Jump to content

ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ Tibial plateau fracture
Fractures of the tibial plateau
ସାଂଘାତିକ ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ ସ‌ହିତ ଫିବୁଲା ମଥା ଭଙ୍ଗା ଦେଖାଯାଉଛି ।
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedics)
ଲକ୍ଷଣଯନ୍ତ୍ରଣା, ଫୁଲା, ଆଣ୍ଠୁ ଚଳନ କମିଯାଏ । []
କାରଣପ୍ରମୁଖ ଆଘାତ (Trauma), ମୋଟୋର ଗାଡ଼ି ଧକ୍କା (motor vehicle collision)[]
ବିପଦ କାରକଓଷ୍ଟିଓପୋରୋସିସ, ସ୍କିଙ୍ଗ []
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣରୁ ସନ୍ଦେହ, en:ଏକ୍ସ-ରେ (X-rays) ଓ ସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ ।[]
ସଠିକ ରୋଗ ନିର୍ଣ୍ଣୟPatella fracture, fibular fracture, anterior cruciate ligament injury[]
ଔଷଧଏନଏସଏଆଇଡି (NSAIDs), ଓପିଅଏଡ (opioids)[][]
ଚିକିତ୍ସାଅପରେଶନ, ସ୍ପ୍ଲିଣ୍ଟ [][]
Prognosisଆର୍ଥ୍ରାଇଟିସ is common[]
ପୁନଃପୌନିକ~ସମୁଦାୟ ଭଙ୍ଗାର ୧%[]

ଟିବିଆଲ ପ୍ଲେଟୋ ଅସ୍ଥି ଭଗ୍ନ (ଇଂରାଜୀ ଭାଷାରେ tibial plateau fracture) କୁହାଯାଏ ଯେତେବେଳ ଆଣ୍ଠୁ ଗଣ୍ଠି (knee joint) ତିଆରିରେ ଭାଗ ନେଉଥିବା ଟିବିଆ (tibia) ଅସ୍ଥିର ଉପର ଭାଗ ଭାଙ୍ଗିଯାଏ (break) ।[] ଏହି ଆଘାତ ହେଲେ ଯନ୍ତ୍ରଣା, ଆଣ୍ଟୁଫୁଲା (swelling) ଓ ଆଣ୍ଠୁ ଚଳନ କମିବା ଲକ୍ଷଣମାନ ଦେଖାଯାଏ ।[] ଏଭଳି ଆଘାତ ପାଇଲେ ଚାଲି ହୁଏନାହିଁ ।[] ଆଘାତ ଜଟିଳ ଥିଲେ ଧମନୀ ଓ ସ୍ନାୟୁ ଆଘାତ, ଆର୍ଥ୍ରାଇଟିସକମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ (compartment syndrome) ଆଦି ଲକ୍ଷଣ ଦେଖାଯାଏ ।[]

ଏହା ବଡ଼ ଆଘାତ (trauma) ଯୋଗୁ ହୁଏ ଯେପରିକି ଗାଡ଼ି ଧକ୍କା motor vehicle collision[] ଓଷ୍ଟିଓପୋରୋସିସ ରୋଗ ଥିଲେ ଓ ସ୍କିଙ୍ଗ ଖେଳରେ ଏହି ରୋଗ ସଙ୍କଟ ଥାଏ ।[] ଲକ୍ଷଣରୁ ସନ୍ଦେହ କରାଯାଏ; ଏକ୍ସ-ରେସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ । [] ଏକ୍ସ‌-ରେ ଚିତ୍ରରେ କେତେକ ଭଙ୍ଗା ଦେଖାନ‌ଯାଇପାରେ ।[]

ଯନ୍ତ୍ରଣାକୁ ଏନଏସଏଆଇଡି (NSAIDs), ଓପିଅଏଡ (opioids) ଓ ସ୍ପ୍ଲିଣ୍ଟ (splinting) ଦେଇ ଚିକିତ୍ସା କରାଯାଏ ।[][] ଅନ୍ୟଥା ସୁସ୍ଥ ଥିଲେ ସାଧାରଣତଃ ଅପରେଶନ କରାଯାଏ ।[] ଭଙ୍ଗା ସ୍ଥାନର ଅସ୍ଥି ଆଲାଇନମେଣ୍ଟ ଠିକ ଥିଲେ ବିନା ଅପରେଶନ ଚିକିତ୍ସା କରାଯାଏ । []

ସମୁଦାୟ ହାଡ଼ ଭଙ୍ଗାର ୧% ଏହି ଭଙ୍ଗା ଥାଏ ।[] ମଧ୍ୟ ବୟସ୍କ ପୁରୁଷ ଓ ବୃଦ୍ଧ ବୟସ୍କ ମହିଳାଙ୍କର ଏଭଳି ଭଙ୍ଗା ସାଧାରଣତଃ ହୁଏ ।[] ସନ ୧୯୨୦ରେ ଏହି ଭଙ୍ଗାକୁ ଫେଣ୍ଡର ଫ୍ରାକଚର କୁହାଯାଉଥିଲା ଯାହା ଲୋକ ଚାଲିକରି ଯିବାବେଳେ ଧକ୍କା ଯୋଗୁ ହେଉଥିଲା । []

  1. 1 2 3 4 5 6 7 8 9 10 11 12 "Fractures of the Proximal Tibia (Shinbone)". OrthoInfo - AAOS. Archived from the original on 17 June 2017. Retrieved 15 October 2017.
  2. 1 2 3 4 5 6 7 8 9 10 11 12 13 Bracker, Mark D. (2012). The 5-Minute Sports Medicine Consult (in ଇଂରାଜୀ). Lippincott Williams & Wilkins. p. 242. ISBN 9781451148121. Archived from the original on 2017-10-15.
  3. Karadsheh, Mark. "Tibial Plateau Fractures". www.orthobullets.com (in ଇଂରାଜୀ). Archived from the original on 28 June 2017. Retrieved 15 October 2017.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