ଼ିଆ:RFC/ସୋସିଆଲ ମିଡ଼ିଆ ପରିଚାଳନା/ବ୍ୟବହାରକାରୀ ନାମ" (ପୃଷ୍ଠା ତିଆରି ବେଳେ ବ୍ୟବହାରକାରୀ ନାମ ବଦଳରେରେ ନିଜ ପ୍ରକୃତ ବ୍ୟବହାରକାରୀ ନାମ ଦେଇ ତିଆରି କରିବେ) ପୃଷ୍ଠା ତିଆରି କରି ଆବେଦନ କରିପାରିବେ ।


ସୋସିଆଲ ମିଡ଼ିଆ ପରିଚାଳନା ଭାର ନେଉଥିବା ଉଇକିଆଳି (ଜାନୁଆରୀ ୧୬ ତାରିଖ ପରେ ଏହା ଉଇକିପିଡ଼ିଆ:ନିୟମାବଳୀ ପୃଷ୍ଠାରେ ଯୋଡ଼ାଯିବ):

  1. ନିରପେକ୍ଷ ହୋଇ ଲେଖିବେ ।
  2. ଉଇକିପିଡ଼ିଆରେ ଯେମିତି ବିଶ୍ୱସନୀୟ ଓ କେବଳ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଦିଆଯାଏ ସେମିତି ଲେଖିବେ । ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟକୁ ଏଡ଼ାଇ ଗୌଣ ତଥ୍ୟ ବା ନିଜ ମତ ରଖିବେ ନାହିଁ ।
  3. କାହାକୁ ପ୍ରଶଂସା ବା ନିନ୍ଦା କଲା ଭଳି କିମ୍ବା ବିଶେଷଣ ବ୍ୟବହାର କରି ଲେଖିବେ ନାହିଁ (ଉଇକିପିଡ଼ିଆ:ନିୟମାବଳୀ ଦେଖନ୍ତୁ) । ମୋଟାମୋଟି ଭାବେ ଯେମିତି ଉଇକିପିଡ଼ିଆ ପ୍ରସଙ୍ଗରେ ଲେଖୁଛନ୍ତି ସେମିତି ଲେଖିବେ ।
  4. ବର୍ତ୍ତମାନ ଚାଲିଥିବା ବିବାଦୀୟ ବିଷୟ ଆଡ଼େଇବା ଭଲ । ସେମିତି ବିବାଦୀୟ ଓ ରାଜନୈତିକ ବ୍ୟକ୍ତିତ୍ୱଙ୍କ ଉପରେ ଲେଖିବା ବେଳେ ଖୁବ ଜଗିଛକି ଲେଖିବେ ।
  5. କୌଣସି ବିଷୟରେ ଦ୍ୱନ୍ଦ ଥିଲେ ପୋଷ୍ଟ କରିବା ଆଗରୁ ସୋସିଆଲ ମିଡ଼ିଆ ପରିଚାଳନା ଭାର ନେଇଥିବା ଉଇକିଆଳିମାନେ ନିଜ ଭିତରେ ଆଲୋଚନା କରି ପୋଷ୍ଟ କରନ୍ତୁ ଫଳରେ ସମ୍ଭାବିତ ଅଡୁଆ କିଛି ପରିମାଣରେ କମିଯିବ ।
"ସୋସିଆଲ ମିଡ଼ିଆରେ ପୋଷ୍ଟ ପାଇଁ ନିୟମାବଳୀ"ଙ୍କୁ ଉତ୍ତର