ଏକତା କପୁର
ଏକତା କପୁର | |
---|---|
ଜନ୍ମ | ୭ ଜୁନ୍ ୧୯୭୫ |
ବୃତ୍ତି | ହିନ୍ଦୀ ଚଳଚ୍ଚିତ୍ର ଏବଂ ଧାରାବାହିକ ପ୍ରଯୋଜନା |
ସକ୍ରିୟ ବର୍ଷ | ୧୯୯୫ରୁ ଏ ଯାବତ୍ |
୭ ଜୁନ ୧୯୭୫ରେ ଜନ୍ମିତ[୧]ଏକତା କପୁର ଜଣେ ଭାରତୀୟ ହିନ୍ଦୀ ସିନେମା ଓ ଦୂର ଦର୍ଶନ ଧାରାବାହିକ ପଯୋଜିକା । ତାଙ୍କ ପ୍ରଯୋଜନା ସଂସ୍ଥା "ବାଲାଜୀ ଟେଲି ଫିଲ୍ମସ"ର ସେ ଯୁଗ୍ମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା[୨] ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଏକତାଙ୍କ ପିତା ହେଉଛନ୍ତି ଜଣାଶୁଣା ହିନ୍ଦୀ ଚଳଚ୍ଚିତ୍ର ନାୟକ ଜିତେନ୍ଦ୍ର ଏବଂ ମାତା ହେଉଛନ୍ତି ଶୋଭା କପୁର । ତାଙ୍କ ଛୋଟ ଭାଇ ତୁଷାର କପୁର ମଧ୍ୟ ଜଣେ ହିନ୍ଦୀ ଚଳଚ୍ଚିତ୍ର ନାୟକ । ସେ ତାଙ୍କ ସ୍କୁଲ ଶିକ୍ଷା ବମ୍ବେ ସ୍କଟିସ୍ ସ୍କୁଲ, ମହିମ୍ଠାରେ ଏବଂ ଉଚ୍ଚତର ଶିକ୍ଷା ମିଠିବାଇ ମହାବିଦ୍ୟାଳୟରୁ ସମାପ୍ତ କରିଛନ୍ତି ।
କର୍ମଜୀବନ
[ସମ୍ପାଦନା]ମାତ୍ର ୧୯ ବର୍ଷ ବୟସରୁ ସେ ଟେଲି ଧାରାବାହିକ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ[୩] । ସେ ଅନେକ ହିନ୍ଦୀ ଟେଲିଭିଜନ ଧାରାବାହିକ ତଥା ହିନ୍ଦୀ ସିନେମା ପ୍ରଯୋଜନା କରିଛନ୍ତି । ଜଣେ ସୃଜନଶୀଳ ନିର୍ଦ୍ଦେଶିକା ଭାବେ ମଧ୍ୟ ସେ ଜଣାଶୁଣା । ୨୦୦୧ରେ "କ୍ୟୋଁ କି ମେ ଝୂଟ ନେହିଁଁ ବୋଲତା" ପ୍ରଯୋଜନା ମାଧ୍ୟମରେ ହିନ୍ଦୀ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ । ଏହା ବ୍ୟତୀତ "ଶୁଟ୍ ଆଉଟ୍ ଆଟ୍ ଲୋଖଣ୍ଡବାଲା"ର ସେ ଥିଲେ ସହ-ପ୍ରଯୋଜକ ।
ଚଳଚ୍ଚିତ୍ର ଜଗତକୁ ଅବଦାନ
[ସମ୍ପାଦନା]୨୦୦୧ ମସିହାରେ ସେ ହିନ୍ଦୀ ଚଳଚ୍ଚିତ୍ର "କ୍ୟୋଁଁ କି ମେ ଝୁଠ୍ ନେହିଁଁ ବୋଲତା "ର ପ୍ରଯୋଜନା ପୂର୍ବକ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇଥିଲେ । ତାଙ୍କଦ୍ୱାରା ପ୍ରଯୋଜିତ କେତେକ ହିନ୍ଦୀ ଧାରାବାହିକ ହେଲା - ହମ୍ ପାଞ୍ଚ, କ୍ୟୋଁଁ କି ଶାଶ୍ ଭି କଭି ବହୁ ଥି, କାହାନୀ ଘର୍ ଘର୍ କୀ, ପବିତ୍ର ରିସ୍ତା ଇତ୍ୟାଦି ।
ଏକତା କପୁର ପ୍ରଯୋଜିତ କିଛି ପ୍ରମୁଖ ଚଳଚ୍ଚିତ୍ର
[ସମ୍ପାଦନା]- କ୍ୟୋଁଁ କି ମେ ଝୁଠ ନେହିଁଁ ବୋଲତା(୨୦୦୧)
- କୁଛ୍ ତୋ ହୈ(୨୦୦୩)
- କୃଷ୍ଣା କଟେଜ୍ (୨୦୦୪)
- କ୍ୟା କୂଲ୍ ହୈ ହମ୍ (୨୦୦୫)
- କୋଇ ଆପ୍ ସା (୨୦୦୫)
ଏକତା କପୁର ପ୍ରଯୋଜିତ କିଛି ପ୍ରମୁଖ ହିନ୍ଦୀ ଧାରାବାହିକ
[ସମ୍ପାଦନା]- ହମ୍ ପାଞ୍ଚ(୧୯୯୫-୨୦୦୬)
- କୁସୁମ୍ (୨୦୦୧-୨୦୦୫)
- କହିଁ ତୋ ହୋଗା (୨୦୦୩-୨୦୦୭)
- ପ୍ୟାର କୀ ୟେ ଏକ କାହାଣୀ(୨୦୧୦-୨୦୧୧)
- ପରିଚୟ (୨୦୧୧-୨୦୧୪)
- କାହାନୀ ଘର ଘର କୀ
- କରମ୍ ଅପନା ଅପନା
- କସମ୍ ସେ (୨୦୦୬-୨୦୦୯)
- ଖ୍ୱାହିସ୍(୨୦୦୭-୨୦୦୮)
- କସ୍ଔଟି ଜିନ୍ଦେଗୀ କେ
- କୁଦରତ୍ ତେରି ମେରି
- କସ୍ତୁରୀ
- କୟାମତ୍
- କେଶର
- କ୍ୟୋଁଁ କୀ ଶାଶ୍ ଭି କଭି ବହୁ ଥୀ(୨୦୦୦-୨୦୦୮)
- ବଡେ ଅଛେ ଲଗତେ ହେଁଁ(୨୦୧୧-୨୦୧୪)
ଆହୁରି ଦେଖନ୍ତୁ
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "Happy birthday Ekta Kapoor: 6 things to remind you why she is a big deal". Hindustan Times. 2016-06-07. Retrieved 2016-06-07.
- ↑ "Ekta Kapoor Biography". Retrieved 7 March 2017.
- ↑ "Ekta Kapoor height, weight etc". Retrieved 7 March 2017.
- ↑ Setter, Trend; Setter, Trend (2023-01-19). "Ekta Kapoor Age, Husband, Father, Net Worth & More -" (in ଆମେରିକୀୟ ଇଂରାଜୀ). Archived from the original on 2023-01-19. Retrieved 2023-01-19.