ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ Tibial plateau fracture
Fractures of the tibial plateau
ସାଂଘାତିକ ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ ସ‌ହିତ ଫିବୁଲା ମଥା ଭଙ୍ଗା ଦେଖାଯାଉଛି ।
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedics)
ଲକ୍ଷଣଯନ୍ତ୍ରଣା, ଫୁଲା, ଆଣ୍ଠୁ ଚଳନ କମିଯାଏ । [୧]
କାରଣପ୍ରମୂଖ ଆଘାତ (Trauma), ମୋଟୋର ଗାଡ଼ି ଧକ୍କା (motor vehicle collision)[୧]
ବିପଦ କାରକଓଷ୍ଟିଓପୋରୋସିସ, ସ୍କିଙ୍ଗ [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣରୁ ସନ୍ଦେହ, en:ଏକ୍ସ-ରେ (X-rays) ଓ ସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ ।[୧]
ସଠିକ ରୋଗ ନିର୍ଣ୍ଣୟPatella fracture, fibular fracture, anterior cruciate ligament injury[୨]
ଔଷଧଏନଏସଏଆଇଡି (NSAIDs), ଓପିଅଏଡ (opioids)[୧][୨]
ଚିକିତ୍ସାଅପରେଶନ, ସ୍ପ୍ଲିଣ୍ଟ [୧][୨]
Prognosisଆର୍ଥ୍ରାଇଟିସ is common[୨]
ପୁନଃପୌନିକ~ସମୁଦାୟ ଭଙ୍ଗାର ୧%[୨]

ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ (ଇଂରାଜୀ ଭାଷାରେ tibial plateau fracture) କୁହାଯାଏ ଯେତେବେଳ ଆଣ୍ଠୁ ଗଣ୍ଠି (knee joint) ତିଆରିରେ ଭାଗ ନେଉଥିବା ଟିବିଆ (tibia) ଅସ୍ଥିର ଉପର ଭାଗ ଭାଙ୍ଗିଯାଏ (break) ।[୧] ଏହି ଆଘାତ ହେଲେ ଯନ୍ତ୍ରଣା, ଆଣ୍ଟୁଫୁଲା (swelling) ଓ ଆଣ୍ଠୁ ଚଳନ କମିବା ଲକ୍ଷଣମାନ ଦେଖାଯାଏ ।[୧] ଏଭଳି ଆଘାତ ପାଇଲେ ଚାଲି ହୁଏନାହିଁ ।[୨] ଆଘାତ ଜଟିଳ ଥିଲେ ଧମନୀ ଓ ସ୍ନାୟୁ ଆଘାତ, ଆର୍ଥ୍ରାଇଟିସକମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (compartment syndrome) ଆଦି ଲକ୍ଷଣ ଦେଖାଯାଏ ।[୧]

ଏହା ବଡ଼ ଆଘାତ (trauma) ଯୋଗୁ ହୁଏ ଯେପରିକି ଗାଡ଼ି ଧକ୍କା motor vehicle collision[୧] ଓଷ୍ଟିଓପୋରୋସିସ ରୋଗ ଥିଲେ ଓ ସ୍କିଙ୍ଗ ଖେଳରେ ଏହି ରୋଗ ସଙ୍କଟ ଥାଏ ।[୨] ଲକ୍ଷଣରୁ ସନ୍ଦେହ କରାଯାଏ; ଏକ୍ସ-ରେସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ । [୧] ଏକ୍ସ‌-ରେ ଚିତ୍ରରେ କେତେକ ଭଙ୍ଗା ଦେଖାନ‌ଯାଇପାରେ ।[୨]

ଯନ୍ତ୍ରଣାକୁ ଏନଏସଏଆଇଡି (NSAIDs), ଓପିଅଏଡ (opioids) ଓ ସ୍ପ୍ଲିଣ୍ଟ (splinting) ଦେଇ ଚିକିତ୍ସା କରାଯାଏ ।[୧][୨] ଅନ୍ୟଥା ସୁସ୍ଥ ଥିଲେ ସାଧାରଣତଃ ଅପରେଶନ କରାଯାଏ ।[୧] ଭଙ୍ଗା ସ୍ଥାନର ଅସ୍ଥି ଆଲାଇନମେଣ୍ଟ ଠିକ ଥିଲେ ବିନା ଅପରେଶନ ଚିକିତ୍ସା କରାଯାଏ । [୨]

ସମୁଦାୟ ହାଡ଼ ଭଙ୍ଗାର ୧% ଏହି ଭଙ୍ଗା ଥାଏ ।[୨] ମଧ୍ୟ ବୟସ୍କ ପୁରୁଷ ଓ ବୃଦ୍ଧ ବୟସ୍କ ମହିଳାଙ୍କର ଏଭଳି ଭଙ୍ଗା ସାଧାରଣତଃ ହୁଏ ।[୩] ସନ ୧୯୨୦ରେ ଏହି ଭଙ୍ଗାକୁ ଫେଣ୍ଡର ଫ୍ରାକଚର କୁହାଯାଉଥିଲା ଯାହା ଲୋକ ଚାଲିକରି ଯିବାବେଳେ ଧକ୍କା ଯୋଗୁ ହେଉଥିଲା । [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Fractures of the Proximal Tibia (Shinbone)". OrthoInfo - AAOS. Archived from the original on 17 June 2017. Retrieved 15 October 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ Bracker, Mark D. (2012). The 5-Minute Sports Medicine Consult (in ଇଂରାଜୀ). Lippincott Williams & Wilkins. p. 242. ISBN 9781451148121. Archived from the original on 2017-10-15.
  3. Karadsheh, Mark. "Tibial Plateau Fractures". www.orthobullets.com (in ଇଂରାଜୀ). Archived from the original on 28 June 2017. Retrieved 15 October 2017.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