ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ
ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ Tibial plateau fracture | |
---|---|
Fractures of the tibial plateau | |
ବିଭାଗ | ଅସ୍ଥିଶଲ୍ୟ ବିଭାଗ (Orthopedics) |
ଲକ୍ଷଣ | ଯନ୍ତ୍ରଣା, ଫୁଲା, ଆଣ୍ଠୁ ଚଳନ କମିଯାଏ । [୧] |
କାରଣ | ପ୍ରମୂଖ ଆଘାତ (Trauma), ମୋଟୋର ଗାଡ଼ି ଧକ୍କା (motor vehicle collision)[୧] |
ବିପଦ କାରକ | ଓଷ୍ଟିଓପୋରୋସିସ, ସ୍କିଙ୍ଗ [୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣରୁ ସନ୍ଦେହ, en:ଏକ୍ସ-ରେ (X-rays) ଓ ସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ ।[୧] |
ସଠିକ ରୋଗ ନିର୍ଣ୍ଣୟ | Patella fracture, fibular fracture, anterior cruciate ligament injury[୨] |
ଔଷଧ | ଏନଏସଏଆଇଡି (NSAIDs), ଓପିଅଏଡ (opioids)[୧][୨] |
ଚିକିତ୍ସା | ଅପରେଶନ, ସ୍ପ୍ଲିଣ୍ଟ [୧][୨] |
Prognosis | ଆର୍ଥ୍ରାଇଟିସ is common[୨] |
ପୁନଃପୌନିକ | ~ସମୁଦାୟ ଭଙ୍ଗାର ୧%[୨] |
ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ (ଇଂରାଜୀ ଭାଷାରେ tibial plateau fracture) କୁହାଯାଏ ଯେତେବେଳ ଆଣ୍ଠୁ ଗଣ୍ଠି (knee joint) ତିଆରିରେ ଭାଗ ନେଉଥିବା ଟିବିଆ (tibia) ଅସ୍ଥିର ଉପର ଭାଗ ଭାଙ୍ଗିଯାଏ (break) ।[୧] ଏହି ଆଘାତ ହେଲେ ଯନ୍ତ୍ରଣା, ଆଣ୍ଟୁଫୁଲା (swelling) ଓ ଆଣ୍ଠୁ ଚଳନ କମିବା ଲକ୍ଷଣମାନ ଦେଖାଯାଏ ।[୧] ଏଭଳି ଆଘାତ ପାଇଲେ ଚାଲି ହୁଏନାହିଁ ।[୨] ଆଘାତ ଜଟିଳ ଥିଲେ ଧମନୀ ଓ ସ୍ନାୟୁ ଆଘାତ, ଆର୍ଥ୍ରାଇଟିସ ଓ କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (compartment syndrome) ଆଦି ଲକ୍ଷଣ ଦେଖାଯାଏ ।[୧]
ଏହା ବଡ଼ ଆଘାତ (trauma) ଯୋଗୁ ହୁଏ ଯେପରିକି ଗାଡ଼ି ଧକ୍କା motor vehicle collision ।[୧] ଓଷ୍ଟିଓପୋରୋସିସ ରୋଗ ଥିଲେ ଓ ସ୍କିଙ୍ଗ ଖେଳରେ ଏହି ରୋଗ ସଙ୍କଟ ଥାଏ ।[୨] ଲକ୍ଷଣରୁ ସନ୍ଦେହ କରାଯାଏ; ଏକ୍ସ-ରେ ଓ ସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ । [୧] ଏକ୍ସ-ରେ ଚିତ୍ରରେ କେତେକ ଭଙ୍ଗା ଦେଖାନଯାଇପାରେ ।[୨]
ଯନ୍ତ୍ରଣାକୁ ଏନଏସଏଆଇଡି (NSAIDs), ଓପିଅଏଡ (opioids) ଓ ସ୍ପ୍ଲିଣ୍ଟ (splinting) ଦେଇ ଚିକିତ୍ସା କରାଯାଏ ।[୧][୨] ଅନ୍ୟଥା ସୁସ୍ଥ ଥିଲେ ସାଧାରଣତଃ ଅପରେଶନ କରାଯାଏ ।[୧] ଭଙ୍ଗା ସ୍ଥାନର ଅସ୍ଥି ଆଲାଇନମେଣ୍ଟ ଠିକ ଥିଲେ ବିନା ଅପରେଶନ ଚିକିତ୍ସା କରାଯାଏ । [୨]
ସମୁଦାୟ ହାଡ଼ ଭଙ୍ଗାର ୧% ଏହି ଭଙ୍ଗା ଥାଏ ।[୨] ମଧ୍ୟ ବୟସ୍କ ପୁରୁଷ ଓ ବୃଦ୍ଧ ବୟସ୍କ ମହିଳାଙ୍କର ଏଭଳି ଭଙ୍ଗା ସାଧାରଣତଃ ହୁଏ ।[୩] ସନ ୧୯୨୦ରେ ଏହି ଭଙ୍ଗାକୁ ଫେଣ୍ଡର ଫ୍ରାକଚର କୁହାଯାଉଥିଲା ଯାହା ଲୋକ ଚାଲିକରି ଯିବାବେଳେ ଧକ୍କା ଯୋଗୁ ହେଉଥିଲା । [୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Fractures of the Proximal Tibia (Shinbone)". OrthoInfo - AAOS. Archived from the original on 17 June 2017. Retrieved 15 October 2017.
- ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Bracker, Mark D. (2012). The 5-Minute Sports Medicine Consult (in ଇଂରାଜୀ). Lippincott Williams & Wilkins. p. 242. ISBN 9781451148121. Archived from the original on 2017-10-15.
- ↑ Karadsheh, Mark. "Tibial Plateau Fractures". www.orthobullets.com (in ଇଂରାଜୀ). Archived from the original on 28 June 2017. Retrieved 15 October 2017.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ |
---|