ରଣବୀର କପୁର

ଉଇକିପିଡ଼ିଆ‌ରୁ
ରଣବୀର କପୁର
Ranbir Kapoor posing for the camera
୨୦୧୫ରେ ବମ୍ବେ ଭେଲ୍‌ବେଟ୍ ପ୍ରଚାର ସମୟରେ ରଣବୀର
ଜନ୍ମ (1982-09-28) ୨୮ ସେପ୍ଟେମ୍ବର ୧୯୮୨ (ବୟସ ୪୧)
ବୃତ୍ତିସମୂହ
  • ଅଭିନେତା
  • ଚଳଚ୍ଚିତ୍ର ପ୍ରଯୋଜକ
ସକ୍ରିୟ ବର୍ଷ୨୦୦୭-ଏବେଯାଏଁ
ପିତାମାତା(s)ଋଷି କପୁର
ନୀତୁ ସିଂହ

ରଣବୀର କପୁର (pronounced [rəˈɳbiːr kəˈpuːr]; ଜନ୍ମ: ୨୮ ସେପ୍ଟେମ୍ବର ୧୯୮୨) ଜଣେ ଭାରତୀୟ କଥାଚିତ୍ର ଅଭିନେତା ଏବଂ ଚଳଚ୍ଚିତ୍ର ପ୍ରଯୋଜକ ।[୧] ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥାନ୍ତି । ଆଜିର ହିନ୍ଦୀ କଥାଚିତ୍ର ଜଗତର ନାୟକମାନଙ୍କ ମଧ୍ୟରେ ଅଧିକ ପାରିଶ୍ରମିକ ନେଉଥିବା ଲୋକପ୍ରିୟ ଅଭିନେତାମାନଙ୍କ ଭିତରୁ ରଣବୀର ଅନ୍ୟତମ । ସେ ପାଞ୍ଚଥର ଫିଲ୍ମ‌ଫେୟାର ପୁରସ୍କାର ସ‌ହ ଅନେକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଏବଂ ବିଜୟୀ ହୋଇଛନ୍ତି ।

ରଣବୀର କପୁର ହିନ୍ଦୀ କଥାଚିତ୍ର ଜଗତର ପ୍ରଭାବଶାଳୀ କପୁର ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଋଷି କପୁର ଏବଂ ମାଆ ନୀତୁ ସିଂହ[୨], ଜେଜେ ରାଜ୍ କପୁର, ବଡ଼ବାପା ରଣଧୀର କପୁର ଆଦି ହିନ୍ଦୀ କଥାଚିତ୍ର ଜଗତର ସଫଳତମ ଅଭିନେତା ।[୩] ଏଥିସ‌ହ ତାଙ୍କ ପରିବାରର ଶମୀ କପୁର, କରୀନା କପୁର, କରିସ୍ମା କପୁର କଥାଚିତ୍ର ଜଗତରେ ପ୍ରସିଦ୍ଧ କଳାକାର ।[୪]

ରଣବୀର ଚଳଚ୍ଚିତ୍ର ଜଗତକୁ ନିଜର ପେଶା ଭାବରେ ଗ୍ରହଣ କରିବା ପାଇଁ ସ୍କୁଲ ଅଫ୍ ଭିଜୁଆଲ୍ ଆର୍ଟ୍‌ସ୍‌ ଏବଂ ଲି ଷ୍ଟାସ୍‌ବର୍ଗ ଥିଏଟର ଆଣ୍ଡ୍ ଫିଲ୍ମ ଇନିଷ୍ଟିଚିଉଟ୍‌ରୁ ଶିକ୍ଷା ଗ୍ରହଣ କରିଥିଲେ ।[୫][୬] ୨୦୦୫ ମସିହରେ ସେ ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଳୀଙ୍କର ସ‌ହ କାର୍ଯ୍ୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ସ‌ହ-ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୫] ଏହାପରେ ସେ ୨୦୦୭ ମସିହାରେ ସାବରିଆ କଥାଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୭] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଲୀଳା ବଂଶାଳୀ[୮], ମାତ୍ର ଏହି କଥାଚିତ୍ରଟି ସଫଳ ହୋଇପାରିନଥିଲା ।[୯][୧୦] ତ‌ଥାପି ଏହି କଥାଚିତ୍ରଟି ପାଇଁ ରଣବୀରଙ୍କୁ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ମିଳିଥିଲା ।[୧୧] ଏହାପରେ ୨୦୦୯ ମସିହାର ରଣବୀରଙ୍କର କଥାଚିତ୍ର ୱେକ୍ ଅପ୍ ସିଡ୍, ଅଜବ୍‌ ପ୍ରେମ୍ କି ଗଜବ୍ କାହାନୀ, ରକେଟ୍ ସିଂହ: ସେଲ୍‌ସ୍‌ମ୍ୟାନ୍ ଅଫ୍ ଦି ଇଅର ସଫଳ ହୋଇଥିଲା ।[୧୨]

