ବଦ୍ରିନାରାୟଣ ପାତ୍ର
ବଦ୍ରିନାରାୟଣ ପାତ୍ର | |
---|---|
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ଏବେଯାଏଁ | |
ନିର୍ବାଚନ ମଣ୍ଡଳୀ | ଘସିପୁରା |
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ନିରଞ୍ଜନ ପଟ୍ଟନାୟକ |
ପର ଅଧିକାରୀ | ନିରଞ୍ଜନ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ରାମଚନ୍ଦ୍ରପୁର |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ନିରଞ୍ଜନ ପଟ୍ଟନାୟକ |
ପର ଅଧିକାରୀ | ନିରଞ୍ଜନ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | ରାମଚନ୍ଦ୍ରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୪ ନଭେମ୍ବର ୧୯୪୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ସ୍ୱର୍ଣ୍ଣପ୍ରଭା ପାତ୍ର |
ସନ୍ତାନ | ୨ ପୁଅ |
ବାପା/ବୋଉ | କ୍ଷମାକର ପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବଦ୍ରିନାରାୟଣ ପାତ୍ର (ଜନ୍ମ: ୧୪ ନଭେମ୍ବର ୧୯୪୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ବଦ୍ରିନାରାୟଣ ଓଡ଼ିଶା ରାଜନୀତିରେ ଜନତା ଦଳ ଓ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସେ ୧୬ଶ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ କାର୍ଯ୍ୟ କରୁଛନ୍ତି । ୧୯୯୦, ୨୦୦୦, ୨୦୦୯, ୨୦୧୪ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଯଥାକ୍ରମେ ୧୦ମ, ୧୨ଶ, ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ବଦ୍ରିନାରାୟଣ ପାତ୍ର ୧୯୪୩ ମସିହାର ନଭେମ୍ବର ମାସ ୧୪ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ କ୍ଷମାକର ପାତ୍ର ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର । ତାଙ୍କ ପତ୍ନୀଙ୍କ ନାମ ସ୍ୱର୍ଣ୍ଣପ୍ରଭା ପାତ୍ର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବଦ୍ରିନାରାୟଣ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | ରାମଚନ୍ଦ୍ରପୁର | ଜନତା ଦଳ |
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ରାମଚନ୍ଦ୍ରପୁର | ସ୍ୱାଧୀନ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଘସିପୁରା | ବିଜୁ ଜନତା ଦଳ |
୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଘସିପୁରା | ବିଜୁ ଜନତା ଦଳ |
୨୦୧୯ | - | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ଘସିପୁରା | ବିଜୁ ଜନତା ଦଳ |