ପରମେଶ୍ୱର ସେଠୀ

ଉଇକିପିଡ଼ିଆ‌ରୁ
ପରମେଶ୍ୱର ସେଠୀ
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀସୂର୍ଯ୍ୟମଣୀ ଜେନା
ପର ଅଧିକାରୀପ୍ରଣବ ପ୍ରକାଶ ଦାସ
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1969-03-07) ୭ ମାର୍ଚ୍ଚ ୧୯୬୯ (ବୟସ ୫୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀରଶ୍ମୀରେଖା ସେଠୀ
ବାପା/ବୋଉବାବାଜୀ ଚରଣ ସେଠୀ (ବାପା)
ବୃତ୍ତିରାଜନୀତିଜ୍ଞ

ପରମେଶ୍ୱର ସେଠୀ (ଜନ୍ମ: ୭ ମାର୍ଚ୍ଚ ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ପରମେଶ୍ୱର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପରମେଶ୍ୱର ସେଠୀ ୧୯୬୯ ମସିହାର ମାର୍ଚ୍ଚ ମାସ ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବାବାଜୀ ଚରଣ ସେଠୀ ଏବଂ ପତ୍ନୀଙ୍କ ନାମ ରଶ୍ମୀରେଖା ସେଠୀ ।[୧] ପରମେଶ୍ୱରଙ୍କର ଶିକ୍ଷାଗତ ଯୋଗ୍ୟତା ଏମ୍‌.ବି.ବି.ଏସ୍. ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ପରମେଶ୍ୱର ସେଠୀ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ପରମେଶ୍ୱର ସେଠୀ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଯାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୪,୪୮୦ ଖଣ୍ଡ ଭୋଟ ପାଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଆଞ୍ଚଳ ଦାସଙ୍କୁ ୧୫୧୭୦ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Parameswar Sethi". odishaassembly.nic.in. Odisha Assembly. Retrieved 17 November 2019.
  2. ୨.୦ ୨.୧ "Orissa 2004". Election Commission of India (in Indian English). Retrieved 2019-06-27.