ବଞ୍ଜାରି
ଦେଖଣା
ବଞ୍ଜାରି ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | ଭବାନିପାଟଣା |
Location | |
ସ୍ଥାନ | ମଜୁରସାହି |
Country | ଭାରତ |
ବଞ୍ଜାରି ଓଡ଼ିଶାରେ ପୂଜିତ ଜଣେ ହିନ୍ଦୁଦେବୀ ଅଟନ୍ତି । ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମ ଅଞ୍ଚଳରେ ବଞ୍ଜାରି ଦେବୀଙ୍କର ଅନେକ ମନ୍ଦିର ସ୍ଥାପିତ ।
ପାରଳାଖେମୁଣ୍ଡି ଜିଲ୍ଲାର ମଜୁରସାହିରେ ଥିବା ବଞ୍ଜାରିଦେବୀ ମନ୍ଦିର ସମଗ୍ର ଓଡ଼ିଶାରେ ଜଣାଶୁଣା । ଏତଦବ୍ୟତୀତ ଓଡ଼ିଶାରେ ଜୁନାଗଡ଼ ଏବଂ ଛତିଶଗଡ଼ର ରାଇପୁର[୧]ଠାରେ ମଧ୍ୟ ବଞ୍ଜାରି ମନ୍ଦିର ରହିଛି ।
ମାଘ ପୂଜା
[ସମ୍ପାଦନା]ମାଘ ପୂଜା ବଞ୍ଜାରିଦେବୀଙ୍କ ଏକ ମୁଖ୍ୟ ପର୍ବ ଭାବରେ ପାଳନ କରାଯାଇଥାଏ । ଏହି ପୂଜାରେ ଲୋକମାନଙ୍କଦ୍ୱାରା ବିଭିନ୍ନ ପ୍ରକାର ସାମଗ୍ରୀ ବଳିଭାବେ ଦେବୀଙ୍କୁ ଅର୍ପଣ କରାଯାଏ ।
ଚୈତ୍ର ପୂଜା
[ସମ୍ପାଦନା]ଏହା ବଞ୍ଜାରିଦେବୀଙ୍କ ନିମନ୍ତେ ଚୈତ୍ର ମାସରେ ପାଳିତ ଏକ ପର୍ବ । ଚୈତ୍ର ପୂଜାରେ ଚୈତ୍ର ମାସରେ ପକ୍ୱହେଉଥିବା ଫୁଲ ଏବଂ ଫଳ ଅର୍ପଣ କରାଯାଏ ଏବଂ ସମସ୍ତଙ୍କୁ ସେହି ଭୋଗକୁ ବିତରଣ କରାଯାଏ ।