୨୦୧୧ର କଥାଚିତ୍ର ରକ୍‌ଷ୍ଟାର୍ ଏବଂ ୨୦୧୨ର କଥାଚିତ୍ର ବର୍ଫି ରଣବୀରଙ୍କୁ ଲଗାତାର ଦୁଇଟି ଫିଲ୍ମ‌ଫେୟାର ପୁରସ୍କାର ଆଣିଦେଇଥିଲା ।[୧୧] ଏହି ଦୁଇଟି କଥାଚିତ୍ର ପାଇଁ ସେ ଫିଲ୍ମ‌ଫେୟାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ଏହପରେ ୨୦୧୩ରେ ରଣବୀରଙ୍କର ଚଳଚ୍ଚିତ୍ର ୟେଃ ଯବାନୀ ହୈ ଦିୱାନୀ ବ‌ହୁତ ଆୟ କରିଥିଲା ଏବଂ ହିନ୍ଦୀ କଥାଚିତ୍ର ଜଗତରେ ରଣବୀରଙ୍କୁ ଜଣେ ସଫଳ ନାୟକ ଭାବରେ ସ୍ଥାନିତ କରିଥିଲା ।[୧୩] ଏହାପରେ ତାଙ୍କର କିଛି ଚଳଚ୍ଚିତ୍ର ଭଲ ବ୍ୟବସାୟ କରିପାରିନଥିଲା ଏବଂ ୨୦୧୬ ମସିହାରେ ଏ ଦି୍ଲ ହୈ ମୁକ୍ସିଲ୍ ଚଳଚ୍ଚିତ୍ର ଭଲ ଆୟ କରିଥିଲା ।[୧୪][୧୫]

ଅଭିନୟ ବ୍ୟତୀତ ରଣବୀର ବିଭିନ୍ନ ସାମାଜିକ ସେବା ସଂସ୍ଥା ସ‌ହ କାର୍ଯ୍ୟ କରୁଛନ୍ତି ।[୧୬] ତାଙ୍କର ନିଜର ଗୋଟିଏ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ଅଛି । ଏହି ସଂସ୍ଥାଟି ହେଉଛି ସୁରୁ ପ୍ରଡ଼କ୍ସନ୍‌ସ୍ । ଏଥିସ‌ହ ସେ ଇଣ୍ଡିଆନ୍ ସୁପର୍ ଲିଗ୍‌ର ମୁମ୍ବାଇ ସିଟି ଫ୍ରାନ୍ଚାଇଜ୍‌ର ଫୁଟବଲ ଦଳର ଅନ୍ୟତମ ମାଲିକ ।[୧୭][୧୮]

ରଣବୀର କପୁର ସବୁବେଳେ ତାଙ୍କର ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଚର୍ଚ୍ଚାରେ ରହି ଆସିଛନ୍ତି । ସେ ସପ୍ତମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମେ ଏଥିପାଇଁ ଚର୍ଚ୍ଚାରେ ଆସିଥିଲେ ।[୧୯] ଏହାପରେ ୨୦୦୮ରେ ଦୀପିକା ପାଦୁକୋନଙ୍କ ସ‌ହ ତାଙ୍କର ସମ୍ପର୍କ ଗଢ଼ିଉଠିଥିଲା[୨୦], ମାତ୍ର ପରେ ସେମାନଙ୍କର ସମ୍ପର୍କ ତୁଟିଯାଇଥିଲା ।[୨୧] ୨୦୧୫ ମସିହାରେ ରଣବୀର କଟ୍ରିନା କୈଫଙ୍କ ସ‌ହ ଥିବା ପ୍ରେମ ସମ୍ପର୍କ କଥା ସର୍ବସାଧାରଣରେ ସ୍ୱୀକାର କରିଥିଲେ[୨୨], କିନ୍ତୁ ୨୦୧୬ରେ ସେମାନଙ୍କର ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଥିଲା ।[୨୩]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ସାବରିଆ
  • ବଚନା ଏ ହସିନୋ
  • ଲକ୍ ବାଏ ଚାନ୍ସ
  • ୱେକ୍ ଅପ୍ ସିଡ୍
  • ଅଜବ୍ ପ୍ରେମ୍ କି ଗଜବ୍ କାହାନୀ
  • ରକେଟ୍ ସିଂହ: ସେଲ୍‌ସ୍‌ମ୍ୟାନ୍ ଅଫ୍‌ ଦି ଇଅର୍
  • ରାଜନୀତି
  • ଅଞ୍ଜନା ଅଞ୍ଜନୀ
  • ଚିଲର୍ ପାର୍ଟି
  • ରକ୍‌ଷ୍ଟାର୍
  • ବର୍ଫି
  • ବମ୍ବେ ଟକିଜ୍
  • ୟେ ଯବାନୀ ହୈ ଦିବାନୀ
  • ବେଶରମ୍
  • ଭୁତ୍‌ନାଥ୍ ରିଟର୍ଣ୍ଣସ୍
  • ପିକେ
  • ରୟ୍
  • ବମ୍ବେ ଭେଲ୍‌ବେଟ୍
  • ତମସା
  • ଏ ଦିଲ୍ ହୈ ମୁସ୍କିଲ୍
  • ଜଗା ଜାସୁସ୍
  • ଲଭ୍ ପର୍ ସ୍କୋୟାର୍‌ଫୁଟ୍
  • ସଞ୍ଜୁ

