ଲାବ୍ରାଡର
Labrador Retriever | |||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Other names | Labrador | ||||||||||||||||||||||||||||
Common nicknames | Lab | ||||||||||||||||||||||||||||
Origin | United Kingdom and Canada[୧] | ||||||||||||||||||||||||||||
| |||||||||||||||||||||||||||||
| |||||||||||||||||||||||||||||
Notes | Provincial mammal of Labrador | ||||||||||||||||||||||||||||
Domestic dog (Canis lupus familiaris) |
ଲାବ୍ରାଡର ବା ଲାବ୍ରାଡର ରିଟ୍ରିଭର (ଇଂରାଜୀ ଭାଷାରେ Labrador Retriever) ଏକ ଶିକାରୀ କୁକୁର ଯିଏ କୌଣସି ଦ୍ରବ୍ୟକୁ ଖୋଜି ମାଲିକ ପାଖକୁ ନେଇଆସେ । [୪] କାନାଡ଼ାରେ, [୫][୬] ସଂଯୁକ୍ତ ରାଷ୍ଟ୍ରରେ ,[୭] ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଲାବ୍ରାଡର ରିଟ୍ରିଭର ସର୍ବାଧିକ ଲୋକପ୍ରିୟ କୁକୁର [୮][୯]
ଅନେକ ଦେଶରେ ଏହା ଏକ ସାହାଯ୍ୟକାରୀ (disability assistance ) କୁକୁର ମାନ୍ୟତା ପାଇଛି । ଅନ୍ଧତ୍ୱ ଓ ଅଟିଜିମ୍ ରୋଗ ପ୍ରପିଡ଼ିତ ଲୋକଙ୍କୁ ସାହାଯ୍ୟ କରିବା ନିମନ୍ତ ଏହି ଲାବ୍ରାଡର କୁକୁରକୁ ଅନେକ ପ୍ରଶିକ୍ଷଣ ଦିଆଯାଏ । ଲାବ୍ରାଡରକୁ ଏକ ଥେରାପି କୁକୁରର କାମ କରେ ଓ ସେଥିପାଇଁ ତାକୁ ମର୍ଯ୍ୟାଦା ଦିଆଯାଏ ଯିଏ । ଏହା ପୋଲିସ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟ ନିମନ୍ତେ ଅନୁସନ୍ଧାନ ଓ ସ୍କ୍ରିନିଙ୍ଗ କରେ । [୮] ଏହି ଜାତିର କୁକୁର ଅତି ଆଜ୍ଞାକାରୀ, ପ୍ରଭୁଭକ୍ତ ଓ ଖେଳୁଆଡ଼ ମନିଭାବର ହୁଅନ୍ତି । ଅଧିକନ୍ତୁ ସେମାନେ ଖେଲୁଆଡ଼ ଓ ଶିକାରି ହୋଇଥାଆନ୍ତି । [୧୦]
ସନ ୧୮୩୦ରେ ଆଲେକଜାଣ୍ଡର ହୋମ, ଦଶମ ଇଅର୍ଲ ଅଫ ହୋମ (10th Earl of Home), ଓ ତାଙ୍କ ପୁରୁରା ୱାଲଟର ମଣ୍ଟେଗୁ ଡଗଲାସ ସ୍କଟ, ୫ମ ଡ୍ୟୁକ ଅଫ କୁକ୍ଲେଉଚ (5th Duke of Buccleuch) ଓ ଲର୍ଡ଼ ଜନ ସ୍କଟ (Lord John Scott),[୧୧][୧୨] ଏହି କୁକୁରର ପୂର୍ବପୁରୁଷକୁ ନିଉଫାଉଣ୍ଡଲାଣ୍ଡରୁ ୟୁରୋପକୁ ଶିକାରୀ କୁକୁର ଭାବରେ ଆମଦାନୀ କରିଥିଲେ । ଏହି ନିଉଫାଣ୍ଡଲାଣ୍ଡ କୁକୁରକୁ ପରେ ଲାବ୍ରାଡର ନାମକରଣ କରାଗଲା ଯାହାକୁ ଜେମସ୍ ହାରିସ (2nd Earl of Malmesbury) ପାଳନ କରି ୱାଟରଫାଉଲ ଶିକାର (waterfowling) ନିମନ୍ତେ ଦକ୍ଷ କରିଥିଲେ । [୧୧][୧୨]
