ଡି କ୍ୱେରଭେନ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ଡି କ୍ୱେରଭେନ ସିଣ୍ଡ୍ରୋମ (De Quervain Syndrome)
BlackBerry thumb, texting thumb, gamer's thumb, washerwoman's sprain, radial styloid tenosynovitis, de Quervain disease, de Quervain's tenosynovitis, de Quervain's stenosing, designer's thumb
ସଂଶୋଧିତ ଏଇକଫ ମାନୋଭର (Eichoff maneuver), ସାଧାରଣରେ ଫିଙ୍କେଲସ୍ଟେନ ଟେଷ୍ଟ (Finkelstein's test). The arrow mark indicates where the pain is worsened in de Quervain syndrome.[୧][୨]
ଉଚ୍ଚାରଣ
ବିଭାଗrheumatology[*]
ଲକ୍ଷଣକଚଟିର (wrist) ବାହାର ପାଖରେ କଷ୍ଟ ହୁଏ ।[୩]
ଆକ୍ରାନ୍ତ ସମୟକ୍ରମଶଃ[୪]
ବିପଦ କାରକପୁନଃପୌନିକ ଚଳନ, ଗର୍ଭାବସ୍ଥା, ଆଘାତ, ରିଉମାଟିକ ଡିଜିଜେସ (rheumatic diseases)[୪][୩]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଶାରୀରିକ ପରୀକ୍ଷା (examination)[୩]
ସଠିକ ରୋଗ ନିର୍ଣ୍ଣୟଓଷ୍ଟିଓଆର୍ଥ୍ରାଇଟିସ Osteoarthritis[୪]
ଚିକିତ୍ସାଲକ୍ଷଣ ଦେଖାଉଥିବା କାମ ବନ୍ଦ କରିବା , ଯନ୍ତ୍ରଣା ନିବାରକ ଔଷଧ, ସ୍ପ୍ଲିଣ୍ଟ (splinting) the thumb[୪]
ପୁନଃପୌନିକc. ୧%[୫]

ଡି କ୍ୱେରଭେନ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ De Quervain syndrome) ରୋଗ କ‌ହିଲେ ବୃଦ୍ଧାଙ୍ଗୁଳି (thumb) ଚଳନ‌କୁ ନିୟନ୍ତ୍ରଣ କରୁଥିବା ଦୁଇଟି ଟେଣ୍ଡନର (tendons) ସିଥ (tendon sheath) ବା ଘୋଡ଼ଣିର ପ୍ରଦାହକୁ (inflammation) ବୁଝାଏ ।[୩] ଏହି ପ୍ରଦାହ ଫଳରେ କଚଟିର (wrist) ବାହାର ପାଖରେ ଯନ୍ତ୍ରଣା ହୁଏ ।[୩] ହାତ ମୁଠା କଲେ ବା କଚଟିକୁ ଘୁରେଇଲେ କଷ୍ଟ ହୁଏ ।[୩] ବୃଦ୍ଧାଙ୍ଗୁଳି ଚଲେଇବାକୁ ଅସୁବିଧା ହୁଏ ।[୪] ରୋଗ ବ‌ହୁତ ଧୀରେ ଆରମ୍ଭ ହୁଏ । [୪]

ପୁନଃପୌନିକ ଚଳନ, ଗର୍ଭାବସ୍ଥା, ଆଘାତ, ରିଉମାଟିକ ଡିଜିଜେସ (rheumatic diseases) ରୋଗ ଥିଲେ ଏହି ରୋଗ ସଙ୍କଟ ରହିଥାଏ ।[୪][୩] ଲକ୍ଷଣ ଦେଖି ଓ ଶାରୀରିକ ପରୀକ୍ଷା (examination) କରି ରୋଗ ନିର୍ଣ୍ଣୟ କରିହୁଏ ।[୩] କଚଟିକୁ ଅଲନା ଦିଗକୁ ବଙ୍କା କଲେ (inwards) କଷ୍ଟ ହୁଏ ଓ ଏହାଦ୍ୱାର ରୋଗ ନିର୍ଣ୍ଣୟ ହୋଇଯାଏ ।[୪]

ଲକ୍ଷଣ ଦେଖାଉଥିବା କାମ ବନ୍ଦ କରିବା, ଯନ୍ତ୍ରଣା ନିବାରକ ଔଷଧ (NSAIDs), ସ୍ପ୍ଲିଣ୍ଟ (splinting) ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[୪] ଏହି ଚିକିତ୍ସା ଫଳପ୍ରଦ ନହେଲେ କର୍ଟିକୋସ୍ଟିରଏଡ ଇଞ୍ଜେକସନ (steroid injections) ବା ଅପରେଶନ କରାଯାଏ ।[୪] ପ୍ରାୟ ୦.୫% ପୁରୁଷ ଓ ୧.୩% ମହିଳାଙ୍କୁ ଏହି ରୋଗ ହୁଏ ।[୫] ମଧ୍ୟ ବୟସ୍କ ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[୩] ସନ ୧୮୯୫ରେ ଏହି ରୋଗ ବିଷୟ ପ୍ରଥମେ ଫ୍ରିଜ ଡି କ୍ୱେରଭେନ (Fritz de Quervain) ବର୍ଣ୍ଣନା କରିଥିଲେ । [୫]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Campbell, William Wesley; DeJong, Russell N. (2005). DeJong's the Neurologic Examination (in ଇଂରାଜୀ). Lippincott Williams & Wilkins. p. 583. ISBN 9780781727679.
  2. Ilyas A, Ast M, Schaffer AA, Thoder J (2007). "De quervain tenosynovitis of the wrist". J Am Acad Orthop Surg. 15 (12): 757–64. PMID 18063716.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "De Quervain's Tendinosis - Symptoms and Treatment - OrthoInfo - AAOS". December 2013. Retrieved 21 June 2018.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ Hubbard, MJ; Hildebrand, BA; Battafarano, MM; Battafarano, DF (June 2018). "Common Soft Tissue Musculoskeletal Pain Disorders". Primary care. 45 (2): 289–303. doi:10.1016/j.pop.2018.02.006. PMID 29759125.
  5. ୫.୦ ୫.୧ ୫.୨ Satteson, Ellen; Tannan, Shruti C. (2018). "De Quervain Tenosynovitis". De Quervain Tenosynovitis. StatPearls Publishing. PMID 28723034.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