ଏମୁ

ଉଇକିପିଡ଼ିଆ‌ରୁ

Emu
ଜୀବାଶ୍ମ କାଳ: Middle Miocene – present
Miocene–present[୧]
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Casuariiformes
Family: Casuariidae
Genus: Dromaius
ଜାତି: D. novaehollandiae
ବାଇନୋମିଆଲ ନାମ
Dromaius novaehollandiae
(Latham, 1790)[୩]
Subspecies
The emu inhabits the areas shaded faded red.
Synonyms
List
  • Casuarius novaehollandiae Latham, 1790
  • Dromiceius novaehollandiae (Latham, 1790)
  • Casuarius australis Shaw, 1792
  • Dromaius ater Vieillot, 1817
  • Dromiceius emu Stephens, 1826
  • Casuarius diemenianus Jennings, 1827
  • Dromiceius major Brookes, 1830
  • Dromaeus irroratus Bartlett, 1859
  • Dromaeus ater (Blyth, 1862)
call of a female emu at the ZOOM Erlebniswelt Gelsenkirchen in Germany

ଏମୁ (Dromaius novaehollandiae) ଏକ ପ୍ରକାର ପକ୍ଷୀ ଯିଏ ଉଚ୍ଚତା ଅନୁସାରେ ଦ୍ୱିତୀୟ ଜୀବନ୍ତ ପକ୍ଷୀ; ପ୍ରଥମ ସ୍ଥାନରେ ଏହାର ରାଟାଇଟ (ratite ) ସମ୍ପର୍କୀୟ ଅଷ୍ଟ୍ରିଚ ଅଛି । ଏହା ଅଷ୍ଟ୍ରେଲିଆର ସ୍ଥାନୀୟ (endemic) ସବୁଠାରୁ ବଡ଼ ପକ୍ଷୀ ଓ ଜେନସ ଡ୍ରୋମାଇଅସର (Dromaius) ଏକ୍ସଟାଣ୍ଟ ଟାକ୍ସନ (extant) ସଭ୍ୟ । ଅଷ୍ଟ୍ରେଲିଆରେ ୧୭୮୮ର ୟୁରୋପିଆନ ସେଟଲମେଣ୍ଟ ପରେ ଟାସମାନିଆନ ଏମୁ (Tasmanian), କଙ୍ଗାରୁ ଆଇଲ୍ୟାଣ୍ଡ (ଦ୍ୱୀପ) ଏମୁ (Kangaroo Island) ଓ କିଙ୍ଗ ଆଇଲ୍ୟାଣ୍ଡ ଏମୁ (King Island) ପ୍ରଜାତିର ଏମୁ ନିଶ୍ଚିହ୍ନ ହେବା ପରେ ଅଧିକାଂଶ ସ୍ଥଳଭାଗରେ କେବଳ ଏମୁ ବିସ୍ତାର କରି ରହିଲେ । ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର (International Union for Conservation of Nature) ସଂସ୍ଥା ତରଫରୁ ଏମୁକୁ 'ଲିସ୍ଟ-କନସର୍ନ ସ୍ପେସି' (least-concern species ) ରେଟ ମିଳିଛି ।

ଏମୁର ପର ନରମ, ରଙ୍ଗ ମାଟିଆ, ବେକ ଓ ଗୋଡ଼ ଲମ୍ବା, ଉଚ୍ଚତା ପ୍ରାୟ ୧.୯ ମିଟର/୬.୨ ଫୁଟ, କିନ୍ତୁ ଏହା ଉଡ଼ିପାରେନି । ଏହା ବ‌ହୁତ ଦୂର ପର୍ଯ୍ୟନ୍ତ ଚାଲିପାରେ ଏପରିକି ଆବଶ୍ୟକ ସ୍ଥଳେ ଘଣ୍ଟାରେ ୫୦ କି:ମି: ବା ୩୧ ମାଇଲ ଚାଲିପାରେ । ଏମାନେ ଅନେକ ରକମର ଛୋଟ ଗଛ ଓ କୀଟ, ପୋକମାନଙ୍କୁ ଖାଆନ୍ତି, କିନ୍ତୁ ସପ୍ତାହ ସପ୍ତାହ ବ୍ୟାପି ଉପାସରେ ମଧ୍ୟ ରହିପାରନ୍ତି । ସେମାନେ ଜଳ ପାନ ବାରମ୍ବାର କରନ୍ତିନି କିନ୍ତୁ ଯେତେବେଳେ ସୁବିଧା ମିଳେ, ପ୍ରଚୁର ପରିମାଣ ପିଅନ୍ତି ।