ସନ ୧୮୮୦ରେ ଜେମସ୍ ହାରିସ, ଉଇଲିଅମ ମଣ୍ଟେଗୁ ଡଗଲାସ ସ୍କଟ ଓ ଚାର୍ଲସ ଡଗଲାସ-ହୋମ ସହଯୋଗ କରି ଆଧୁନିକ ଲାବ୍ରାଡରର ବିକାଶ ସାଧନ କଲେ । ଦୁଇ କୁକୁରଙ୍କୁ ଆମଦାନୀ କରାଯାଇଥିବା ମାଈ କୁକୁରଙ୍କ ସାଥିରେ ସଙ୍ଗମ କରେଇଲେ । ତାଙ୍କର ଛୁଆଗୁଡ଼ିକ ଅଧୁନିକ ଲାବ୍ରାଡରମାନଙ୍କର ପୁର୍ବପୁରୁଷର ମାନ୍ୟତା ଦିଆଯାଏ । [୧୨][୧୩]
ବର୍ଣ୍ଣନା
[ସମ୍ପାଦନା]ଆକୃତି
[ସମ୍ପାଦନା]ଲାବ୍ରାଡର କୁକୁର ମଧ୍ୟମ ଆକାରର ହୁଅନ୍ତି, ଅଣ୍ଡିରା କୁକୁର ଓଜନ ୬୫ ପାଉଣ୍ଡ/ ୮୦ କେଜି ଓ ମାଈ କୁକୁରର ଓଜନ ୫୫ ପାଉଣ୍ଡ/ ୭୦ କେଜି ହୁଏ । [୧୪] ଏହି ପ୍ରଜାତିର ଅଧିକାଂଶ କୁକୁର ପ୍ରଜନନ ଫଳରେ ରିଟ୍ରିଭର (working retriever) କରାଯାଇଛି । କେତେକ ଲାବ୍ରଡର ଜାତି ଭିନ୍ନ ଭିନ୍ନ ହୋଇଥାଏ ଯେପରିକି କନଫରମେସନ ଓ ଫିଲ୍ଡ ଲାଇନ । ଯଦିଓ ଉଭୟ ଶ୍ରେଣୀ ପ୍ରତି ଶ୍ରେଣୀର ପାଳିତ ହୁଅନ୍ତି । କମଫର୍ମେସନ ଲାବ୍ରାଡରର ମଧ୍ୟମ ଆକାର, ଛୋଟ ଉଚ୍ଚତା, ସୁସ୍ଥ ଶବଳ, ପୂର୍ଣ୍ଣ ମୁଖମଣ୍ଡଳ ଓ ଅପେକ୍ଷାକୃତ ଶାନ୍ତ ହୁଏ । ଫିଲ୍ଡ ଲାବ୍ରାଡର ଡେଙ୍ଗା,ହାଲୁକା,ମୁହଁ ଅଳ୍ପ ଚଉଡ଼ା ଓ ଲମ୍ବା ନାକ ଥାଏ । ଆମେରିକା କେନେଲ କ୍ଲବ ମାନକ ଅନୁସାରେ ଫିଲ୍ଡ କୁକୁର ଆହୁରି ଆନୁପାତିକ ହେବା ଆବଶ୍ୟକ ହେଉଛି । ଫିଲ୍ଡ ଲାବ୍ରାଡରର ଅତ୍ୟଧିକ ଲମ୍ବା ନାକ, ପତଳା ମୁଣ୍ଡ,ଲମ୍ବା ଗୋଡ଼ ଓ ପତଳା ଶରୀର ଥିବାରୁ ତାକୁ ମାନକ ବିବେଚନା କରାଯାଏନାହିଁ । ଏହି ଦୁଇ ପ୍ରକାର କୁକୁର ଭିନ୍ନ ପୂର୍ବପୁରୁଷଙ୍କଠାରୁ ପ୍ରଜନନ ହେଉଛନ୍ତି । ଅଷ୍ଟ୍ରେଲିଆ ଲାବ୍ରାଡର ପଶ୍ଚିମ ଦେଶମାନଙ୍କରେ ଦେଖାଯାଆଅନ୍ତି ନାହିଁ, କିନ୍ତୁ ଏସିଆରେ ଅଛନ୍ତି । ଏମାନାଙ୍କର ପିଲାଙ୍କ ସହ ଭଲ ପଡ଼େ ।
ନାତିଶୀତୋଣ୍ଣ ଜଳବାୟୁରେ ପ୍ରତିବର୍ଷ ୨ଥର ଏମାନଙ୍କ ଦେହରୁ ରୁମ (shed) ଝଡ଼ିଯାଏ ।[୧୫] ଲାବ୍ରାଡର ରୁମ ଛୋଟ ଓ ଠିଆ ଠିଆ ହୋଇଥାଏ, ଲାଞ୍ଜ ମୋଟା ଓ ଟାଣୁଆ ଥାଏ । ତାଙ୍କର ଗୋଡ଼ ଆଙ୍ଗୁଠିର ଆକୃତି ଯୋଗୁ ଭଲ ପହଁରି ପାରନ୍ତି ।
ଆଧାର
[ସମ୍ପାଦନା]- ↑ Club, American Kennel. "Labrador Retriever History & Training/Temperament".
- ↑ http://cdn.akc.org/LabradorRetriever.pdf
