ଟେସ୍ଟିକୁଲାର କର୍କଟ

ଉଇକିପିଡ଼ିଆ‌ରୁ
ଟେସ୍ଟିକୁଲାର କର୍କଟ (Testicular cancer)
ଟେସ୍ଟିକୁଲାର ଟ୍ୟୁମର (Testis tumor)[୧]
ଅର୍କିଡେକ୍ଟୋମି (orchiectomy) ସ୍ପେସିମେନରେ ୭.୪ × ୫.୫-ସେମି ଆକାରର ସେମିନୋମା (seminoma)
ବିଭାଗକର୍କଟ ରୋଗ ବିଜ୍ଞାନ (Oncology)
ଲକ୍ଷଣଟେସ୍ଟିକ୍ଲରେ en:testicle ଗୋଟାଳି, ଅଣ୍ଡକୋଷ ଫୁଲା (scrotum) ଓ ଯନ୍ତ୍ରଣା । [୨]
ଆକ୍ରାନ୍ତ ସମୟ୨୦ରୁ ୩୪ ବର୍ଷ ବୟସ୍କ ପୁରୁଷ [୩]
ବିପଦ କାରକକ୍ରିପ୍ଟୋଅର୍କିଡିଜ୍ମ (Undescended testis), ପାରିବାରିକ ଇତିହାସ, ନିଜର ଏହି ରୋଗ ଇତିହାସ [୪]
ରୋଗ ନିର୍ଣ୍ଣୟ ପଦ୍ଧତିଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ରକ୍ତ ପରୀକ୍ଷା (blood tests), ଅର୍କିଡେକ୍ଟୋମି (surgical removal of the testicle)[୨]
ସଠିକ ରୋଗ ନିର୍ଣ୍ଣୟସ୍ପର୍ମାଟୋସିଲ (Spermatocele, ଏପିଡିଡିମାଇଟିସ, ଇଙ୍ଗୁଇନାଲ ହାର୍ନିଆ (inguinal hernia), (appendix testis)[୧]
ଚିକିତ୍ସାଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation)[୨]
Prognosisପାଞ୍ଚ ବର୍ଷ ବଞ୍ଚିବା ହାର (Five-year survival rate) ~ ୯୫% (ଯୁକ୍ତରାଷ୍ଟ୍ର ଆମେରିକା)[୩]
ପୁନଃପୌନିକ୬୮୬,୦୦୦ (୨୦୧୫)[୫]
ମୃତ୍ୟୁ ସାନ୍ଦ୍ରତା୯,୪୦୦ (୨୦୧୫)[୬]

ଟେସ୍ଟିକୁଲାର କର୍କଟ (ଇଂରାଜୀ ଭାଷାରେ Testicular cancer) ଏକ କର୍କଟ ରୋଗ ଯାହା ପୁରୁଷ ପ୍ରଜନନ ଶୃଙ୍ଖଳାର (male reproductive system) ଟେସ୍ଟିକ୍ଲରେ (testicles) ବିକଶିତ ହୁଏ ।[୨] ଏହି ରୋଗରେ ଟେସ୍ଟିକ୍ଲରେ (testicle) ଗୋଟାଳି, ଅଣ୍ଡକୋଷ ଫୁଲା (scrotum) ଓ ଅଣ୍ଡକୋଷରେ ଯନ୍ତ୍ରଣା ଆଦି ଲକ୍ଷଣମାନ ଦେଖାଯାଆନ୍ତି ।[୨] ଚିକିତ୍ସା କଲେ ବନ୍ଧ୍ୟାଦୋଷ (infertility) ପ୍ରାପ୍ତ ହୁଏ ।[୨]