ମଇ ଓ ଜୁନ ମାସରେ ଏମୁର ପ୍ରଜନନ କ୍ରିୟା ଆରମ୍ଭ ହୁଏ ଓ ମାଈ ଏମୁମାନେ ନିଜ ପସନ୍ଦର ଅଣ୍ଡିରା ସାଥୀଙ୍କ ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ କରନ୍ତି । ମାଈ ଏମୁ ଅନେକ ଥର ଯୌନ ସଙ୍ଗମ କରିପାରେ ଓ ଅନେକ ଥର ଗୋଟିଏ ଋତୁରେ ଅଣ୍ଡା ଦେଇପାରେ । ଅଣ୍ଡିରା ଏମୁ ଅଣ୍ଡା ଉଷୁମାଏ ଓ ସେହି ସମୟରେ ସେ ପ୍ରାୟ ଖିଆ ପିଆ କିଛି ନ କରିବାରୁ ଓଜନ ଉଲ୍ଲେଖନୀୟ ଭାବରେ କମିଯାଏ । ଆଠ ସପ୍ତାହରେ ଅଣ୍ଡାରୁ ଛୁଆ ବାହାରନ୍ତି ଓ ଏମାନଙ୍କ ଲାଳନ ପାଳନ ବାପାମାନେ କରନ୍ତି । ଛଅ ମାସରେ ଏମୁ ଛୁଆର ସମ୍ପୁର୍ଣ୍ଣ ବିକାଶ ହୋଇଯାଏ କିନ୍ତୁ ପରବର୍ତ୍ତୀ ପ୍ରଜନନ ଋତୁ ପର୍ଯ୍ୟନ୍ତ ସେ ପରିବାର ସାଥିରେ ରହେ । ଏମୁକୁ ଅଷ୍ଟ୍ରେଲିଆର ଜାତୀୟ ଚିହ୍ନ (cultural icon of Australia) ଭାବରେ ଗ୍ରହଣ କରାଯାଇଛି, ସୈନିକମାନଙ୍କର କୋଟରେ ଏହାର ଛବି ଥାଏ ଓ ବିଭିନ୍ନ ମୁଦ୍ରାରେ ମଧ୍ୟ ଛବି ଥାଏ । ଅଷ୍ଟ୍ରେଲିଆର ଲୋକ‌କଥା ଓ ପୁରାଣମାନଙ୍କରେ ଏହି ବିଷୟରେ ବର୍ଣ୍ଣନା ଥାଏ ।

ଅର୍ଥନୈତିକ ମୂଲ୍ୟ[ସମ୍ପାଦନା]

ଅଷ୍ଟ୍ରେଲିଆର ମୂଳ ବାସିନ୍ଦାମାନେ ଏମୁ ଥିବା ସ୍ଥାନରେ ରହି ତାହାର ମାଂସ ଖାଆନ୍ତି । ତାହାର ଚର୍ବିକୁ ବୁସ ମେଡିସିନ (bush medicine) ଭାବରେ ବ୍ୟବ‌ହାର କରନ୍ତ ଓ ଚର୍ମରେ ଘସନ୍ତି । ଏହା ଏକ ମୂଲ୍ୟବାନ ଲୁବ୍ରିକାଣ୍ଟ; କାଷ୍ଠ ନିର୍ମିତ ପଦାର୍ଥ ଓ ବାସନମାନଙ୍କୁ ତୈଳାକ୍ତ କରନ୍ତି ଓ ଓକ୍ରେ (ochre) ସାଥିରେ ମିଶେଇ ଉତ୍ସବରେ ଦେହରେ ଲଗେଇ ସଜାନ୍ତି । [୬]


ଆଧାର[ସମ୍ପାଦନା]

  1. Patterson, C.; Rich, Patricia Vickers (1987). "The fossil history of the emus, Dromaius (Aves: Dromaiinae)". Records of the South Australian Museum. 21: 85–117.
  2. "Dromaius novaehollandiae". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 14 July 2015. {{cite web}}: Invalid |ref=harv (help)
  3. Davies, S.J.J.F. (2003). "Emus". In Hutchins, Michael (ed.). Grzimek's Animal Life Encyclopedia. Vol. 8 Birds I Tinamous and Ratites to Hoatzins (2nd ed.). Farmington Hills, Michigan: Gale Group. pp. 83–87. ISBN 978-0-7876-5784-0.
  4. ୪.୦ ୪.୧ Brands, Sheila (14 ଅଗଷ୍ଟ 2008). "Systema Naturae 2000 / Classification, Dromaius novaehollandiae". Project: The Taxonomicon. Archived from the original on 10 March 2016. Retrieved 14 July 2015.
  5. ୫.୦ ୫.୧ "Names List for Dromaius novaehollandiae (Latham, 1790)". Department of the Environment, Water, Heritage and the Arts. Archived from the original on 14 ଜୁଲାଇ 2015. Retrieved 14 ଜୁଲାଇ 2015.
  6. Eastman, pp. 62–64.