- ↑ ୩.୦ ୩.୧ ୩.୨ ୩.୩ Labrador Retriever. Fédération Cynologique Internationale. Accessed May 2020.
- ↑ "Get to Know the Labrador Retriever", 'The American Kennel Club', Retrieved May 29, 2014
- ↑ "Most popular dog breeds in New Zealand". dogstuff.co.nz. 2007. Archived from the original on September 19, 2007. Retrieved September 26, 2007. ନିଉଜିଲାଣ୍ଡରେ
- ↑ http://www.ckc.ca/en/News/2015/Feb/CKC-Top-10-Dogs
- ↑ "2006 Top 20 Breed Registrations". The Kennel Club. January 23, 2007. Archived from the original on July 7, 2013. Retrieved April 9, 2012.
- ↑ ୮.୦ ୮.୧ "AKC Dog Registration Statistics". Akc.org. ଅପ୍ରେଲ 4, 2012. Archived from the original on May 11, 2012. Retrieved April 9, 2012.
- ↑ Smith, Stephen. "Most Popular Dog Breeds in America".
- ↑ Barmore, Laura. "History of the Lab". Archived from the original on ଅକ୍ଟୋବର 6, 2011. Retrieved ସେପ୍ଟେମ୍ବର 12, 2007.
- ↑ ୧୧.୦ ୧୧.୧ Article written for The Field, May 30, 1896, 'Labrador Dogs', by John S Kerss
- ↑ ୧୨.୦ ୧୨.୧ ୧୨.୨ "The Buccleuch Labrador". The Buccleuch Estates Limited. 2003. Archived from the original on January 15, 2007. Retrieved September 13, 2007.
- ↑ Miller, Liza Lee; Cindy Tittle Moore (ଜାନୁଆରୀ 7, 2004). "FAQ Labrador Retrievers". Puget Sound Labrador Rescue. Archived from the original on August 25, 2007. Retrieved September 13, 2007.
- ↑ "Labrador Retriever Breed Standard". American Kennel Club. March 31, 1994. Retrieved September 13, 2007.
- ↑ "Sporting breeds: Labrador Retriever." animalforum.com. (c) 1998–2007. Retrieved on September 17, 2007.