କ୍ରିପ୍ଟୋଅର୍କିଡିଜ୍ମ (Undescended testis), ପାରିବାରିକ ଇତିହାସ, ନିଜର ଏହି ରୋଗ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।[୪] ଜର୍ମ ସେଲ ଟ୍ୟୁମର (Germ cell tumors) ଏମାନଙ୍କ ମଧ୍ୟରେ ସର୍ବାଧିକ ସାଧାରଣ କର୍କଟ ସେମିନୋମା (seminomas ଓ ଅଣସେମିନୋମା (nonseminomas) ନାମରେ ଦୁଇ ଭାଗରେ ବିଭକ୍ତ କରାଯାଇଛି ।[୪] ସେକ୍ସ-କର୍ଡ଼ ସ୍ଟ୍ରୋମାଲ ଟ୍ୟୁମର (sex-cord stromal tumors), ଲିମ୍ଫୋମା (lymphomas) ନାମରେ ଅନ୍ୟ ପ୍ରକାରର କର୍କଟ ମଧ୍ୟ ଦେଖାଯାଏ ।[୭] ଶାରୀରିକ ପରୀକ୍ଷା (Physical exam), ଅଲଟ୍ରାସାଉଣ୍ଡ (ultrasound), ରକ୍ତ ପରୀକ୍ଷା (blood tests) ପରୀକ୍ଷାମାନ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ଅର୍କିଡେକ୍ଟୋମି (surgical removal of the testicle) ଅପରେଶନ କରିବା ପରେ ଅଣୁବୀକ୍ଷଣ ଯନ୍ତ୍ର (microscope) ସାହାଯ୍ୟରେ ଏହାର ପ୍ରକାର ନିର୍ଣ୍ଣୟ କରାଯାଏ ।[୨]

ଟେସ୍ଟିକୁଲାର କର୍କଟ ଏକ ଚିକିତ୍ସାସାଧ୍ୟ ଓ ଆରୋଗ୍ୟସାଧ୍ୟ ରୋଗ ।[୪] ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି (chemotherapy), ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟେସନ (stem cell transplantation) ଇତ୍ୟାଦି ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୨] ଏହି ରୋଗର ବ୍ୟାପିଥିଲେ ମଧ୍ୟ କେମୋଥେରାପି ସାହାଯ୍ୟରେ ୮୦% ଆରୋଗ୍ୟ ହାର ହେଉଛି ।[୭]

ସନ ୨୦୧୫ରେ ୬୮୬,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।[୫] ସନ ୧୯୯୦ରେ ୭,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୫ରେ ମୃତ୍ୟୁ ସଂଖ୍ୟା ୯,୪୦୦ ହୋଇଥିଲା ।[୬][୮] ବିକଶିତ (developed world) ଦେଶ ଅପେକ୍ଷା ବିକାଶଶୀଳ (developing) ଦେଶରେ ରୋଗ ହାର କମ୍ ରହୁଛି । [୯] ଏହି ରୋଗ ସାଧାରଣତଃ ୨୦ରୁ ୩୪ ବର୍ଷ ବୟସର ଲୋକଙ୍କୁ ହୁଏ ଓ କ୍ୱଚିତ ୧୫ ବରଷ ବୟସ ତଳ ଲୋକଙ୍କୁ ହୁଏ ।[୩][୧୦] ଯୁକ୍ତରାଷ୍ଟ୍ର ଆମେରିକାରେ ୫ ବର୍ଷ ବଞ୍ଚିବା ହାର ପ୍ରାୟ ୯୫% । [୩] ରୋଗ ସ୍ଥାନୀୟ ରହିଥିଲେ ଫଳାଫଳ ଅଧିକ ଭଲା ରହେ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1253. ISBN 9780323529570.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Testicular Cancer Treatment". National Cancer Institute (in ଇଂରାଜୀ). 7 July 2016.
  3. ୩.୦ ୩.୧ ୩.୨ ୩.୩ ୩.୪ "Cancer of the Testis - Cancer Stat Facts". SEER (in ଇଂରାଜୀ). Retrieved 19 December 2017.
  4. ୪.୦ ୪.୧ ୪.୨ ୪.୩ "Testicular Cancer Treatment". National Cancer Institute (in ଇଂରାଜୀ). 26 January 2017. Retrieved 19 December 2017.
  5. ୫.୦ ୫.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  6. ୬.୦ ୬.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  7. ୭.୦ ୭.୧ Feldman DR; Bosl GJ; Sheinfeld J; Motzer RJ (13 February 2008). "Medical treatment of advanced testicular cancer". JAMA. 299 (6): 672–684. doi:10.1001/jama.299.6.672. PMID 18270356. Retrieved 24 June 2011.
  8. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. doi:10.1016/S0140-6736(14)61682-2. PMC 4340604. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  9. "Testicular cancer incidence statistics". Cancer Research UK (in ଇଂରାଜୀ). 15 May 2015. Retrieved 19 December 2017.
  10. Hayes-Lattin, Brandon; Nichols, Craig R. (October 2009). "Testicular Cancer: A Prototypic Tumor of Young Adults". Seminars in oncology. 36 (5): 432–438. doi:10.1053/j.seminoncol.2009.07.006. PMC 2796329. PMID 19835738.