ତୁଷାର କପୁର

ଉଇକିପିଡ଼ିଆ‌ରୁ
ତୁଷାର କପୁର
ତୁଷାର କପୁର
Born (1976-11-20) ୨୦ ନଭେମ୍ବର ୧୯୭୬ (ବୟସ ୪୭)
Nationalityଭାରତୀୟ
Alma materରୋଜ ସ୍କୁଲ ଅଫ ବିଜିନେସ
Occupationଅଭିନେତା ଏବଂ ପ୍ରଯୋଜକ
Years active୨୦୦୧ରୁ ଏ ଯାବତ୍
Relativesଏକତା କପୁର (ଭଉଣୀ)

ତୁଷାର କପୁର ହିନ୍ଦୀ ଚଲଚ୍ଚିତ୍ର ଜଗତର ଜଣେ ଅଭିନେତା । ସେ ହେଉଛନ୍ତି ଜଣାଶୁଣା ଅଭିନେତା ଜିତେନ୍ଦ୍ରଙ୍କ ପୁତ୍ର ଏବଂ ହିନ୍ଦୀ ସିନେମା ଓ ଦୂର ଦର୍ଶନ ଧାରାବାହିକ ପଯୋଜିକା ଏକତା କପୁରଙ୍କ ଭାଇ ।[୧] ଏହା ବ୍ୟତୀତ ବାଲାଜୀ ଟେଲିଫିଲ୍ମ ଏବଂ ବାଲାଜୀ ମୋସନ ପିକ୍ଚର ଅନୁଷ୍ଠାନର ସେ ସହ ମାଲିକ ।

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ମୁମ୍ବାଇଠାରେ ସନ ୧୯୭୬ ନଭେମ୍ବର ୨୦ ତାରିଖରେ ତୁଷାରଙ୍କ ଜନ୍ମ । ଷ୍ଟିଫେନ୍ ଏମ୍ ରସ୍ ସ୍କୁଲ ଅଫ ବିଜିନେସରେ (Stephen M. Ross School of Business) ବି.ବି.ଏ. ଡିଗ୍ରୀ ପାଇବା ପରେ ସେ ମିଚିଗାନ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କଲେ ।

ଅଭିନତା ଜୀବନ[ସମ୍ପାଦନା]

ଅଭିନେତା ଭାବେ ନିଜକୁ ଉପସ୍ଥାପନା କରିବା ପୂର୍ବରୁ ସେ ଡେଭିଡ ଧାବନଙ୍କ ପାଖରେ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଅଭିନୟ କ୍ଷେତ୍ରରେ ତାଲିମ ମଧ୍ୟ ନେଇଥିଲେ । ତୁଷାର କପୁର ୨୦୦୧ ମସିହାରେ "ମୁଝେ କୁଛ୍ କେହେନା ହୈ" ହିନ୍ଦୀ କଥାଚିତ୍ର ଜରିଆରେ ନିଜର ଅଭିନେତା ଜୀବନ ଆରମ୍ଭ କରିଥିଲେ । ଉକ୍ତ କଥାଚିତ୍ରରେ ସେ ନବାଗତ ଶ୍ରେଷ୍ଠ ଅଭିନେତା (ପୁରୁଷ) ଶ୍ରେଣୀରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ । ଏହା ପରବର୍ତ୍ତୀ କଥାଚିତ୍ର ଥିଲା କ୍ୟା ଦିଲ୍ ନେ କହା ଯେଉଁଥିରେ ସେ ଇଷା ଦେଓଲଙ୍କ ବିପକ୍ଷରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଦୁଇଟି ହିନ୍ଦୀ ଚଳଚ୍ଚିତ୍ର ଯାହାକି ତେଲୁଗୁ କଥାଚିତ୍ରର ରିମେକ୍ ଥିଲା, ସେହି ଦୁଇ ଚିତ୍ର ଯଥା ଜୀନା ସିର୍ଫ୍ ମେରେ ଲିୟେ (୨୦୦୨) ଓ ୟେ ଦିଲ୍ (୨୦୦୩) ନିଜ ଅଭିନୟ ଦକ୍ଷତା ପ୍ରତିପାଦନ କରିଥିଲେ ।

ପ୍ରମୁଖ ଚଳଚ୍ଚିତ୍ର[ସମ୍ପାଦନା]

  • ମୁଝେ କୁଛ୍ କେହେନା ହୈ -୨୦୦୧
  • କ୍ୟା କୂଲ ହୈ ହମ୍ -୨୦୦୫
  • କୁଛ୍ ତୋ ହୈ-୨୦୦୩
  • କ୍ୟା ଦିଲ୍ ନେ କହା-୨୦୦୨

ଆଧାର[ସମ୍ପାଦନା]

  1. "Tusshar Kapoor Biography". www.mapsofindia. Retrieved 23 May 2019.