ଆଧାର[ସମ୍ପାଦନା]

  1. "Ranbir Kapoor-Happy B'day Ranbir". The Times of India. 8 April 2009. Archived from the original on 13 July 2011. Retrieved 13 March 2011.
  2. Masand, Rajeev (1 October 2007). "As a kid, I used to be petrified of dad". CNN-IBN. Archived from the original on 9 October 2013. Retrieved 28 March 2013.
  3. Jain, Madhu (2 February 2006). "Bollywood's First Family". Rediff.com. Archived from the original on 20 February 2011. Retrieved 14 February 2011.
  4. "Ranbir, Karisma: Kapoor dance-off". NDTV. Archived from the original on 15 February 2013. Retrieved 14 February 2013.
  5. ୫.୦ ୫.୧ Bamzai, Kaveree (11 June 2010). "Ranbir Kapoor: The Natural". India Today. Archived from the original on 1 September 2013. Retrieved 19 August 2013.
  6. Roy, Gitanjali (28 September 2012). "Who is Ranbir Kapoor?". NDTV. Archived from the original on 9 February 2013. Retrieved 12 July 2013.
  7. "'I'm a bit scared'". Rediff.com. 9 October 2007. Archived from the original on 5 October 2013. Retrieved 12 July 2013.
  8. Giridharadas, Anand (8 August 2007). "Hollywood Starts Making Bollywood Films in India". The New York Times. Archived from the original on 5 October 2013. Retrieved 12 July 2013.
  9. Pandohar, Jaspreet (11 November 2007). "BBC Movies review — Saawariya (beloved)". BBC. Archived from the original on 25 September 2015. Retrieved 12 July 2013.
  10. "Box Office 2007". Box Office India. Archived from the original on 14 October 2013. Retrieved 8 January 2008.
  11. ୧୧.୦ ୧୧.୧ "Ranbir Kapoor: Awards". Bollywood Hungama. Archived from the original on 4 October 2013. Retrieved 4 August 2013.
  12. "Ranbir Kapoor: Awards & nominations". Bollywood Hungama. Archived from the original on 9 April 2010. Retrieved 23 July 2010.
  13. Babar, Ayesha (31 May 2013). "Behind the scenes: A heartfelt interview with Ranbir Kapoor". The Express Tribune. Archived from the original on 9 August 2013. Retrieved 19 August 2013.
  14. "Ae Dil Hai Mushkil: Ranbir Kapoor plays a singer; all songs are sung by Arijit Singh!". Daily News and Analysis. 5 September 2016. Archived from the original on 7 September 2016. Retrieved 7 September 2016.
  15. "Top India Total Nett Grossers 2016". Box Office India. Archived from the original on 13 January 2017. Retrieved 13 January 2017.
  16. "Ranbir Kapoor wants world class football stadium in Mumbai". NDTV. 28 March 2013. Archived from the original on 28 September 2013. Retrieved 2 April 2013.
  17. Basu, Saumyajit (14 April 2014). "Stars embrace soccer through Indian Super League". The Times of India. Archived from the original on 9 June 2014. Retrieved 6 July 2014.
  18. "Ranbir Kapoor's Mumbai City Football Club to play all home games at D Y Patil Stadium". Daily News and Analysis. 30 August 2014. Archived from the original on 3 September 2014. Retrieved 31 August 2014.
  19. Jha, Subhash K. (18 October 2009). "Ranbir was Raj Kapoor's favourite". The Times of India. Archived from the original on 27 December 2013. Retrieved 12 July 2013.
  20. "I've been dating Deepika for a few weeks: Ranbir Kapoor". Sify.com. 17 March 2008. Archived from the original on 31 December 2010. Retrieved 2 April 2012.
  21. "My mother was not the reason for break-up with Deepika: Ranbir Kapoor". India Today. 31 March 2013. Archived from the original on 1 June 2013. Retrieved 31 March 2013.
  22. "Ranbir admits relationship with Katrina, to tie knot next year". The Times of India. 10 May 2015. Archived from the original on 13 May 2015. Retrieved 30 December 2015.
  23. "Katrina Kaif admits she's single!". The Times of India. Archived from the original on 9 February 2016. Retrieved 22 February 2016.

ବାହାର ଆଧାର[ସମ୍ପାଦନା]